ETV Bharat / sitara

63ରେ ଆକ୍ସନ ହିରୋ ସନ୍ନି, ବିବାହ ପରେ ଡିମ୍ପଲଙ୍କୁ କରୁଥିଲେ ଡେଟ - ସନ୍ନି ଦେଓଲଙ୍କ ଦୁଇ ପୁଅ କରନ ଓ ରାଜବୀ ଦେଓଲ

ବିଜେପି ସାଂସଦ ସନ୍ନି ଦେଓଲଙ୍କ ଆଜି 63ତମ ଜନ୍ମଦିନ । ଆକ୍ସନରେ ହିଟ୍ ଥିବାବେଳେ ରୋମାନ୍ସରେ ସୁପରହିଟ୍ ଥିଲେ ସନ୍ନି । ବିବାହ ପରେ ଡିମ୍ପଲ କାପଡିୟାଙ୍କ ସହ ରିଲେସନଶିପକୁ ନେଇ ଥିଲେ ଚର୍ଚ୍ଚାରେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସନ୍ନି ଦେଓଲ ଫ୍ଯାନକ୍ଲବ
author img

By

Published : Oct 19, 2019, 10:10 AM IST

ମୁମ୍ବାଇ: ଢାଇ କିଲୋର ହାତ ଯାହା ଉପରେ ପଡେ ସେ ଉଠେନାହିଁ ଉଠିଯାଏ ଏହି ଡାଇଲଗ ଆପଣ ନିହାତି ଶୁଣିଥିବେ । ଆଜ୍ଞା ହଁ, ଏହି ଦମଦାର ଡାଇଗଲକୁ ପରଦାରେ ସତ ସାବ୍ୟସ୍ତ କରିଥିଲେ ଆକ୍ସନ ହିରୋ ସନ୍ନି ଦେଓଲ । ସେ ନିଜ ଆକ୍ସନ ଏବଂ ଡାଇଲଗ ଡିଲିଭରୀ ବଳରେ ଆଜି ତାଙ୍କ କୋଟି କୋଟି ପ୍ରଶଂସକ । ‘ଦାମିନୀ’, ‘ଇନ୍ତେକାମ’, ‘ଘାୟଲ’, ‘ସଲାଖେଁ’ ଏବଂ ‘ଗଦର’ ଭଳି ଫିଲ୍ମରେ ନିଜ ଶାନଦାର ଅଭିନୟ ଜରିଆରେ ଦର୍ଶକଙ୍କ ହୃଦୟରେ ଆଜି ମଧ୍ୟ ରହିଛନ୍ତି । ହୁଏତ ଆଜି ସନ୍ନି ଅଭିନେତାରୁ ନେତା ସାଜିସାରିଛନ୍ତି କିନ୍ତୁ ଏବେ ମଧ୍ୟ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା କମ ନୁହେଁ । ଆଜି ଏହି ବିଶିଷ୍ଟ ଅଭିନେତାଙ୍କ 63ତମ ଜନ୍ମଦିନ । ଆସନ୍ତୁ ଜାଣିବା 1956 ଅକ୍ଟୋବର 19ରେ ଜନ୍ମିତ ସନ୍ନିଙ୍କ ବିଷୟରେ କିଛି ଖାସ୍...

photo-1
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସନ୍ନି ଦେଓଲ ଫ୍ଯାନକ୍ଲବ
photo-2

ସନ୍ନିଙ୍କ ଆକ୍ସନ ଫିଲ୍ମ ଯେତେ ହିଟ୍ ହୋଇଥିଲା ସେତିକି ତାଙ୍କ ରୋମାନ୍ସ ମଧ୍ୟ । ତାଙ୍କ ରୋମାନ୍ସ କେବଳ ସିଲଭର ସ୍କ୍ରିନ ପର୍ଯ୍ୟନ୍ତ ସୀମିତ ନଥିଲା ବରଂ ରିୟଲ ଲାଇଫରେ ଦେଖିବାକୁ ମିଳିଥିଲା । ସନ୍ନି ଜଣେ ରିଜର୍ଭ ଆକ୍ଟର । ସେ ସୋସିଆଲ ଲାଇଫ, ବଲିଉଡ ପାର୍ଟି ଏବଂ ଆୱାର୍ଡ ସେରିମନିରେ ସାମିଲ ହେବାକୁ ପସନ୍ଦ କରନ୍ତି ନାହିଁ । ସେ ଜଣେ ଫ୍ୟାମିଲ ପର୍ସନ ।

