ETV Bharat / sitara

ରୋମାନ୍ସ କିଙ୍ଗଙ୍କ ଝିଅର ହାର୍ଟବ୍ରେକ ! - ଗୌରୀ ଖାନ

ନିକଟରେ ଏକ ଫଟୋ ସେୟାର କରିଛନ୍ତି ସୁହାନା ଯାହାକୁ ନେଇ ଚର୍ଚ୍ଚା ହୋଇଛି । ଏଥିରେ ସେ ଏକ ରେଡ କ୍ରପ୍ ଟପ୍ ଓ ପର୍ପଲ ସଲୱାରର ନଜର ଆସିଛନ୍ତି । ଅଧିକ ପଢନ୍ତୁ...

ରୋମାନ୍ସ କିଙ୍ଗଙ୍କ ଝିଅର ହାର୍ଟବ୍ରେକ !
ରୋମାନ୍ସ କିଙ୍ଗଙ୍କ ଝିଅର ହାର୍ଟବ୍ରେକ !
author img

By

Published : May 13, 2020, 4:04 PM IST

ମୁମ୍ବାଇ: ବଲିଉଡର କିଙ୍ଗ ଅଫ ରୋମାନ୍ସ ଶାହାରୁଖଙ୍କ ଝିଅ ନିଜ ଫଟୋ ଓ ଲୁକ ପାଇଁ ସୋସିଆଲ ମିଡିଆରେ ଲୋକପ୍ରିୟ । ତାଙ୍କର ବାପାଙ୍କ ଭଳ ବଡ ଫ୍ୟାନ ଫଲୋୟର୍ସ ଅଛନ୍ତି । ସବୁବେଳେ ସେ ପରିବାର ଓ ସାଙ୍ଗସାଥୀଙ୍କ ସହ ଫଟୋ ସେୟାର କରିଥାନ୍ତି ।

ତେବେ ନିକଟରେ ଏକ ଫଟୋ ସେୟାର କରିଛନ୍ତି ସୁହାନା ଯାହାକୁ ନେଇ ଚର୍ଚ୍ଚା ହୋଇଛି । ଏଥିରେ ସେ ଏକ ରେଡ କ୍ରପ୍ ଟପ୍ ଓ ପର୍ପଲ ସଲୱାରର ନଜର ଆସିଛନ୍ତି । ହେଲେ ଯାହା ସମସ୍ତଙ୍କ ନଜରରେ ପଡିଛି ତାହା ହେଉଛି ସେ ଏକ ହାର୍ଟବ୍ରେକର ଇମୋଜୀ କ୍ୟାପସନରେ ଦେଇଛନ୍ତି । ଯାହାକୁ ନେଇ ତାଙ୍କ ଫ୍ୟାନ୍ସ ଅନେକ କମେଣ୍ଟ ଦେଇଛନ୍ତି । କେହି କେହି ତାଙ୍କର ଏହି ଭଙ୍ଗା ହୃଦୟର କାରଣ ଜାଣିବାକୁ ଚାହିଁଛନ୍ତି । ଆଉ କିଏ ଏହି ସମୟରେ ଖୁସିରେ ରହିବାକୁ ପରାମର୍ଶ ଦେଇଛନ୍ତି । ତେବେ ସୁହାନାଙ୍କର ବୟଫ୍ରେଣ୍ଡ ବିଷୟରେ ସେପରି କୌଣସି ନିର୍ଦ୍ଦିଷ୍ଟ ସୂଚନା ନାହିଁ । ଫଟୋରେ ମଧ୍ୟ ସେ ଖୁସି ଦେଖାଯାଉଛନ୍ତି । ଫଳରେ ତାଙ୍କ ହାର୍ଟବ୍ରେକର କାରଣ ସମସ୍ତଙ୍କ ପାଇଁ ରହସ୍ୟ ପାଲଟିଛି ।

ପ୍ରକାଶ ଥାଉ କି ନିକଟରେ ମଦର୍ସ ଡେରେ ସେ ଗୌରୀ ଖାନଙ୍କ ପାଇଁ ଏକ ଇମୋସନାଲ ପୋଷ୍ଟ ସେୟାର କରିଥିଲେ । ଏବେ ମୁମ୍ବାଇ ସ୍ଥିତ ଘରେ ସମୟ କାଟୁଥିବା ସୁହାନା ନ୍ୟୁୟର୍କ ୟୁନିଭର୍ସିଟିର ଫିଲ୍ମ ସ୍କୁଲରେ ପଢୁଛନ୍ତି । ଗତବର୍ଷ ସେ ଏକ ସର୍ଟ ଫିଲ୍ମ ଦି ଗ୍ରେ ପାର୍ଟ ଅଫ୍ ବ୍ଲୁରେ ଆକ୍ଟିଂ ଡେବ୍ୟୁ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.