ଜୟପୁର: ସୁନ୍ଦରୀ ଅଭିନେତ୍ରୀ କରିସ୍ମା କପୁର ଓ ଆକ୍ସନ ହିରୋ ସନ୍ନି ଦେଓଲଙ୍କୁ ଜୟପୁର କୋର୍ଟରୁ ମିଳିଛି ଆଶ୍ବସ୍ତି । 22 ବର୍ଷ ପୁରୁଣା ଟ୍ରେନ ଚେନ ପୁଲିଂ ମାମଲାରେ ଦୁଇଜଣଙ୍କୁ ମୁକ୍ତ କରାଯାଇଛି । 1997ରେ ଅଜମେର ରେଳ ଡିଭିଜନରେ ଚେନ ପୁଲିଂ ମାମଲାରେ ଫଶିଥିଲେ ଏହି ଦୁଇ କଳାକାର ।
ଏହି ଦଣ୍ଡରେ କରିସ୍ମା ଓ ସନ୍ନିଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା । ରେଳ ଅଦାଲତ ସେପ୍ଟେମ୍ବର 17ରେ ରେଳ ଅଧିନିୟମ ଧାରା ଅନୁଯାୟୀ 141,145, ଏବଂ 147ରେ ଦୁଇଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।
ନ୍ୟାୟାଧୀଶ ପବନ କୁମାର ଶୁକ୍ରବାର କହିଥିଲେ କି ରେଳ ଅଦାଲତ ଦୁଇଜଣଙ୍କୁ ସେହି ଧାରା ଅନୁଯାୟୀ ଦୋଷୀ କରିଥିଲେ । ଯାହାକୁ 2010ରେ ସେଶନ କୋର୍ଟ ଦ୍ବାରା ରଦ୍ଦ କରାଯାଇଥିଲା । ଆଉ ଦୁଇଜଣଙ୍କ ମାମଲାରେ ପର୍ଯ୍ୟାପ୍ତ ସାକ୍ଷୀର ଅଭାବ ଥିବାରୁ ଦୁଇଜଣଙ୍କୁ ଆଶ୍ବସ୍ତି ମିଳିଛି ।
ପ୍ରକାଶ ଥାଉକି ନରେନା ରେଳଷ୍ଟେସନରେ ଅଜମେର ରେଳ ଡିଭିଜନରେ ଚେନ ଟାଣିବା ଘଟଣା ସାମ୍ନାକୁ ଆସିଥିଲା । ଯାହା ପାଇଁ 2419-ଏ ଏକ୍ସପ୍ରେସ 25 ମିନିଟ ବିଳମ୍ବରେ ପହଞ୍ଚିଥିଲା । ସନ୍ନି ଓ କରିସ୍ମା ସେଶନ କୋର୍ଟରେ ମାମଲା ବିରୋଧରେ ଏକ ଯାଚିକା ଦାୟର କରିଥିଲେ । ଯାଚିକାଟିକୁ ଦୁଇଜଣଙ୍କ ଓକିଲ ଏକେ ଜୈନ ଦାଖଲ କରିଥିଲେ ।