ହାଇଦ୍ରବାଦ: ସୌରଭ ଚକ୍ରବର୍ତ୍ତୀଙ୍କ ଆଗାମୀ ସ୍ପାଏ ଥ୍ରୀଲର ଫିଲ୍ମ ‘ହେଲେନ’ରେ ନଜର ଆସିବେ ସନ୍ନି ଲିଓନି । ବଲିଉଡର ଆଇଟମ ଗର୍ଲ ଭାବରେ ପରିଚିତ ସନ୍ନି ଲିଓନି ଏଥିରେ ଓକିଲର ଭୂମିକା କରିବେ ।
ସନ୍ନିଙ୍କୁ କଳା କୋର୍ଟରେ ଯୁକ୍ତି କରୁଥିବାର ଦେଖିବାକୁ ମିଳିବ । ସୂତ୍ରରୁ ପ୍ରକାଶ ସନ୍ନି ଏବେ ଭିନ୍ନ ଭିନ୍ନ ଚରିତ୍ର କରିବା ପାଇଁ କାଫି ସରିଏସ ଅଛନ୍ତି । ଏଥିରେ ସନ୍ନିଙ୍କର ଏକଦମ ଅଲଗା ଚରିତ୍ର ଦେଖିବାକୁ ମିଳିବ ।
ଏହି ଥ୍ରିଲର ଫିଲ୍ମକୁ ମୁମ୍ବାଇ ଓ ମରିସିୟସ ସୁଟିଂ କରାଯିବ । ତେବେ ଫିଲ୍ମର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ମୁକେଶ କୁମାର । ତେବେ ସନ୍ନିଙ୍କୁ 2017ରେ ଶେଷ ଥର ପାଇଁ ‘ତେରା ଇନ୍ତିଜାର’ରେ ଦେଖିବାକୁ ମିଳିଥିଲା ।