ETV Bharat / sitara

20 ବର୍ଷରେ ‘ଲଗାନ’, ‘ଲାଲ ସିଂ ଚଡ୍ଡା’ ଲୁକରେ ଆମୀର

author img

By

Published : Jun 16, 2021, 7:27 AM IST

ଭାଇରାଲ ହେଲା ଆମୀରଙ୍କ ନୂଆ ଭିଡିଓ । ‘ଲାଲ ସିଂ ଚଡ୍ଡା’ ଅବତାରରେ ଆସିଲେ ନଜର । ‘ଲଗାନ’ ରିଲିଜକୁ 20 ବର୍ଷ ପୂରଣ ଅବସରରେ ଭିଡିଓ ପୋଷ୍ଟ କରିଛନ୍ତି ଆମୀର । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆମୀର ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆମୀର ଖାନ

ମୁମ୍ବାଇ: ମଙ୍ଗଳବାର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନଙ୍କ ବ୍ଲକବଷ୍ଟର ଫିଲ୍ମ ‘ଲଗାନ’ ରିଲିଜକୁ 20 ବର୍ଷ ପୂରଣ ହୋଇଥିଲା । ଏହି ଫିଲ୍ମ 2001 ଜୁନ 15ରେ ରିଲିଜ ହୋଇଥିଲା । ଯାହାକୁ ପସନ୍ଦ କରିଥିଲେ ପୁରା ବିଶ୍ବବାସୀ । ଏହି ଅବସରରେ ଆମୀର ନିଜର ଅପକମିଂ ଫିଲ୍ମ ‘ଲାଲ ସିଂ ଚଡ୍ଡା’ର ଲୁକ ସହ ଏକ ସୁନ୍ଦର ଭିଡିଓ ସେୟାର କରିଛନ୍ତି ।

ଭିଡିଓ ମାଧ୍ୟମରେ ସୁପରଷ୍ଟାର କେବଳ ଫିଲ୍ମ ନିର୍ମାଣ ଏବଂ ଯାତ୍ରା ସହ ଜଡିତ ସମସ୍ତଙ୍କୁ ଧନ୍ୟବାଦ ଦେଇନାହାଁନ୍ତି ବରଂ ଲଗାନରେ ଦେଇଥିବା ପ୍ରେମ ପାଇଁ ପ୍ରଶଂସକ ଏବଂ ସିନେମା ଉତ୍ସାହୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

ସେହିପରି ମଙ୍ଗଳବାର ସୋସିଆଲ ମିଡିଆରେ ‘#MyLagaan’ ଟ୍ରେଣ୍ଡ ମଧ୍ୟ କରୁଥିଲା । ପ୍ରକାଶ ଥାଉକି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ଆଶୁତୋଷ ଗୋୱାରିକର ତୁଲାଇଥିବା ବେଳେ ଆମୀରଙ୍କ ସହ ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଗ୍ରେସି ସିଂ । ଖାଲି ଏତିକି ନୁହେଁ ଏହି ଫିଲ୍ମ ଓସ୍କାର ପ୍ରତିଯୋଗୀତା ଦୌଡରେ ମଧ୍ୟ ସାମିଲ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.