ETV Bharat / health

ସ୍ବାସ୍ଥ୍ୟ ପାଇଁ ସୁପରଫୁଡ୍ ମାଣ୍ଡିଆ, ହେଲେ ଏହି ଲୋକମାନେ ଖାଆନ୍ତୁ ନାହିଁ - RAGI HEALTH BENEFITS

ସ୍ବାସ୍ଥ୍ୟ ଲାଗି ଖୁବ୍ ହିତକର ମାଣ୍ଡିଆ । ଏଥିରୁ ଶରୀରକୁ ଅନେକ ଜରୁରୀ ପୋଷଣ ମିଳିଥାଏ । କିନ୍ତୁ କିଛି ଲୋକମାନେ ମାଣ୍ଡିଆ ନ ଖାଇବାକୁ ଡାକ୍ତର ପରାମର୍ଶ ଦିଅନ୍ତି ।

ସ୍ବାସ୍ଥ୍ୟ ପାଇଁ ସୁପରଫୁଡ୍ ମାଣ୍ଡିଆ
ସ୍ବାସ୍ଥ୍ୟ ପାଇଁ ସୁପରଫୁଡ୍ ମାଣ୍ଡିଆ (ETV Bharat)
author img

By ETV Bharat Health Team

Published : Dec 3, 2024, 12:56 PM IST

ଏକଦା ଗରିବଙ୍କ ଖାଦ୍ୟ କୁହାଯାଉଥିବା ମାଣ୍ଡିଆ ଏବେ ଟ୍ରେଣ୍ଡରେ ରହିଛି । ବଡ଼ବଡ଼ିଆ ବାବୁଙ୍କ ଖାଦ୍ୟ ଥାଳିରେ ସ୍ଥାନ ପାଇଛି । ସ୍ବାସ୍ଥ୍ୟ ପ୍ରତି ସଚେତନ ଲୋକମାନଙ୍କ ମଧ୍ୟରେ ଏହି ଖାଦ୍ୟର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଛି । ମାଣ୍ଡିଆ ଏକ ଅତ୍ୟନ୍ତ ପୁଷ୍ଟିକର ଆହାର । ଏଥିରୁ ଶରୀରକୁ ଜରୁରୀ ପୋଷଣ ମିଳିଥାଏ । କିନ୍ତୁ ସମସ୍ତଙ୍କ ପାଇଁ ଏହା ସମାନ ଲାଭଦାୟକ ନହୋଇପାରେ । ମାଣ୍ଡିଆରୁ ଉପଯୁକ୍ତ ପୌଷ୍ଟିକତା ଗ୍ରହଣ କରିବାକୁ ହେଲେ ଏହାର ସେବନ ସହ ଜଡିତ କିଛି ଗୁରୁତ୍ବପୂର୍ଣ୍ଣ ବିଷୟ ଜାଣିବା ଜରୁରୀ । କାରଣ ବେଳେବେଳେ ଏହାର ସେବନ ପେଟରେ ଏସିଡିଟି ଏବଂ ଅନ୍ୟ କିଛି ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିପାରେ ।

ମାଣ୍ଡିଆରୁ କ'ଣ ଲାଭ ମିଳେ:

ଖାଦ୍ୟ ଓ ପୋଷଣ ବିଶେଷଜ୍ଞ ଡଃ ଦିବ୍ୟା ଶର୍ମା କହିଛନ୍ତି, ମାଣ୍ଡିଆ ଆମ ସ୍ବାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ । ଏହାକୁ ଇଂରାଜୀରେ 'ଫିଙ୍ଗର ମିଲେଟ୍' କୁହାଯାଏ । ଏଥିରୁ ଶରୀରକୁ ଭରପୂର ପୋଷଣ ମିଳିଥାଏ । ଏହା ଗ୍ଲୁଟନ ଫ୍ରି ହୋଇଥିବାରୁ ଆଲର୍ଜି କିମ୍ବା ଅନ୍ୟ କୌଣସି ସ୍ବାସ୍ଥ୍ୟଗତ କାରଣରୁ ଗ୍ଲୁଟନ ଫ୍ରି ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଇଥିବା ଲୋକମାନେ ମାଣ୍ଡିଆ ଖାଇପାରିବେ ।

