ETV Bharat / sitara

ଭିଣୋଇ ଆୟୁଷଙ୍କ ଆଗାମୀ ଫିଲ୍ମରେ ସଲମାନ

ବଦଳିଲା ‘ଗନ୍ସ ଅଫ ନର୍ଥ’ର ଟାଇଟେଲ । ‘ଅନ୍ତିମ’ରେ ଏକାଠି ଧମାଲ କରିବେ ସଲମାନ ଓ ଆୟୁଷ । ଅଧିକ ପଢନ୍ତୁ...

author img

By

Published : Oct 29, 2020, 8:18 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନ ଓ ତାଙ୍କ ଭିଣୋଇ, ଅଭିନେତା ଆୟୁଷ ଶର୍ମାଙ୍କ ଅପକମିଂ ଫିଲ୍ମ ‘ଗନ୍ସ ଅଫ ନର୍ଥ’ର ବଦଳିଲା ପୁରା ରୂପ ରଙ୍ଗ । ଏହି ଫିଲ୍ମ ପାଇଁ ସଲମାନଙ୍କୁ ଅତିଥି ଭୂମିକାରେ ସାମିଲ କରିବାକୁ ପ୍ରସ୍ତୁତି କରୁଥିଲେ ମେକର୍ସ । ହେଲେ ଏବେ ଫିଲ୍ମକୁ ନେଇ ନୂଆ ଚର୍ଚ୍ଚା । କାରଣ ମୁଖ୍ୟ ଭୂମିକାରେ ଆୟୁଷଙ୍କ ସହ ନଜର ଆସିବେ ସଲମାନ । ଫିଲ୍ମର ପୁରା କାହାଣୀ ସଲମାନଙ୍କ ଦ୍ବାରା ପରିବର୍ତ୍ତନ କରାଯାଇଥିବାରୁ ସେ ଫିଲ୍ମରେ ଅଭିନୟ କରିବାକୁ ରାଜି ହୋଇଯାଇଛନ୍ତି ।

ସେହିପରି ଫିଲ୍ମର ଟାଇଟେଲ ‘ଗନ୍ସ ଅଫ ନର୍ଥ’ର ବଦଳାଇ ‘ଅନ୍ତିମ’ ରଖିଛନ୍ତି ମେକର୍ସ । ନିକଟରେ ସଲମାନ ନିଜ ବହୁ ଚର୍ଚ୍ଚିତ ଫିଲ୍ମ ‘ରାଧେ’ର ସୁଟିଂ ଶେଷ କରିଥିଲେ । ଆଉ ଏବେ ସେ ‘ଅନ୍ତିମ’ର ସୁଟିଂ ପାଇଁ ପ୍ରସ୍ତୁତ ଅଛନ୍ତି ।

ଶୁଣିବାକୁ ମିଳୁଛି ଯେ ସଲମାନ ଏହି ଫିଲ୍ମର ସୁଟିଂ ନଭେମ୍ବର 15ରୁ ଆରମ୍ଭ କରିବେ । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇବେ ନିର୍ମାତା, ନିର୍ଦ୍ଦେଶକ ତଥା ଅଭିନେତା ମହେଶ ମାଞ୍ଜରେକର ।

ଏହି ଫିଲ୍ମ ମରାଠି ଗ୍ୟାଙ୍ଗଷ୍ଟାର ଡ୍ରାମା ଫିଲ୍ମ ‘ମୁଲଶୀ ପାଟର୍ନ’ର ହିନ୍ଦୀ ରିମେକ । ଫିଲ୍ମରେ ଆୟୁଷ ମୁଖ୍ୟ ଅଭିନେତା ରୂପେ ନଜର ଆସିବେ । ଏହା ତାଙ୍କ ଦ୍ବିତୀୟ ଫିଲ୍ମ ହେବାକୁ ଯାଉଛି । ଅନ୍ତିମ ପୂର୍ବରୁ ‘ଲଭଯାତ୍ରୀ’ରେ ଡେବ୍ୟୁ କରିଥିଲେ ସେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.