photo-3

1984ରେ ସନ୍ନି, ପୂଜା ଦେଓଲଙ୍କ ସହ ବିବାହ କରିଥିଲେ । ଆଉ ତାଙ୍କର ଦୁଇ ପୁଅ କରନ ଓ ରାଜବୀ ଦେଓଲ ମଧ୍ୟ ଅଛନ୍ତି । ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ପଲ ପଲ ଦିଲ କେ ପାସ’ରେ ତାଙ୍କ ବଡ ପୁଅ କରନ ଦେଓଲ ବଲିଉଡରେ ଡେବ୍ୟୁ କରିଥିଲେ ।

ଏକଦା ଏମିତି ସମୟ ଥିଲା ଯେବେ ସନ୍ନିଙ୍କ ରୋମାନ୍ସର ଚର୍ଚ୍ଚା ବଲିଉଡରେ ଜୋର ଧରିଥିଲା । ତାଙ୍କ ନାମ 70 ଦଶକର ସେକ୍ସୀ ଅଭିନେତ୍ରୀ ଡିମ୍ପଲ କାପଡିୟାଙ୍କ ସହ ଯୋଡା ଯାଇଥିଲା । ଦୁଇଜଣଙ୍କ ପ୍ରେମ କାହାଣୀ ବହୁ ପୁରୁଣା । ଏହାମଧ୍ୟ ଶୁଣିବାକୁ ମିଳୁଥିଲା ଯେ ବିବାହ ପରେ ଡିମ୍ପଲ ସ୍ବାମୀ ତଥା ସୁପରଷ୍ଟାର ରାଜେଶ ଖନ୍ନାଙ୍କ ଠାରୁ କିଛି ଦିନ ପରେ ଅଲଗା ହୋଇଯାଇଥିଲେ । ସେହି ସମୟରେ ସେ ସନ୍ନିଙ୍କ ସହ ଅନେକ ଫିଲ୍ମରେ ଅଭିନୟ କରିଥିଲେ । ଆଉ ଧିରେ ଧିରେ ଦୁଇଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା । ଦୁଇଜଣଙ୍କ ଯୋଡି ଅନସ୍କ୍ରିନ ମଧ୍ୟ ସୁପରହିଟ୍ ଥିଲା ।

photo-5

photo-4

ଖାଲି ଏତିକି ନୁହେଁ ଦୁଇଜଣ ଏକାଠି ମଧ୍ୟ ରହୁଥିଲେ । ପାଖାପାଖି 11 ବର୍ଷ ପର୍ଯ୍ୟନ୍ତ ଦୁଇଜଣ ପରସ୍ପରକୁ ଡେଟ କରିଥିଲେ । ଆଉ ସବୁଠୁ ମଜା କଥା ହେଲା କି ସେହି ସମୟରେ ସନ୍ନିଙ୍କୁ ଡିମ୍ପଲଙ୍କ ଦୁଇ ଝିଅ ଟ୍ବିଙ୍କଲ ଖନ୍ନା ଓ ରିଙ୍କି ଖନ୍ନା ଛୋଟେ ପାପା କହି ଡାକୁଥିଲେ । 2017ରେ ସନ୍ନି ଓ ଡିମ୍ପଲଙ୍କ ଏକ ଭିଡିଓ ଖୁବ୍ ଭାଇରାଲ ହୋଇଥିଲା । ଯେଉଁଥିରେ ଡିମ୍ପଲ ଗୋଟିଏ ହାତରେ ସିଗାରେଟ ଧରିଥିବାର ନଜର ଆସୁଥିବା ବେଳେ ସେହିଠାରେ ସନ୍ନି, ଡିମ୍ପଲଙ୍କ ହାତ ଧରିବାର ଦେଖାଯାଉଥିଲେ । ସେହି ସମୟରେ ଏହି ଭିଡିଓକୁ ନେଇ ଖୁବ୍ ଚର୍ଚ୍ଚା ମଧ୍ୟ ହୋଇଥିଲା । ସମସ୍ତଙ୍କୁ ଲାଗୁଥିଲା ଯେ ଦୁଇଜଣ ଏବେ ମଧ୍ୟ ଏକାଠି ଅଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.