ETV Bharat / sitara

ୱାଜିଦଙ୍କ ଦେହାନ୍ତରେ ଭାବବିହ୍ବଳ ଭାଇଜାନ - ଟାଇଗର ଜିନ୍ଦା’ଭଳି ସୁପରଡୁପର ହିଟ୍

ଦୁଃଖଭରା ଟ୍ବିଟ କରି ସମସ୍ତଙ୍କୁ ଦୁଃଖି କଲେ ସଲମାନ । ସେ ନିଜ ବନ୍ଧୁ, ମ୍ୟୁଜିକ କମ୍ପୋଜର ୱାଜିଦ ଖାନଙ୍କୁ ହରାଇ ଭାଙ୍ଗିପଡିଛନ୍ତି ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Jun 1, 2020, 9:23 PM IST

ମୁମ୍ବାଇ: ଆଜି ସକାଳୁ ବଲିଉଡକୁ ବଡ ଝଟକା ଲାଗିଛି । କାରଣ ଦୁନିଆ ଛାଡି ଚାଲିଯାଇଛନ୍ତି ଫେମସ ମ୍ୟୁଜିକ କମ୍ପୋଜର ୱାଜିଦ ଖାନ । ଯାହାକୁ ନେଇ ଦୁଃଖି ସମସ୍ତେ । ମାତ୍ର 42 ବର୍ଷରେ ମତ୍ୟୁ ବରଣ କରିଥିବା ୱାଜିଦ ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ ‘ଦବଙ୍ଗ’ ଓ ‘ଟାଇଗର ଜିନ୍ଦା’ଭଳି ସୁପରଡୁପର ହିଟ୍ ଫିଲ୍ମରେ ମ୍ୟୁଜିକର ତଡକା ଲଗାଇଥିଲେ । ତାଙ୍କ ଦେହାନ୍ତରେ ଅମିତାଭ ବଚ୍ଚନ, ଅକ୍ଷୟ କୁମାର, ପ୍ରିୟଙ୍କା ଚୋପ୍ରା, ସୋନୁ ନିଗମ, ମିକା ସିଂ ଭଳି କଳାକାର ଶୋକ ପ୍ରକାଶ କରିଛନ୍ତି । ଆଉ ଏବେ ୱାଜିଦଙ୍କ ଫେଭରେଟ ଆକ୍ଟର ସଲମାନଙ୍କ ଶୋକଭରା ଟ୍ବିଟ ସାମ୍ନାକୁ ଆସିଛି ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ସଲମାନ ଖାନ

ସେ ଟ୍ବିଟ କରି ଲେଖିଛନ୍ତି, ‘ୱାଜିଦ ମୁଁ ତୁମକୁ ଜଣେ ମଣିଷ ପରି ସର୍ବଦା ଭଲପାଇବି, ତୁମକୁ ସମ୍ମାନ କରିବି, ତୁମକୁ ମନେ ପକାଇବି ଏବଂ ତୁମକୁ ବହୁତ ମିସ କରିବି । ଏପରିକି ତୁମର ପ୍ରତିଭାକୁ ମଧ୍ୟ ମନେ ରଖିବି । ତୁମର ସୁନ୍ଦର ଆତ୍ମା ​କୁ ସର୍ବଦା ପ୍ରେମ ଆଉ ଶାନ୍ତି ମିଳୁ ।’

ପ୍ରକାଶ ଥାଉକି ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.