ETV Bharat / sitara

ଫିଲ୍ମ ନୁହେଁ ଫ୍ୟାମିଲ ବିଜନେସ କରିବେ ବିଗ୍‌ ବିଙ୍କ ନାତୁଣୀ - ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ନାତୁଣୀଙ୍କ ନ୍ୟୁଜ

ନବ୍ୟାଙ୍କ ବଡ ନିଷ୍ପତ୍ତି । ବଲିଉଡରେ କରିବେନି ପଦାର୍ପଣ । ଫ୍ୟାମିଲି ବିଜନେସରେ ସାମିଲ ହେବାର ଯୋଜନା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନବ୍ୟା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନବ୍ୟା
author img

By

Published : Feb 17, 2021, 1:28 PM IST

ମୁମ୍ବାଇ: ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ନାତୁଣୀ ତଥା ତାଙ୍କ ଲାଡଲୀ ଶ୍ବେତା ନନ୍ଦାଙ୍କ ଝିଅ ନବ୍ୟା ନବେଲି ନନ୍ଦାଙ୍କୁ ନେଇ ବଡ ଖବର ଶୁଣିବାକୁ ମିଳୁଛି । ବଲିଉଡରେ କାମ କରିବେ କି ନାହିଁ ତାହା ନେଇ ମୁହଁ ଖୋଲିଛନ୍ତି ନବ୍ୟା । ପ୍ରାୟ ଷ୍ଟାରକିଡ୍ସ ବଲିଉଡରେ ନିଜ କ୍ୟାରିୟର ଗଢିବାକୁ ଚେଷ୍ଟା କରୁଥିବା ବେଳେ ଭିନ୍ନ ନିଷ୍ପତ୍ତି ନେଇଛନ୍ତି ସେ । ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ।

ଆଜ୍ଞା ହଁ, ସେ ବଲିଉଡରେ କାମ କରିବାକୁ ଚାହୁଁନାହାଁନ୍ତି । କାରଣ ସେ ନିଷ୍ପତ୍ତି ନେଇଛନ୍ତି ବିଜନେସ ଦୁନିଆରେ ପଦାର୍ପଣ କରିବାକୁ । ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ସେ ଏହା ବିଷୟରେ ଖୁଲାସା କରିଥିଲେ । ଆଉ ଜଣାଇଥିଲେ ଯେ ନିଜ ବାପାଙ୍କ ସହ ଫ୍ୟାମିଲି ବିଜନେସରେ ନିଜ ଭାଗ୍ୟ ପରୀକ୍ଷା କରିବେ । ସେ ପରିବାର ଚତୁର୍ଥ ପିଢି ଏବଂ ପ୍ରଥମ ମହିଳା ଯିଏ ବିଜନେସକୁ ଲିଡ କରିବେ । ଆଉ ଜେଜେବାପା ଏଚପି ନନ୍ଦାଙ୍କ ଦ୍ବାରା ମିଳିଥିବା ସମ୍ପତ୍ତିକୁ ଆଗାକୁ ବଢାଇବା ପାଇଁ ଗର୍ବିତ ଅନୁଭବ କରୁଛନ୍ତି ।

ସେହିପରି ସେ ଦେଶର ଅନେକ ମହିଳାଙ୍କ ଉଦାହରଣ ଦେଇ କହିଥିଲେ, ‘ଆମ ଦେଶର ସମସ୍ତ ମହିଳା ନିଜର ବ୍ୟବସାୟ ଆରମ୍ଭ କରିଛନ୍ତି ଏବଂ ଅନେକ ରେକର୍ଡ ମଧ୍ୟ ଭାଙ୍ଗିବାରେ ସଫଳ ହୋଇଛନ୍ତି । ଏଭଳି ପରିସ୍ଥିତିରେ, ମୋର ସୌଭାଗ୍ୟ ଯେ ମୁଁ ମଧ୍ୟ ବାଣିଜ୍ୟର ଅଂଶ ହେବାକୁ ଯାଉଛି ।’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.