ETV Bharat / sitara

ତାଉ'ତେ ଉଡାଇ ନେଲା ଅମିତାଭଙ୍କ ଅଫିସ ଛାତ - ତାଉ'ତେରେ ଉଡିଗଲା ଅମିତାଭଙ୍କ ଅଫିସ ଛାଡ

ବ୍ଲଗରେ ବାତ୍ୟା ତାଉ'ତେର ଦୁଃଖ ଶୁଣାଇଲେ ଅମିତାଭ । କହିଲେ ତାଙ୍କ ଅଫିସରେ ବନ୍ୟା ପରିସ୍ଥିତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତାଭ ବଚ୍ଚନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତାଭ ବଚ୍ଚନ
author img

By

Published : May 19, 2021, 12:51 PM IST

ମୁମ୍ବାଇ: ଆରବ ସାଗରରୁ ଉଠିଥିବା ବାତ୍ୟା ତାଉ'ତେର ପ୍ରଭାବ ବର୍ତ୍ତମାନ କମିବାରେ ଲାଗିଛି । କେରଳରୁ କର୍ଣ୍ଣାଟକ, ଗୋଆରୁ ମହାରାଷ୍ଟ୍ର ପର୍ଯ୍ୟନ୍ତ ଏବଂ ଗୁଜୁରାଟରେ ଘୂର୍ଣ୍ଣିବଳୟ ସୃଷ୍ଟି କରିବା ପରେ ଏହାର ଗତି ହ୍ରାସ ପାଇଛି, କିନ୍ତୁ ଏହି ବାତ୍ୟା ଅନେକ ସ୍ଥାନରେ କ୍ଷୟକ୍ଷତି କରିଛି । ସେହିପରି ଏହି ବାତ୍ୟାରେ ପ୍ରଭାବିତ ହୋଇଛନ୍ତି ବିଗ ବି ଅମିତାଭ ବଚ୍ଚନ ।

ବ୍ଲଗ୍ ମାଧ୍ୟମରେ ପ୍ରଶଂସକଙ୍କୁ ଏହି ସୂଚନା ଦେଇଛନ୍ତି ସେ । ଆଉ କହିଛନ୍ତି ଯେ ବାତ୍ୟା ତାଉ'ତେ ଯୋଗୁଁ ତାଙ୍କ ଅଫିସରେ ବର୍ଷା ପାଣି ଭରି ଯାଇଥିଲା । ଯେଉଁ କାରଣରୁ ଅଫିସରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହା ବ୍ୟତୀତ ତାଙ୍କ କାର୍ଯ୍ୟାଳୟର ଛାତ ମଧ୍ୟ ପବନରେ ଉଡିଯାଇଛି ।

ସେହିପରି ସେ ବ୍ଲଗରେ ଲେଖିଥିଲେ, ‘ତାଉ'ତେ ପାଇଁ ସବୁ ସ୍ଥାନରେ ନୀରବତା ଦେଖିବାକୁ ମିଳୁଛି । ଦିନସାରା ପ୍ରବଳ ବର୍ଷା ହେବା ଯୋଗୁ ସହରରେ ଅନେକ ଗଛ ଉପୁଡିଯାଇଛି । ସବୁ ସ୍ଥାନରେ ପାଣି ଭରିଯାଏ । ମୋ ଅଫିସରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ ବର୍ଷା ଯୋଗୁଁ ପ୍ଲାଷ୍ଟିକ୍ କଭର ସିଟ୍ ଛିଣ୍ଡିଯାଇଛି । କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ଛାୟା ଏବଂ ଆଶ୍ରୟସ୍ଥଳ ମଧ୍ୟ ଉଡିଗଲା । କିନ୍ତୁ ଯୁଦ୍ଧ ଭାବନା ​​ଏପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ଅଛି । ସମସ୍ତେ ପ୍ରସ୍ତୁତ, ବାହାରକୁ ଯାଇ ଏହାକୁ ଠିକ୍ କରିବା ପାଇଁ । ଓଦା ଅବସ୍ଥାରେ ମଧ୍ୟ କାମ ଜାରି ଅଛି ।’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.