ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନ ଖୁବଶୀଘ୍ର ନିଜ ଭିଣୋଇ ତଥା ଅଭିନେତା ଆୟୁଷ ଶର୍ମାଙ୍କ ସହ ପରଦାରେ ଆକ୍ସନ କରୁଥିବାର ନଜର ଆସିବେ । ଦୀର୍ଘ ସମୟରୁ ଦୁଇଜଣଙ୍କ ଏହି ଫିଲ୍ମକୁ ନେଇ ଚର୍ଚ୍ଚା । ନିର୍ଦ୍ଦେଶକ, ଅଭିନେତା ମହେଶ ମାଞ୍ଜରେକରଙ୍କ ନିର୍ଦ୍ଦେଶିତ ଆଗାମୀ ଫିଲ୍ମ ‘ଅନ୍ତିମ’ ନେଇ ପରଦାକୁ ଫେରିବେ ଏହି ଯୋଡି । ଆଉ କିଛି ଦିନ ମଧ୍ୟରେ ଫିଲ୍ମର ସୁଟିଂ ଆରମ୍ଭ କରିବେ ସଲମାନ ବୋଲି ଚର୍ଚ୍ଚା ଜୋର ଧରିଛି ।
‘ଅନ୍ତିମ’ର ସୁଟିଂ ନଭେମ୍ବର 16 ରେ ପୁଣେରେ ଆରମ୍ଭ ହୋଇଥିଲା ଏବଂ ପରେ ଟିମ କରଜାତରେ ଆଉ କିଛି ସିନ୍ସର ସୁଟିଂ କରିଥିଲେ । ସେହିପରି ନିକଟରେ ଅଭିନେତା ନିକିତିନ ଧୀର ଫିଲ୍ମରେ ସାମିଲ ହୋଇଥିଲେ । ସେ ମଧ୍ୟ ଜଣେ ଗ୍ୟାଙ୍ଗଷ୍ଟର ଭୂମିକାରେ ଅଭିନୟ କରୁଥିବାର ଦେଖାଯିବେ ।
- " class="align-text-top noRightClick twitterSection" data="
">
ସେପଟେ ସଲମାନ ନିଜ ଜନ୍ମଦିନ ତଥ 28 ତାରିଖ ପରେ ଫିଲ୍ମର ସୁଟିଂ ଆରମ୍ଭ କରିବେ ବୋଲି ଆଶା ବାନ୍ଧିଛନ୍ତି ମେକର୍ସ । ଆୟୁଷଙ୍କ ସହ ତାଙ୍କ ମୁହାଁମୁହିଁ ଦୃଶ୍ୟକୁ କ୍ୟାପଚର କରିବାକୁ ୟୁନିଟ୍ ଲକ୍ଷ୍ୟ ରଖିଛି | ପୋଲିସ ଭୂମିକାରେ ସଲମାନ ଥିବା ବେଳେ ଗ୍ୟାଙ୍ଗଷ୍ଟାର ଭୂମିକାରେ ନଜର ଆସିବେ ଆୟୁଷ ।
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉକି ସଲମାନ ଓ ଆୟୁଷ ଆଉ ଏକ ଫିଲ୍ମ ‘କଭି ଇଦ କଭି ଦିୱାଲୀ’ରେ ଏକାଠି ନଜର ଆସିବେ । ଏହାବ୍ୟତୀତ ଆୟୁଷ ସୁନ୍ଦରୀ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ଭଉଣୀ ଇସାବେଲ କୈଫଙ୍କ ସହ ଆଗାମୀ ଫିଲ୍ମରେ ରୋମାନ୍ସ କରିବେ । ନିକଟରେ ଏହି ଯୋଡି ଫିଲ୍ମ ‘କ୍ବଥା’ର ସୁଟିଂ ଆରମ୍ଭ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