ମୁମ୍ବାଇ: ଲୋକପ୍ରିୟ ଗାୟିକା ସୁନିଧି ଚୌହାନ ଓ ଅରମାନ ମଲିକଙ୍କ ଗୀତରେ ଝୁମି ଉଠନ୍ତି ଫ୍ୟାନ୍ସ । ଯେତେବେଳେ ଏହି ଦୁଇଜଣଙ୍କ ଗୀତ ଶୁଣିବାକୁ ମିଳେ ଦର୍ଶକଙ୍କ ମନରେ ଅନେକ ଭାବନା ଜାତ ହୁଏ । ଏବେ ଦୁଇଜଣଙ୍କୁ ନେଇ ବଡ ଖବର ସାମ୍ନାକୁ ଆସୁଛି । ଯାହାକୁ ଶୁଣିଲେ ଫ୍ୟାନ୍ସ ଖୁସି ହୋଇଯିବେ ।
ଆଜ୍ଞା ହଁ, ସୁନିଧି ଓ ଅରମାନ ଡିଜନିର ଆଗାମୀ ଲାଇଭ ଆକ୍ସନ ପ୍ରୋଜେକ୍ଟ 'ଦ ଲାୟନ କିଙ୍ଗ'ରେ ଗୀତ ଗାଇବାକୁ ଯାଉଛନ୍ତି । ଉଭୟ 'ଦ ଲାୟନ କିଙ୍ଗ'ରେ ହିନ୍ଦୀ ଭର୍ସନରେ ଗୀତ ଗାଇବେ । ଅରମାନ 'ହକୁନା ମତାତା' ବ୍ୟତୀତ ସୁନିଧିଙ୍କ ସହ ଆଉ ଏହ ଗୀତ ମଧ୍ୟ ଗାଇବେ ।
ଏହି ଅବସରରେ ସୁନିଧି କହିଥିଲେ କି ଓରିଜିନାଲ ଫିଲ୍ମ ଦେଖିଲା ପରେ ଭାବନାରେ ହଜିଯାଇଥିଲି । ହସିବା ସହ କାନ୍ଦିଥିଲି । ତେଣୁ ଏହି ଫିଲ୍ମରେ ସେ ମଜ୍ଜି ଯିବା ପରେ ବହୁତ ଖୁସି ବା ଉତ୍ସାହିତ ଅଛନ୍ତି । ଏହା ଏମିତି ଏକ ସୁଯୋଗ ଯାହା ହୃଦୟ ସହ ଜଡିତ ।
ଅନ୍ୟପଟେ ଅରମାନ କହିଥିଲେ କି 'ଦ ଲାୟନ କିଙ୍ଗ' ତାଙ୍କର ପସନ୍ଦୀୟ ଡିଜନି ଫିଲ୍ମ । ଯେବେ ସେ ଛୋଟ ଥିଲେ ବାପା-ମା'ଙ୍କୁ ଅଧିକ ଗିଫ୍ଟ ମାଗୁନଥିଲେ, କିନ୍ତୁ ସେ ବାପାଙ୍କୁ 'ଦ ଲାଇନ କିଙ୍ଗ'ର ପୁରା କଲେକ୍ସନର ଡିଭିଡି କିଣିବାକୁ କହିଥିଲେ ଏବଂ ବାପା ତାଙ୍କର ଏହି ଇଚ୍ଛା ଖୁବଶୀଘ୍ର ମଧ୍ୟ ପୂରଣ କରିଥିଲେ ।