ମୁମ୍ବାଇ: ବି-ଟାଉନର ସିଂଘମ ଅଜୟ ଦେବଗନଙ୍କ ଯାଦୁ ଏଥର ଡିଜିଟାଲ ଦୁନିଆରେ ଦେଖିବାକୁ ମିଳିବ । କାରଣ ସେ ଖୁବଶୀଘ୍ର ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି । ଯାହାର ହିଣ୍ଟ ସେ ସୋମବାର ଫ୍ୟାନ୍ସଙ୍କୁ ଦେଇ ଖୁସ୍ କରିଦେଇଥିଲେ । ନିଜର ଡେବ୍ୟୁ ସିରିଜ ପାଇଁ ସେ ଡିଜନି ପ୍ଲସ ହଟଷ୍ଟାର ସହ ହାତ ମିଶାଇଛନ୍ତି । ସେ ବ୍ରିଟିଶ ୱେବ ସିରିଜ ‘ଲୁଥର’ର ହିନ୍ଦୀ ରିମେକରେ ନଜର ଆସିବେ ।
-
Ek din ka intezaar aur ek badi news! Can't wait to share it with you all tomorrow... Stay tuned. pic.twitter.com/ecvg2tCoeW
— Ajay Devgn (@ajaydevgn) April 19, 2021 " class="align-text-top noRightClick twitterSection" data="
">Ek din ka intezaar aur ek badi news! Can't wait to share it with you all tomorrow... Stay tuned. pic.twitter.com/ecvg2tCoeW
— Ajay Devgn (@ajaydevgn) April 19, 2021Ek din ka intezaar aur ek badi news! Can't wait to share it with you all tomorrow... Stay tuned. pic.twitter.com/ecvg2tCoeW
— Ajay Devgn (@ajaydevgn) April 19, 2021
ସେହିପରି ମଙ୍ଗଳବାର ସେ ଏହି ସିରିଜର ଘୋଷଣା କରିବେ ବୋଲି ଟ୍ବିଟରେ ସୂଚନା ଦେଇଥିଲେ । ସେ ନିଜର ଏକ ଭିଡିଓ ପୋଷ୍ଟ କରି ଟ୍ବିଟରେ ଲେଖିଥିଲେ, ‘ଗୋଟିଏ ଦିନର ଅପେକ୍ଷା ଆଉ ଏକ ବଡ ନ୍ୟୁଜ । ଅପେକ୍ଷା କରିପାରୁନାହିଁ ତୁମ ସହ ଏହାକୁ ସେୟାର କରିବା ପାଇଁ । କାଲି ଅପେକ୍ଷା କରନ୍ତୁ ।’ ଆଉ ଭିଡିଓରେ ସେ କହୁଛନ୍ତି, ‘ବଡ ଖବରର ଘୋଷଣା କରିବି ହେଲେ ଆଜି ନୁହେଁ କାଲି ।’
ଖାଲି ଏତିକି ନୁହେଁ ଅଜୟଙ୍କ ପ୍ରଡକ୍ସନ ହାଉସରେ ନିର୍ମିତ ହୋଇଥିବା ଦୁଇଟି ଫିଲ୍ମ ‘ଦ ବିଗ ବୁଲ’ ଓ ‘ଭୁଜ- ଦ ପ୍ରାଇଡ ଅଫ୍ ଇଣ୍ଡିଆ’କୁ ଡିଜନି ମୋଟା ଅଙ୍କ ଦେଇ କିଣିଛି । ଏହି ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ଦୁଇ ଫିଲ୍ମ ।