ETV Bharat / sitara

ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ଖାଦ୍ୟ ବାଣ୍ଟୁଛନ୍ତି ଭାଇଜାନ

author img

By

Published : Apr 26, 2021, 11:20 AM IST

ଧିରେ ଧିରେ କରି ଅନେକ ସେଲିବ୍ରିଟି ଦେଶବାସୀଙ୍କ ସେବାରେ ନିଜକୁ ନିୟୋଜିତ କରିବାରେ ଲାଗିଛନ୍ତି । ଏବେ ସଲମାନ ନେଇଛନ୍ତି ବଡ ପଦକ୍ଷେପ । ଯାହାଦ୍ବାରା ଅଭାବୀ ଲୋକେ ସହଜରେ ଖାଦ୍ୟ ଖାଇପାରୁଛନ୍ତି । ଅଧିକ ପଢନ୍ତୁ...

ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ଖାଦ୍ୟ ଯୋଗଉଛନ୍ତି ଭାଇଜାନ

ମୁମ୍ବାଇ: କୋରୋନା ମହାମାରୀ ପାଇଁ ସମଗ୍ର ଦେଶ ଅସୁବିଧାରେ ପଡିଛି। ସାମ୍ପ୍ରତିକ ପରିସ୍ଥିତିରେ, ଫ୍ରଣ୍ଟଲାଇନ କର୍ମଚାରୀ ନିଜ ଜୀବନକୁ ବିପଦରେ ପକାଇ ଲୋକଙ୍କୁ ସାହାଯ୍ୟ କରୁଛନ୍ତି,ତେଣୁ ସେହି ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ମଧ୍ୟ ସାହାଯ୍ୟ କରିବା ଆବଶ୍ୟକ ଅଛି । ଯାହାକୁ ଦୃଷ୍ଟିରେ ରଖି ଭାଇଜାନ ସଲମାନ ଖାନ ଏହି ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ତାଙ୍କର ସ୍ବତନ୍ତ୍ର ଅଭିଯାନ ‘ବିଙ୍ଗ ହଙ୍ଗ୍ରି’ ମାଧ୍ୟମରେ ଖାଦ୍ୟ ଯୋଗାଉଛନ୍ତି ।

‘ବିଙ୍ଗ ହଙ୍ଗ୍ରି’ ଇନିସିଏଟିଭ୍ ଅଧୀନରେ ମୁମ୍ବାଇର ରାସ୍ତାରେ ଖାଦ୍ୟ ଭ୍ୟାନ ଚାଲିଛି । ସଲମାନ ନିଜେ ଖାଦ୍ୟର ଯାଞ୍ଚ କରୁଛନ୍ତି । ଫୁଡ୍ ଭ୍ୟାନରେ ଖାଦ୍ୟ ପଠାଇବା ପୂର୍ବରୁ ସଲମାନ ଟେଷ୍ଟ ମଧ୍ୟ କରୁଛନ୍ତି । ଯାହାଦ୍ବାରା ସେ ଖାଦ୍ୟର ସଠିକ୍ କ୍ବାଲିଟି ଜାଣି ଲୋକଙ୍କ ପାଖକୁ ପଠାଉଛନ୍ତି । ଏହାବ୍ୟତୀତ ଅଭିନେତା ଖାଦ୍ୟର ସାଇଟାଇଜେସନ ଉପରେ ମଧ୍ୟ ଧ୍ୟାନ ରଖୁଛନ୍ତି ।

ପ୍ରତିଦିନ ସଲମାନଙ୍କ ପ୍ରଡକ୍ସନ୍ସର ଖାଦ୍ୟ ଭ୍ୟାନ ମୁମ୍ବାଇର ରାସ୍ତାରେ ବୁଲି ବୁଲି 5 ହଜାର ଲୋକଙ୍କୁ ଖାଦ୍ୟ ଏବଂ ସ୍ନାକ୍ସ ଯୋଗାଇଉଛି । ଏହି ଫୁଡ୍ ଭ୍ୟାନ୍ ମାଧ୍ୟମରେ ଖାଦ୍ୟ କେବଳ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ନୁହେଁ ବରଂ ଗରିବ ଏବଂ ଅଭାବୀ ଲୋକଙ୍କୁ ମଧ୍ୟ ଯୋଗାଇ ଦିଆଯାଉଛି । ପ୍ରକାଶ ଥାଉକି ସଲମାନ ଗତ ବର୍ଷ ମଧ୍ୟ ନିଜର ଏହି ଅଭିଯାନ ଜରିଆରେ ଲୋକଙ୍କୁ ଖାଦ୍ୟ ଯୋଗାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.