ETV Bharat / sitara

ସଲମାନ ବିକିବେ ସାନିଟାଇଜର, ଲଞ୍ଚ କଲେ ନୂଆ ବ୍ରାଣ୍ଡ

ଏଥର ଦର୍ଶକଙ୍କୁ ଫ୍ରେଶ ରଖିବେ ଭାଇଜାନ ସଲମାନ ଖାନ। ଲଞ୍ଚ ହେଲା ତାଙ୍କ ନୂଆ ବ୍ରାଣ୍ଡ ଫ୍ରେଶ। ଏହାର ପ୍ରଥମ ପ୍ରଡକ୍ଟ ହେଉଛି ସାନିଟାଇଜର ।

author img

By

Published : May 25, 2020, 1:55 PM IST

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନ ଏଥର ଇଦ ଅବସରରେ ଦର୍ଶକଙ୍କ ପାଇଁ କୌଣସି ନୂଆ ଫିଲ୍ମ ତ ଆଣିନାହାଁନ୍ତି । ହେଲେ ନିଜର ଏକ ବ୍ରାଣ୍ଡ ଆଣି ସମସ୍ତଙ୍କୁ ଇଦର ଇଦି ଦେଇଛନ୍ତି। ସେ ନିଜର ନୂଆ ବ୍ରାଣ୍ଡ ଫ୍ରେଶର ପ୍ରଥମ ପ୍ରଡକ୍ଟ ରୂପେ ସାଇନିଟାଇଜର ଲଞ୍ଚ କରିଛନ୍ତି। ଦେଶର ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ସେ ଫ୍ରେଶ ବ୍ରାଣ୍ଡରେ ସାଇନିଟାଇଜର ସାମିଲ କରିଛନ୍ତି।

ସଲମାନ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଭିଡିଓ ପୋଷ୍ଟ କରି ଏହାର ସୂଚନା ଦେଇଛନ୍ତି । ବ୍ରାଣ୍ଡ ନାମ ଫ୍ରେଶର ବନାନରେ 'ଇ' ନଥିବାର କାରଣ ମଧ୍ୟ ସେ ଜଣାଇଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ଆମେ ଯେପରି ସବୁ ଶବ୍ଦକୁ ଛୋଟ କରିଦେଉଛୁ, ତେବେ ଏହା କାହିଁକି ହୋଇପାରିବ ନାହିଁ ।

ସଲମାନ ଏହା ମଧ୍ୟ କହିଛନ୍ତି ଯେ ଏହା ପୂର୍ବରୁ ସେ ଡିଓଡୋରାଣ୍ଟ ଏବଂ ଅତର ଆରମ୍ଭ କରିବାକୁ ଯାଉଥିଲେ, କିନ୍ତୁ ବର୍ତ୍ତମାନ ସମୟରେ ଡିମାଣ୍ଡକୁ ଦେଖି ସେ ନିଜର ବ୍ୟବସାୟ ସାନିଟାଇଜରରୁ ଆରମ୍ଭ କରିଛନ୍ତି। ଆଉ ନିଜ ବ୍ରାଣ୍ଡର ଟ୍ୟାଗଲାଇନ ଦେଇଛନ୍ତି ‘ରହୋ ଫ୍ରେଶ ରହୋ ସେଫ’।

ପ୍ରକାଶ ଥାଉକି ସଲମାନଙ୍କ ଆଗାମୀ ଆକ୍ସନ ଡ୍ରାମା ଫିଲ୍ମ ‘ରାଧେ: ୟୁରୋ ମୋଷ୍ଟ ୱାଣ୍ଟେଡ୍ ଭାଇ’ ଏହି ଇଦରେ ରିଲିଜ ହୋଇଥାଆନ୍ତା । ହେଲେ ଲକଡାଉନ ହେତୁ ଏହା ହୋଇପାରିଲା ନାହିଁ। ଲକଡାଉନରେ ନିଜ ପାନଭେଲ ଫାର୍ମହାଉସରେ ସମୟ ବିତାଉଛନ୍ତି ସଲମାନ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.