ମୁମ୍ବାଇ: ହରର ଚଳଚ୍ଚିତ୍ର 'ଭୂତ ପୋଲିସ'ର ନିର୍ମାତାମାନେ ଡଲହୋଜିରେ ଏହି ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି । ଆଜି ଫିଲ୍ମର ଶୁଭମୁହୁର୍ତ୍ତ ଥିଲା । ଏହି ଅବସରରେ ଅର୍ଜୁନ କପୁର ଏବଂ କରୀନା କପୁର ଖାନ ଫିଲ୍ମର ଫାଷ୍ଟ ପୋଷ୍ଟର ସେୟାର କରିଛନ୍ତି ।
ଅର୍ଜୁନ ଇନଷ୍ଟାଗ୍ରାମରେ ସୁଟିଂ ସେଟରୁ ଫିଲ୍ମର ଅଫିସିଆଲ୍ ଲୋଗୋ ଏବଂ କ୍ଲାପବୋର୍ଡର ଫଟୋ ସେୟାର କରିଛନ୍ତି ।
ଅପରପକ୍ଷେ କରୀନା ମଧ୍ୟ ଫିଲ୍ମର ପୋଷ୍ଟର ସେୟାର କରି ଲେଖିଛନ୍ତି ଯେ, ନ୍ୟୁ ନର୍ମାଲ ଇଜ ପାରାନର୍ମାଲ । ଏହା ସହିତ ସେ ଫିଲ୍ମର ଟିମକୁ ମଧ୍ୟ ଶୁଭକାମନା ଜଣାଇଛନ୍ତି ।
- " class="align-text-top noRightClick twitterSection" data="
">
ପୱନ କ୍ରିପାଲାନୀଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ମୁଖ୍ୟ କଳାକାର ଭାବରେ ସୈଫ ଅଲୀ ଖାନ, ଅର୍ଜୁନ କପୁର, ୟାମି ଗୌତମ, ଜାଭେଦ୍ ଜାଫ୍ରି ଏବଂ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍ ନଜର ଆସିବେ ।
ଏହି ଚଳଚ୍ଚିତ୍ରର ନିର୍ମାତା ହେଉଛନ୍ତି ରମେଶ ତୌରାନୀ ଏବଂ ଅକ୍ଷୟ ପୁରୀ ।
ଆଗାମୀ ସମୟରେ, ଜ୍ୟାକଲିନ୍ ଫିଲ୍ମ 'ଆଟାକ୍' ଏବଂ 'କିକ୍ -2' ରେ ନଜର ଆସିବେ । ନିକଟରେ ଅଭିନେତ୍ରୀ ୟାମି ଗୌତମ ଫିଲ୍ମ 'ଗିନ୍ନି ୱେଡ୍ସ ସନ୍ନି'ରେ ନଜର ଆସିଥିଲେ ।
ସୈଫ ଫିଲ୍ମ 'ଭୂତ ପୋଲିସ' ବ୍ୟତୀତ ଫିଲ୍ମ 'ଆଦିପୁରୁଷ'ରେ ମଧ୍ୟ ନଜର ଆସିବେ । ଅପରପକ୍ଷେ ଅର୍ଜୁନଙ୍କୁ ଫିଲ୍ମ 'ସନ୍ଦୀପ ଅର ପିଙ୍କି ଫରାର' ରେ ଦେଖିବାକୁ ମିଳିବ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