ମୁମ୍ବାଇ: ବି-ଟାଉନର ହ୍ୟାଣ୍ଡସମ ହଙ୍କ୍ ହ୍ରିତିକ ରୋଶନ ଦୀର୍ଘ ସମୟ ପରେ ସୁଟିଂ ସେଟ୍କୁ ଫେରିଛନ୍ତି । ଖୁବଶୀଘ୍ର ନେଇ ଫେରିବେ ନୂଆ ପ୍ରୋଜେକ୍ଟ । ଯାହାକୁ ନେଇ ସେପଟେ ଉତ୍ସାହିତ ତାଙ୍କ ଫ୍ୟାନ୍ସ । ସୁଟିଂ ସେଟ୍କୁ ଫେରିବାର ସୂଚନା ସୋସିଆଲ ମିଡିଆରେ ସମସ୍ତଙ୍କୁ ଦେଇଛନ୍ତି ହ୍ରିତିକ । ଆଉ ଭାଇରାଲ ହେଉଥିବା ଫଟୋରେ ତାଙ୍କ ୱାର୍କ ମୁଡ ଦେଖିବାକୁ ମିଳୁଛି ।
- " class="align-text-top noRightClick twitterSection" data="
">
ସେହିପରି ସେ ସେୟାର କରିଥିବା ନିଜ ଫଟୋର କ୍ୟାପସନରେ ଲେଖିଛନ୍ତି, ‘ବ୍ୟାକ ଅନ୍ ସେଟ୍ ।’ ଡେନିମ୍ ଜ୍ୟାକେଟ ସହ ନେଭି ବ୍ଲୁକ ଟି-ସର୍ଟ ପିନ୍ଧି ଆହୁରି ହ୍ୟାଣ୍ଡସମ ନଜର ଆସୁଛନ୍ତି ହ୍ରିତିକ । ଏହାପୂର୍ବରୁ ସେ ଏକ ଭିଡିଓ ସେୟାର କରି ଚର୍ଚ୍ଚାରେ ଆସିଥିଲେ । ଡ୍ରୋନ୍ ସାହାଯ୍ୟରେ ସେ ନିଜର ସେଲ୍ଫି ଭିଡିଓ ଉଠାଇ 2021ରେ ଏଣ୍ଟ୍ରି କରିବା କଥା ଫ୍ୟାନ୍ସଙ୍କୁ ଜଣାଇଥିଲେ ।
ପ୍ରକାଶ ଥାଉକି ଶେଷଥର ଆକ୍ସନ ଡ୍ରାମା ଫିଲ୍ମ ‘ୱାର’ରେ ନଜର ଆସିବେ ଅଭିନେତା । ଆଉ ତାଙ୍କ ସହ ଦମଦାର ଆକ୍ସନ ଷ୍ଟଣ୍ଟ କରିଥିଲେ ଆକ୍ସନ ହିରୋ ଟାଇଗର ଶ୍ରଫ । ଏହାବ୍ୟତୀତ ବିହାରର ଗଣିତଜ୍ଞ ଆନନ୍ଦ କୁମାରଙ୍କ ବାୟୋପି ‘ସୁପର-30’ରେ ମଧ୍ୟ ଅଭିନୟ କରିଥିଲେ ହ୍ରିତିକ । ଆଉ ଖୁବଶୀଘ୍ର ସୈଫ ଅଲ୍ଲୀ ଖାନଙ୍କ ସହ ତାମିଲ ସୁପରହିଟ୍ ଫିଲ୍ମ ‘ବିକ୍ରମ ବୈଧା’ରେ ଦେଖାଯିବେ ।