ETV Bharat / technology

ଲଞ୍ଚ ହେଲା ପାୱାରଫୁଲ ଗେମିଂ ସ୍ମାର୍ଟଫୋନ iQOO 13; ଦାମ ଏତିକି - IQOO 13 LAUNCHED IN INDIA

ବିଶ୍ବର ପ୍ରଥମ Q10 ଅଲଟ୍ରା ଆଇକେୟାର ଡିସପ୍ଲେ ସହିତ ଭାରତରେ ଲଞ୍ଚ ହେଲା iQOO 13 ସ୍ମାର୍ଟଫୋନ । କଣ ଖାସ ଓ ଦାମ କେତେ ଜାଣନ୍ତୁ...

IQOO 13 LAUNCHED IN INDIA
IQOO 13 LAUNCHED IN INDIA (Photo Credit- X/@IqooInd)
author img

By ETV Bharat Tech Team

Published : Dec 3, 2024, 1:23 PM IST

Updated : Dec 3, 2024, 1:56 PM IST

ହାଇଦ୍ରାବାଦ: ଗତ ଅକ୍ଟୋବରରେ ଚାଇନାରେ ଲଞ୍ଚ ପରେ ଆଜି ଭାରତରେ ଲଞ୍ଚ ହୋଇଛି ପାୱାରଫୁଲ ଗେମିଂ ସ୍ମାର୍ଟଫୋନ iQOO 13 । ଚାଇନିଜ କମ୍ପାନୀ ଆଇକୁ (iQOO) ଦମଦାର ମୋବାଇଲ ଚିପସେଟ୍‌ Snapdragon 8 Elite ଓ 16GB RAM ସହିତ ଏହାକୁ ଗେମିଂ ଲାଗି ସର୍ବୋତ୍କୃଷ୍ଟ ଫୋନ ବନାଇଛି । ଷ୍ଟାଇଲିସ ଲୁକ୍‌, ଦମଦାର ଫିଚର ଓ ପାୱାରଫୁଲ ସ୍ପେଶିଫିକେସନ ସହିତ ଭାରତୀୟ ବଜାରରେ ଏହି ସ୍ମାର୍ଟଫୋନ ପ୍ରବେଶ କରିଛି ।

iQOO 13 ସ୍ପେଶିଫିକେସନ

  • ଡିସପ୍ଲେ: 6.82 ଇଞ୍ଚ 2K 144Hz OLED ସ୍କ୍ରିନ
  • ପ୍ରୋସେସର: Qualcomm Snapdragon 8 Elite
  • ଷ୍ଟୋରେଜ: 16GB RAM + 512GB
  • କ୍ୟାମେରା: 32MP ସେଲ୍‌ଫି କ୍ୟାମେରା, 50MP ଟ୍ରିପଲ ରିଅର କ୍ୟାମେରା
  • ବ୍ୟାଟେରୀ: 6,000mAh
  • ଚାର୍ଜିଂ: 120W ଦ୍ରୁତ ଚାର୍ଜିଂ ସମର୍ଥନ
  • ସୁରକ୍ଷା: ଧୂଳି ଓ ପାଣିଠାରୁ ବଞ୍ଚିବା ଲାଗି IP68+ IP69 ରେଟିଂ
  • ଅପରେଟିଂ ସିଷ୍ଟମ: Android-15 ଆଧାରିତ FunTouchOS 15
  • ଅପଡେଟ୍‌: 4ବର୍ଷ ପାଇଁ ଆଣ୍ଡ୍ରଏଡ୍‌ ଅପଡେଟ୍‌, 5ବର୍ଷ ପାଇଁ ସୁରକ୍ଷା ଅପଡେଟ୍‌
  • କନେକ୍ଟିିଭିଟି: 5G, 4G LTE, Wi-Fi 7, Bluetooth 5.4, ଟାଇପ-ସି ପୋର୍ଟ
  • ଏଆଇ ଫିଚର: AI Photo Enhancer, Image Cutout, Instant Text, Live Call Translate, Live Transcribe

ଗେମିଂ ଫିଚର:- ଏହି ସ୍ମାର୍ଟଫୋନ ଉନ୍ନତ ଖେଳ ପ୍ରଦର୍ଶନ ପାଇଁ ସୁପର କମ୍ପ୍ୟୁଟିଂ ଚିପ୍ Q2 ସହିତ ଯୋଡି ହୋଇଛି । ଏହି ଫୋନରେ ଗେମିଂ ଲାଗି ଉନ୍ନତ ଫିଚର ଦିଆଯାଇଛି । ସେଗୁଡ଼ିକ ମଧ୍ୟରେ ଉନ୍ନତ ଗ୍ରାଫିକ୍ସ ପାଇଁ 2K ଗେମ୍ ସୁପର ରିଜୋଲ୍ୟୁସନ, ସୁଗମ ଗେମପ୍ଲେ ପାଇଁ 144 fps ଫ୍ରେମ୍ ଇଣ୍ଟରପୋଲେସନ୍ ରହିଛି ।

ଏହା ବି ପଢନ୍ତୁ
  1. ଆଜି ଭାରତରେ ଲଞ୍ଚ ହେବ IQOO 13; ମିଳିବ କାର ପ୍ୟାଟର୍ଣ୍ଣ ଡିଜାଇନ
  2. OnePlus 13 ବନାମ iQOO 13; କେଉଁଟା ଆପଣଙ୍କ ପାଇଁ ବେଷ୍ଟ, ଜାଣନ୍ତୁ
iQOO 13 Price in India
iQOO 13 Price in India (Photo Credit- iQOO India)