ମାଣ୍ଡିରେ ପ୍ରଚୁର ମାତ୍ରାରେ ଫାଇବର, ପ୍ରୋଟିନ, କ୍ୟାଲସିୟମ, ଆଇରନ, ମିନେରାଲ, ଭିଟାମିନ ବି1, ବି3, ବି5, ବି6 ଓ ପଲିଫେନୋଲ ଥାଏ, ଯାହାକି ଶରୀର ପାଇଁ ଲାଭକାରୀ । ଏଥିରେ କ୍ୟାଲସିୟମ ଓ ପୋଟାସିୟମ ଭରପୂର ଥିବାରୁ ହାଡ ଓ ଦାନ୍ତ ମଜଭୁତ କରିବାରେ ଏବଂ ଅଷ୍ଟିଓପୋରୋସିସ୍ ଭଳି ହାଡ ରୋଗକୁ ରୋକିବାରେ ସାହାଯ୍ୟ କରେ । ମାଣ୍ଡିଆରେ ନଅ ଆବଶ୍ୟକୀୟ ଅମିନୋ ଏସିଡ୍ ଥାଏ ଏହା କ୍ୟାନ୍ସର ସମେତ ଅନେକ ଗମ୍ଭୀର ରୋଗର ଆଶଙ୍କା ହ୍ରାସ କରେ ।

ଏହାବ୍ୟତୀତ ଏଥିରେ ପ୍ରଚୁର ପରିମାଣର ଆଇରନ ମଧ୍ୟ ମିଳେ । ତେଣୁ ନିୟମିତ ମାଣ୍ଡିଆ ସେବନ ଦ୍ବାରା ରକ୍ତହୀନତା ସମସ୍ୟା ଦୂର ହୋଇପାରେ । ଏଥିରେ ଥିବା ଫାଇବର ହୃଦୟ ସୁସ୍ଥ ରଖେ, ଲିଭର ଫ୍ୟାଟ୍ କମାଇବାରେ ଓ ପାଚନ ତନ୍ତ୍ର ଠିକ୍ ରଖିବାରେ ସାହାଯ୍ୟ କରେ । ଡାଇଟେରୀ ଫାଇବର ଛଡା ମାଣ୍ଡିଆରେ ଥିବା ଫାଇଟିକ ଏସିଡ ଓ ପଲିଫେନୋଲ ଖରାପ କୋଲେଷ୍ଟ୍ରଲ କମାଇବା ଏବଂ ବ୍ଲଡସୁଗାର ନିୟନ୍ତ୍ରଣ ରଖିବାରେ କାର୍ଯ୍ୟ କରେ । ମାଣ୍ଡିଆରେ ଆଣ୍ଟି-ଅକ୍ସିଡାଣ୍ଟ, ଆଣ୍ଟି-ଇନଫ୍ଲାମେଟୋରୀ ଓ ଆଣ୍ଟି-ଡାଇବେଟିକ ଗୁଣ ସହ ଆଣ୍ଟି-ଏଜିଂ ଗୁଣ ମଧ୍ୟ ଥାଏ । ଖାସ୍ କରି ଶୀତ ଦିନେ ଆପଣ ମାଣ୍ଡିଆକୁ ନିଜ ସକାଳ ଭୋଜନ ସାମିଲ କରିପାରିବେ । ଏହାଦ୍ବାରା ଶରୀରରେ ତାପମାତ୍ରା ଓ ଶକ୍ତି ବଜାୟ ରହିଥାଏ ।

କେଉଁମାନେ ମାଣ୍ଡିଆ ଖାଇବା ଅନୁଚିତ୍ ?

ଡାକ୍ତର କହିଛନ୍ତି ଯେ, ମାଣ୍ଡିଆରେ ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣ ରହିଛି ହେଲେ ବେଳେବେଳେ ଏହାର ସେବନ ସହ ଜଡିତ କିଛି ସାବଧାନତା ପ୍ରତି ଧ୍ୟାନ ନଦେଲେ କେତେକ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ଯେହେତୁ ଏଥିରେ ଅଧିକ କ୍ୟାଲେସିମୟ ଥାଏ ତେଣୁ ଯେଉଁ ଲୋକମାନଙ୍କ ଷ୍ଟୋନ ସମସ୍ୟା ବିଶେଷକରି କିଡନୀ ଷ୍ଟୋନ କିମ୍ବା କିଡନୀ ସହ ଜଡିତ ଅନ୍ୟ ସମସ୍ୟା ରହିଛି ସେମାନେ ମାଣ୍ଡିଆ ନ ଖାଇବାକୁ ପରାମର୍ଶ ଦିଆଯାଏ ।

