ETV Bharat / sitara

ଦିଲ୍ଲୀରେ ମହିଳା କ୍ୟାବ ବ୍ୟବହାର କରୁଛନ୍ତି ମିଷ୍ଟର ପର୍ଫେକ୍ସନିଷ୍ଟ

author img

By

Published : Oct 6, 2020, 1:40 PM IST

ପୁଣିଥରେ ନିଜ ପ୍ରତିଶୃତି ପାଳନ କଲେ ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ । ଗତ 10 ବର୍ଷରୁ ମହିଳାଙ୍କୁ ଏହିପରି ସାହାଯ୍ୟ କରିଆସୁଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆମୀର ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆମୀର ଖାନ

ମୁମ୍ବାଇ: ସୁପରଷ୍ଟାର ଆମୀର ଖାନ ନିଜ ପୁରା ଟିମ ସହ ଦିଲ୍ଲୀରେ ନିଜର ବହୁ ଚର୍ଚ୍ଚିତ ଅପକମିଂ ଫିଲ୍ମ ‘ଲାଲ ସିଂ ଚଡ୍ଡା’ର ସୁଟିରେ ବ୍ୟସ୍ତ ଅଛନ୍ତି । ଇତିମଧ୍ୟରେ ସେ ଟିମ୍ ସହ ମିଶି ମହିଳାଙ୍କୁ ପୁଣିଥରେ ସହଯୋଗର ହାତ ବଢାଇଛନ୍ତି । ସେ ଦିଲ୍ଲୀରେ ସୁଟିଂ ସମୟରେ ମହିଳାଙ୍କ ଦ୍ବାରା ପରିଚାଳିତ ସଖା ଟ୍ୟାକ୍ସିରୁ ସେବା ନେବାକୁ କହିଛନ୍ତି ।

ଘରୋଇ ନିର୍ଯାତନା ତଥା ନିର୍ଯାତନାର ଶିକାର ହୋଇଥିବା ମହିଳାମାନଙ୍କୁ ରୋଜଗାରର ସୁଯୋଗ ପ୍ରଦାନରେ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟକୁ ପ୍ରଶଂସା କରି ଆମୀର ପ୍ରଥମେ ‘ସତ୍ୟମେବ ଜୟତେ’ ଠାରେ ସାଖା କ୍ୟାବ ପରିଚୟ ଦେଇଥିଲେ। ସେବେଠାରୁ ଆମୀର ତାଙ୍କୁ ସମର୍ଥନ କରିଆସୁଥିବା ସହ ତାଙ୍କ ସେବାର ଦୃଢ ସମର୍ଥକ ମଧ୍ୟ। ଆଉ ସେହିଠାରେ ସେମାନଙ୍କୁ ପ୍ରତିଶୃତି ଦେଇଥିଲେ ଯେ ଯେତେବେଳେ ବି ସେ ଦିଲ୍ଲୀ ଆସିବେ, ସେ ତାଙ୍କ ସେବା ବ୍ୟବହାର କରିବେ।

ପ୍ରକାଶ ଥାଉକି ଗତ 10 ବର୍ଷ ଧରି ଆମୀର ତାଙ୍କ ଏହି ପ୍ରତିଶ୍ରୁତି ପାଳନ କରିଆସୁଛନ୍ତି। କୋଭିଡ -19 ହେତୁ ଏବଂ ସମସ୍ତଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ସେମାନେ ମହିଳା ଡ୍ରାଇଭରଙ୍କ ପାଇଁ 45 ଦିନ ରହିବା ଏବଂ ଅନ୍ୟାନ୍ୟ ଆବଶ୍ୟକତା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.