ଦାମ କେତେ ?

iQOO 13ର 12GB+256GB ଭାରିଏଣ୍ଟ ଲାଗି ଦାମ ରହିଛି Rs 54,999 ଓ 16GB+512GB ଲାଗି Rs 59,999 ଟଙ୍କା ରହିଛି । ICICI ଓ HDFC ବ୍ୟାଙ୍କ କାର୍ଡ ସହିତ ଗ୍ରାହକ 3000ଟଙ୍କା ରିହାତି ପାଇବେ । ଡିସକାଉଣ୍ଟ ମିଳିବା ପରେ 12GB+256GB ଓ 16GB+512GB ଭାରିଏଣ୍ଟର ଦାମ ଯଥାକ୍ରମେ Rs 51,999 ଓ Rs 56,999 ହେବ । ଏଠାରେ କମ୍ପାନୀ ଏକ୍ସଚେଞ୍ଜ ଅଫର ମଧ୍ୟ ପ୍ରଦାନ କରୁଛି । ଗ୍ରାହକ Vivo କିମ୍ବା iQOO ଡିଭାଇସ ବଦଳାଇଲେ 2000ଟଙ୍କା ରିହାତି ପାଇବେ । 9 ମାସ ପର୍ଯ୍ୟନ୍ତ ବିନା ମୂଲ୍ୟରେ EMI ଅଫର ମଧ୍ୟ ରହିଛି ଅର୍ଥାତ 9 ମାସ ପର୍ଯ‍୍ୟନ୍ତ ଇଏମଆଇ କଲେ କୌଣସି ସୁଧ ଲାଗିବ ନାହିଁ ।

ପ୍ରି-ବୁକିଂ ଅଫର:- iQOO 13କୁ ଗ୍ରାହକ ଆଗୁଆ ବୁକ୍‌ କରିପାରିବେ । ଏଥିଲାଗି ଆଜି ଅପରାହ୍ନ 2ଟାରୁ Vivo ଅଫିସିଆଲ ସାଇଟ୍‌ରୁ ପ୍ରି-ବୁକିଂ ଆରମ୍ଭ ହୋଇଛି । ଆସନ୍ତା ଡିସେମ୍ବର 5 ତାରିଖରୁ Amazonରେ ମଧ୍ୟ ଗ୍ରାହକ ପ୍ରି-ବୁକିଂ କରିପାରିବେ । ଏହି ସ୍ମାର୍ଟଫୋନକୁ କମ୍ପାନୀ ଲଞ୍ଚ କରିବା ପରେ କିଛି ନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ପ୍ରି-ବୁକ୍‌ ଅଫର ପ୍ରଦାନ କରିଛି । ଯେପରିକି 12 ମାସ ପର୍ଯ୍ୟନ୍ତ ୱାରେଣ୍ଟି ଓ 3999ଟଙ୍କାର ମାଗଣା iQOO Gamepad ଅନ୍ତର୍ଭୁକ୍ତ ।

BMW କାର ପ୍ୟାଟର୍ଣ୍ଣ ଡିଜାଇନ:-

iQOO ଏହି ଫୋନ ଲାଗି BMW Motorsport ସହ ପାର୍ଟନରସିପ୍‌ କରିଛି । ଏହାର ଅର୍ଥ ଫୋନରେ BMW କାର ପରି ପ୍ୟାଟର୍ଣ୍ଣ ଡିଜାଇନ ଦେଖିବାକୁ ମିଳିଛି । ଏହାର 'Legend Edition'ରେ BMW ମୋଟରସ୍ପୋର୍ଟର ଟ୍ରାଇ-କଲର ଷ୍ଟ୍ରାଇପ ରହିଛି । ଏହାସହିତ iQOO 13ରେ 'ମନଷ୍ଟର ହାଲୋ' ଲାଇଟ୍‌ ଇଫେକ୍ଟ ଡିଜାଇନ ରହିଛି ଯାହାକି ଫୋନର ଡିଜାଇନକୁ ହାଇଲାଇଟ୍‌ କରିଛି । ଏହି ଡିଜାଇନଟି କ୍ୟାମେରା ମଡ୍ୟୁଲ ଚାରିପାଖରେ ରହିବ । ମୋବାଇଲକୁ କଲ୍‌, ମେସେଜ ଆସିଲେ ବା ଚାର୍ଜ ସମୟରେ ଏହା ଏକ ନୋଟିଫିକେସନ ପରି କାମ କରିବ ।

କଲର ଅପସନ: ଏହି ନୂଆ ହ୍ୟାଣ୍ଡସେଟ୍‌ଟି ଭାରତୀୟ ବଜାରରେ 2ଟି ରଙ୍ଗରେ ଉପଲବ୍ଧ ହେବ । ସେଗୁଡ଼ିକ ହେଉଛି Nardo Grey (ଇଟାଲୀ ରେସିଂ କାର ଉପରେ ଡିଜାଇନ ଆଧାରିତ) ଓ ଅନ୍ୟଟି ହେଉଛି 'Legend Edition' ଯାହାକି BMW ମୋଟରସ୍ପୋର୍ଟର ଟ୍ରାଇ-କଲର ଷ୍ଟ୍ରାଇପ ପରି ରହିବ ।

Last Updated : Dec 3, 2024, 1:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.