ମୁମ୍ବାଇ: ଚୁଲବୁଲି ଅଭିନେତ୍ରୀ ସାରା ଅଲ୍ଲୀ ଖାନଙ୍କ ସହ ଏଥର ପରଦାରେ ନଜର ଆସିବେ ଖିଲାଡି ଅକ୍ଷୟ କୁମାର । ଆଉ ଫିଲ୍ମରେ ତାଙ୍କ ସହ ରୋମାନ୍ସ କରିବେ ସାଉଥ ସୁପରଷ୍ଟାର ଧନୁଷ । ବର୍ତ୍ତମାନ ରୋମାଣ୍ଟି ଡ୍ରାମା ଫିଲ୍ମ ‘ଅତରଙ୍ଗୀ ରେ’ର ଶେଷ ସିଡ୍ୟୁଲ ସୁଟିଂରେ ବ୍ୟସ୍ତ ଏହି ଷ୍ଟାର୍ସ । ସୋମବାର ଏହି ଫିଲ୍ମର ସୁଟିଂ ଆଗ୍ରାର ସୌନ୍ଦର୍ଯ୍ୟଭରା ସ୍ଥାନରେ ଆରମ୍ଭ ହୋଇଥିଲା ।
ଫିଲ୍ମ ସେଟରୁ ଭାଇରାଲ ହୋଇଥିବା ଫଟୋରେ ଦେଖିବାକୁ ମିଳୁଛି ଅକ୍ଷୟ ତାଜମହଲ ସାମ୍ନାରେ ଶାହାଜାନ ସାଜି ଡାନ୍ସ କରୁଥିବାର । ସେହିପରି ସାରା ପିଙ୍କ କଲର ଆଉଟଫିଟ୍ରେ ନଜର ଆସୁଛନ୍ତି ।
ପୂର୍ବରୁ ଫିଲ୍ମ ସୁଟିଂ ବାରଣାସୀ, ତାମିଲନାଡୁ, ମୁମ୍ବାଇ ଓ ଦିଲ୍ଲୀରେ ହୋଇସାରିଛି । ତିନି ମାସର ସୁଟିଂ ସିଡ୍ୟୁଲ ନିର୍ଦ୍ଧାରିତ କରିଥିଲେ ମେକର୍ସ । ଏହାର ସୂଚନା ଫିଲ୍ମର ନିର୍ଦ୍ଦେଶକ ଆନନ୍ଦ ଏଲ ରାୟ ନିକଟରେ ଦେଇଥିଲେ ।
ପ୍ରକାଶ ଥାଉକି ଲକଡାଉନ ପୂର୍ବରୁ ସାରା ଓ ଧନୁଷ ବାରାଣାସୀରେ ଫିଲ୍ମର ପ୍ରଥମ ସିଡ୍ୟୁଲ ସୁଟିଂ ଶେଷ କରିସାରିଥିଲେ । ବାରାଣାସୀରେ ଦେଢ ସପ୍ତାହ ପର୍ଯ୍ୟନ୍ତ ସୁଟିଂ କରାଯାଇଥିଲା । ସେହିପରି ଏହି ରୋମାଣ୍ଟିକ ଡ୍ରାମା ଫିଲ୍ମରେ ସଙ୍ଗୀତର ତଡକା ଲଗାଇବେ ଫେମସ ସଙ୍ଗୀତକାର ଏଆର ରେହମାନ । ଆଉ ଫିଲ୍ମର କାହାଣୀ ଲେଖିଛନ୍ତି ହିମାଂଶୁ ଶର୍ମା । ଆସନ୍ତା ବର୍ଷ ଭାଲେଣ୍ଟାଇନ ଡେରେ ଫିଲ୍ମ ରିଲିଜ କରିବାକୁ ଯୋଜନା କରିଛନ୍ତି ମେକର୍ସ ।
@IANS