ମୁମ୍ବାଇ: ସେକ୍ସୀ ଅଭିନେତ୍ରୀ ସନ୍ନି ଲିଓନୀ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରୁହନ୍ତି । ପ୍ରାୟତଃ ସେ ପ୍ରତିଦିନ କିଛି ନା କିଛି ଫ୍ୟାନ୍ସଙ୍କ ପାଇଁ ସେୟାର କରୁଥିବାର ନଜର ଆସିଥାଆନ୍ତି । ତାଙ୍କ ଫଟୋ, ଭିଡିଓ ଫ୍ୟାନ୍ସଙ୍କୁ ଖୁବ୍ ପସନ୍ଦ ମଧ୍ୟ ଆସିଥାଏ । ଇତିମଧ୍ୟରେ ସନ୍ନିଙ୍କ ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସନ୍ନି ସ୍ବାମୀ ଡେନିୟଲଙ୍କ ସହ କଙ୍ଗନା ରାଣାୱତଙ୍କ ଫେମସ ଗୀତରେ ଡାନ୍ସ କରୁଥିବାର ନଜର ଆସୁଛନ୍ତି ।
- " class="align-text-top noRightClick twitterSection" data="
">
ଏହି ଭିଡିଓଟିକୁ ଇନଷ୍ଟାଗ୍ରାମରେ ସନ୍ନି ସେୟାର କରିଛନ୍ତି । ଭିଡିଓଟିକୁ ଏଯାବତ 18 ଲକ୍ଷରୁ ଅଧିକ ଥର ଦେଖାସରିଲାଣି । ଏହି ଭିଡିଓରେ ସନ୍ନି ଟିକ ଟକରେ ବାଜୁଥିବା ଗୀତ 'ସାଡି ଗଲି'ରେ ଡାନ୍ସ କରୁଛନ୍ତି । ଏହି ଗୀତଟି କଙ୍ଗନାଙ୍କ ଫିଲ୍ମ 'ତନୁ ୱେଡସ ମନୁ'ର । ଖାସ୍ କଥା ଏହା ହେଲା କି ଏହି ଭିଡିଓରେ ସନ୍ନିଙ୍କ ସହ ଡେନିୟଲ ମଧ୍ୟ ଡାନ୍ସ କରୁଥିବାର ଦେଖାଯାଇଛନ୍ତି ।
ଭିଡିଓରେ ଆପଣ ଦେଖିପାରିବେ ସନ୍ନି ବିନ୍ଦାସ ଅନ୍ଦାଜରେ ଦେଶୀ ଡାନ୍ସ କରୁଛନ୍ତି । ଏହାପୂର୍ବରୁ ମଧ୍ୟ ସନ୍ନିଙ୍କ ଅନେକ ଭିଡିଓ ଭାଇରାଲ ହୋଇଥିଲା ।