ମୁମ୍ବାଇ: ସୁପରଷ୍ଟାର ଆମୀର ଖାନଙ୍କ ଲାଡଲୀ ଇରା ଖାନ ଲାଇମଲାଇଟରେ ରହିବାକୁ କେବେ ସୁଯୋଗ ଛାଡନ୍ତି ନାହିଁ । ସେ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାର ବିଷୟ ପାଲଟିଥାଆନ୍ତି । ଇତିମଧ୍ୟରେ ତାଙ୍କୁ ନେଇ ସାମ୍ନାକୁ ଆସିଛି ନୂଆ ଖବର । ଶୁଣିବାକୁ ମିଳୁଛି ଯେ ସେ ନୂଆ ପ୍ରଫେଶନ ଚୟନ କରିଛନ୍ତି । ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ । କାରଣ ଫିଲ୍ମ ଜଗତଠୁ ଦୂରେଇ ରହୁଥିବା ଇରା ଏବେ ଟାଟୁ ଆର୍ଟିଷ୍ଟ ସାଜିଛନ୍ତି ।
- " class="align-text-top noRightClick twitterSection" data="
">
ଇନଷ୍ଟାଗ୍ରାମରେ ନିଜର ପ୍ରଥମ ଟାଟୁ ଭିଡିଓ ସେୟାର ଏହାର ସୂଚନା ଫ୍ୟାନ୍ସଙ୍କୁ ଦେଇଛନ୍ତି । ଯେଉଁଥିରେ ତାଙ୍କ ଦ୍ବାରା ତିଆରି ହୋଇଥିବା ଟାଟୁ ଦେଖିବାକୁ ମିଳୁଛି । ଆଉ ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ବକେଟ ଲିଷ୍ଟ ଆଇଟମ ନମ୍ବର 5 ଡନ। ମୁଁ ପ୍ରଥମ ଟାଟୁ ତିଆରି କରିଛି । ଧନ୍ୟବାଦ ନୂପୁର ମୋ ଉପରେ ବିଶ୍ବାସ କରିବା ପାଇଁ । ମତେ ଲାଗୁଛି ମୋ ପାଖରେ ବର୍ତ୍ତମାନ ଭିନ୍ନ କ୍ୟାରିୟର ମଧ୍ୟ ଅଛି ।’
ପ୍ରକାଶ ଥାଉକି ଆମୀର ବର୍ତ୍ତମାନ ନିଜର ଅପକମିଂ ଫିଲ୍ମ ‘ଲାଲ ସିଂ ଚଡ୍ଡା’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ତାଙ୍କ ସହ ରୋମାନ୍ସ କରୁଥିବାର ଦେଖାଯିବେ ବେବୋ କରୀନା କପୁର ଖାନ ।