ସେହିପରି ଏହା ଫାଇବରରେ ଭରପୂର ହୋଇଥିବାରୁ ଅଧିକ ଖାଇଲେ କିଛି ଲୋକଙ୍କ ପେଟରେ ଗ୍ୟାସ, କୋଷ୍ଠକାଠିନ୍ୟ, ପେଟ ଫୁଲିବା ଭଳି ସମସ୍ୟା ହୋଇପାରେ । ବିଶେଷକରି ଯେଉଁ ଲୋକମାନଙ୍କ ଏସିଡିଟି, ପେଟରେ ଅଲସର୍, ଗ୍ୟାଷ୍ଟ୍ରୋଇଟିସ୍ ଭଳି ପାଚନ ସମସ୍ୟା ରହିଛି ସେମାନେ ମାଣ୍ଡିଆ ନ ଖାଇବା ଭଲ ।

ଡାକ୍ତର ଆହୁରି କହିଛନ୍ତି, ''ମାଣ୍ଡିଆ ଖାଇଲେ ପ୍ରଚୁର ପାଣି ପିଇବା ଜରୁରୀ । ସବୁବେଳେ ସନ୍ତୁଳିତ ମାତ୍ରାରେ ମାଣ୍ଡିଆ ଖାଆନ୍ତୁ । ଭଲ ଭାବେ ରାନ୍ଧିକି ଖାଇବା ଉଚିତ୍ । ଆପଣ ସବୁଜ ପନିପରିବା, ଫଳ ଓ ପ୍ରୋଟିନରେ ଭରପୂର ଖାଦ୍ୟପଦାର୍ଥ ସହ ମାଣ୍ଡିଆ ଖାଇପାରିବେ । ଏହା ସ୍ବାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ହୋଇଥାଏ ।''

ଏହାବ୍ୟତୀତ, ଯଦି ଆପଣ ମାଣ୍ଡିଆ ଖାଇବାକୁ ଚାହୁଁଛନ୍ତି ତାହେଲେ ଏହାକୁ ଧୀରେ ଧୀରେ ନିଜ ଡାଏଟରେ ସାମିଲ କରନ୍ତୁ, ଯାହାଫଳରେ ଆପଣଙ୍କ ଶରୀର ଅଭ୍ୟସ୍ତ ହୋଇପାରିବେ ।

ମାଣ୍ଡିଆରୁ ତିଆରି ସ୍ବାଦିଷ୍ଟ ଭୋଜନ:

ମାଣ୍ଡିଆ ଆଉ କେବଳ ଜାଉ କିମ୍ବା ହାଲୁଆରେ ସୀମିତ ରହିନି । ଆଜିକାଲି ବଜାରରେ ମାଣ୍ଡିଆର ଚକୋଲେଟ, କେକ୍, କୁକିଜ୍, ମଫିନ୍ସ, ଲଡୁ ଆଦି ଭଳିକି ଭଳି ଖାଦ୍ୟସାମଗ୍ରୀ ଉପଲବ୍ଧ ହେଲାଣି । ଆପଣ ନିଜ ଘରେ ମାଣ୍ଡିଆରୁ ବିଭିନ୍ନ ପ୍ରକାର ସ୍ବାଦିଷ୍ଟ ଓ ସ୍ବାସ୍ଥ୍ୟକର ଭୋଜନ ତିଆରି କରିପାରିବେ ଯେମିତିକି ମାଣ୍ଡିଆ ରୁଟି, ପରଟା, ଇଟିଲି, ହାଲୁଆ, ଖିରି, ଖେଚୁଡି ଇତ୍ୟାଦି ।

ଏହା ମଧ୍ୟ ପଢନ୍ତୁ: ଏସବୁ ଲକ୍ଷଣ ହୋଇପାରେ ଏଡସ୍, ଜାଣନ୍ତୁ କେମିତି ଏଥିରୁ ବଞ୍ଚିବେ

ଏହା ମଧ୍ୟ ପଢନ୍ତୁ: ଶୀତ ଦିନେ ସୁସ୍ଥ ରହିବାକୁ ଚାହୁଁଛନ୍ତି ? ଖାଆନ୍ତୁ ଏହିସବୁ ଖାଦ୍ୟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.