ETV Bharat / sitara

ଭାରତକୁ ସାହାଯ୍ୟ ପାଇଁ ବିଶ୍ବକୁ ନିବେଦନ କଲେ ଅମିତାଭ

author img

By

Published : May 10, 2021, 9:29 AM IST

ଏକ କାର୍ଯ୍ୟକ୍ରମରେ ଭର୍ଚୁଆଲ ଯୋଗ ଦେଇ ଭାରତକୁ ସହଯୋଗର ହାତ ବଢାଇବା ପାଇଁ ବିଶ୍ବକୁ ଅନୁରୋଧ କଲେ ଅମିତାଭ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: କୋରୋନା ପାଇଁ ବର୍ତ୍ତମାନ ସମସ୍ତେ ଭୟଭୀତ । ଏହି ମହାମାରୀ ସମସ୍ତଙ୍କ ଜୀବନ ଉପରେ ପ୍ରଭାବ ପକାଉଛି । ସାଧାରଣ ଲୋକଙ୍କଠୁ ନେଇ ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଏହି ସଂକ୍ରମଣରେ ସଂକ୍ରମିତ ହେବାରେ ଲାଗିଛନ୍ତି । ସେପଟେ ଲୋକଙ୍କୁ ବାରମ୍ବାର ସଚେତନା ବାର୍ତ୍ତା ଦେବାରେ ଲାଗିଛନ୍ତି ସେଲିବ୍ରିଟି । ଇତିମଧ୍ୟରେ ଦେଶବାସୀଙ୍କ ସାହସ ବଢାଇଛନ୍ତି ବିଗ୍ ବି ଅମିତାଭ ବଚ୍ଚନ ।

78 ବର୍ଷିୟ ଅମିତାଭ ଏକ କାର୍ଯ୍ୟକ୍ରମରେ ଭର୍ଚୁଆଲ ଯୋଗ ଦେଇଥିଲେ । ଯେଉଁଥିରେ ସେ ଭାରତରେ କୋରୋନା ମହାମାରୀ ବିଷୟରେ ଆଲୋଚନା କରି ଦେଶବାସୀଙ୍କୁ ସାହାସ ଯୋଗାଉଥିବାର ନଜର ଆସୁଛନ୍ତି । ଏହାସହ ସେ କୋରୋନା ମହାମାରୀର ଦ୍ବିତୀୟ ଲହରର ସମ୍ମୁଖୀନ ହେଉଥିବା ଭାରତକୁ ସାହାଯ୍ୟ କରିବାକୁ ବିଶ୍ବ ସମୁଦାୟକୁ ନିବେଦନ ମଧ୍ୟ କରିଛନ୍ତି। ଏହି ଅବସରରେ ସେ ଟୀକାକରଣର ଗୁରୁତ୍ବ ବିଷୟରେ ଜଣାଇଛନ୍ତି।

ସେପଟେ ଏହାକୁ ଟ୍ବିଟରରେ ସେୟାର କରି ସେ ଲେଖିଛନ୍ତି, ‘କନସର୍ଟର ଏକ ଅଂଶ ହେବା ମୋ ପାଇଁ ସୌଭାଗ୍ୟ କଥା ଏବଂ ଭାରତ ପାଇଁ ସଂଗ୍ରାମ ।’ ପ୍ରକାଶ ଥାଉକି ଅମିତାଭ ଭ୍ୟାକ୍ସ ଲାଇଭ ଗ୍ଲୋବାଲ ଇଭେଣ୍ଟରେ ଅଂଶଗ୍ରହଣ କରିଥିଲେ । ଏହାପୂର୍ବରୁ ମଧ୍ୟ ଅମିତାଭ ସୋସିଆଲ ମିଡିଆରେ ଦେଶବାସୀଙ୍କୁ ସଚେତନା ବାର୍ତ୍ତା ବାଣ୍ଟିସାରିଛନ୍ତି । ଆଉ ନିଜ ଦ୍ବାରା ଯାହା ସମ୍ଭବ ତାହା କରୁଛନ୍ତି । ସେ ଦେଶବାସୀଙ୍କୁ ସାହାଯ୍ୟ ଏବଂ ସହଯୋଗ କରୁଥିବାର ନଜର ଆସୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.