ହାଇଦ୍ରାବାଦ: ବଲିଉଡ କିଙ୍ଗ୍ ଶାହାରୁଖ ଖାନଙ୍କ ଲାଡଲି ଝିଅ ସୁହାନା ପୁଣି ଥରେ ଲାଇମଲାଇଟକୁ ଆସିଛନ୍ତି । ନିକଟରେ ସୁହାନା ଭାଇ ଆର୍ଯ୍ୟନ୍ ଖାନଙ୍କ ସହ ଆଇପିଏଲ୍ ନିଲାମରେ 2022ରେ ନଜର ଆସିଥିଲେ । ଗତକାଲି ରାତିରେ ସୁହାନା ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦାଙ୍କ ସହ ମୁମ୍ବାଇରେ ନଜର ଆସିଥିଲେ । ସୋସିଆଲ ମିଡିଆରେ ଉଭୟଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି।
![ଅମିତାଭ ବଚ୍ଚନଙ୍କ ନାତି ସହ ନଜର ଆସିଲେ ସୁହାନା ଖାନ](https://etvbharatimages.akamaized.net/etvbharat/prod-images/14543555_884_14543555_1645592510532.png)
ଗତକିଛି ଦିନ ତଳେ ଚଳଚ୍ଚିତ୍ର ନିର୍ମାତା ଫରହାନ ଅଖତରଙ୍କ ଭଉଣୀ ଜୋୟା ଅଖତର ମଧ୍ୟ ଏକାଠି ଦେଖାଦେଇଥିଲେ । ସେବେଠାରୁ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା ଯେ ସୁହାନା ଏବଂ ଅଗସ୍ତ୍ୟ ଖୁବ୍ ଶୀଘ୍ର ସେମାନଙ୍କର ବଲିଉଡରେ ଡେବ୍ୟୁ କରିବେ ।
![ଅମିତାଭ ବଚ୍ଚନଙ୍କ ନାତି ସହ ନଜର ଆସିଲେ ସୁହାନା ଖାନ](https://etvbharatimages.akamaized.net/etvbharat/prod-images/14542867_th_2302newsroom_1645592392_86.png)
ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ଭିଡିଓରେ ସୁହାନା ଖାନ ଏବଂ ଅଗସ୍ତ୍ୟ ଏକ କାରରେ ବସିଥିବାର ନଜର ଆସିଛନ୍ତି । ଅଗସ୍ତ୍ୟ ଏବଂ ସୁହାନା ଖାନଙ୍କ ବିଷୟରେ କୁହାଯାଉଛି ଯେ ଏହି ଯୋଡି ଜୋୟା ଅଖତରଙ୍କ ଫିଲ୍ମରେ ଦେଖିବାକୁ ମିଳିବ । ଜଣେ ୟୁଜର ମନ୍ତବ୍ୟ ଦେଇଛନ୍ତି, ବର୍ତ୍ତମାନ ସେ ଫିଲ୍ମରେ ଅଭିନୟ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ, ଆଉ ଅପେକ୍ଷା କରିହେବ ନାହିଁ ।
- " class="align-text-top noRightClick twitterSection" data="">
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