ETV Bharat / sitara

ଗଣେଶ ବିସର୍ଜନ କରି ମନ କଥା କହିଲେ ହ୍ରିତିକ

କୋରୋନା ପ୍ରକୋପ ପାଇଁ ବକେଟରେ ଗଣେଶ ବିସର୍ଜନ କଲେ ହ୍ରିତିକଙ୍କ ସହ ପୁରା ପରିବାର । ସେୟାର କଲେ ଭିଡିଓ...

ଫଟୋେ ସୌଜନ୍ୟ: ଇନଷ୍ଟାଗ୍ରାମ@ହ୍ରିତିକ ରୋଶନ
ଫଟୋେ ସୌଜନ୍ୟ: ଇନଷ୍ଟାଗ୍ରାମ@ହ୍ରିତିକ ରୋଶନ
author img

By

Published : Sep 1, 2020, 7:52 PM IST

ମୁମ୍ବାଇ: ବଲିଉଡ ସେଲିବ୍ରିଟି ସବୁ ଉତ୍ସବକୁ ଧୁମଧାମରେ ନିଜ ଘରେ ପାଳନ କରନ୍ତି । ହେଲେ ଏବର୍ଷ ଗଣେଶ ଚତୁର୍ଥୀ ଧୁମଧାମରେ ନହେଲେ ମଧ୍ୟ ସୁରକ୍ଷିତ ରୂପେ ନିଜ ନିଜ ଘରେ ପାଳନ କରିଛନ୍ତି ସମସ୍ତେ । ଏହି କ୍ରମରେ ସାମିଲ ଅଛନ୍ତି ସୁପରଷ୍ଟାର ସଲମାନ ଖାନ, ଆମୀର ଖାନ, ଶିଳ୍ପା ସେଟ୍ଟୀ ଓ ହ୍ରିତିକ ରୋଶନ । ଏହିମାନଙ୍କ ଘରେ ଦେଖିବାକୁ ମିଳିଥିଲା ଗଣେଶ ପୂଜା । ଇତିମଧ୍ୟରେ ହ୍ରିତିକ ମଙ୍ଗଳବାର ସୋସିଆଲ ମିଡିଆରେ ଗଣେଶ ପୂଜା ବିଷୟରେ ନିଜ ପିଲାବେଳର କିଛି ସ୍ମୃତି ସେୟାର କରିଛନ୍ତି ।

ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ କ୍ଲିପ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କ ପୁରା ପରିବାର ଗଣେଶ ବିସର୍ଜନ କରୁଥିବାର ନଜର ଆସୁଛନ୍ତି । ମୁଖ୍ୟ କଥା ହେଲା ଯେ କୋରୋନା ପ୍ରକୋପ ପାଇଁ ପୁରା ପରିବାର ଏକ ବଡ ବକେଟରେ ଗଣେଶ ବିସର୍ଜନ କରିଛନ୍ତି ।

ଏହି ଭିଡିଓ କ୍ଲିପର କ୍ୟାପସନରେ ହ୍ରିତିକ ଲେଖିଛନ୍ତି, ‘ଭଗବାନ ଗଣେଶ ମୋର ସର୍ବଦା ପ୍ରିୟ ରହିଆସୁଛନ୍ତି । ଏମିତି କି ମୋ ପିଲାବେଳରୁ । ମୁଁ ପ୍ରକୃତିରେ ବିଶ୍ବାସ କରେ କି ସେ ମୋ କଥା ଶୁଣୁଛନ୍ତି ବୋଲି । ଏବେ ମଧ୍ୟ ସେ ମୋ କଥା ଶୁଣୁଛନ୍ତି । ବୋଧହୁଏ ଆମର ସମସ୍ତ ପର୍ବ ଆମ ଭିତରେ ଥିବା ପିଲାକୁ ସ୍ବାଧୀନ, ଏକତା, ବନ୍ଧୁ ଓ ପରିବାର ଦ୍ବାରା ଘେରି ରହିବାକୁ କାରଣ ଯୋଗାଇଥାଏ । ପୂଜାପର୍ବ ଧର୍ମ ଅପେକ୍ଷା ଏହା ପ୍ରେମକୁ ଅଧିକ ପ୍ରୋତ୍ସାହନ କରେ ।’

ପ୍ରକାଶ ଥାଉକି ହ୍ରିତିକଙ୍କ ଏହି ଭିଡିଓରେ ରାକେଶ ରୋଶନ, ପିଙ୍କି ରୋଶନ ଓ ଦୁଇ ପିଅଙ୍କ ସହ ପୂର୍ବତନ ପତ୍ନୀ ସୁଜୈନ ଖାନ ମଧ୍ୟ ନଜର ଆସୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.