ETV Bharat / sitara

ଆତ୍ମହତ୍ୟା କଲେ ବିଜୟଙ୍କ ଫ୍ୟାନ୍‌ - ବିଜୟଙ୍କ ଜଣେ ଫ୍ୟାନ ସୋସିଆଲ ମିଡିଆରେ ନିଜର ଶେଷ ଇଚ୍ଛା ପ୍ରକାଶ କରି ଆତ୍ମହତ୍ୟା କରିଛନ୍ତି

ବିଜୟଙ୍କ ଜଣେ ଫ୍ୟାନ ସୋସିଆଲ ମିଡିଆରେ ନିଜର ଶେଷ ଇଚ୍ଛା ପ୍ରକାଶ କରି ଆତ୍ମହତ୍ୟା କରିଛନ୍ତି । ସେ ବିଜୟଙ୍କ ବଡ ଫ୍ୟାନ ଥିଲେ । ଦେଖିବାକୁ ଚାହୁଁଥିଲେ ତାଙ୍କ ଫିଲ୍ମ ‘ମାଷ୍ଟର’

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
author img

By

Published : Aug 14, 2020, 5:28 PM IST

ହାଇଡ୍ରାବାଦ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରଠୁ ଦେଶରେ ଅନେକ ଆତ୍ମହତ୍ୟା ମାମଲା ଦେଖିବାକୁ ମିଳୁଛି । ଏଯାବତ କିଛି ସେଲିବ୍ରିଟି ଆତ୍ମହତ୍ୟା କରିସାରିଲେଣି । ଏହି ଲକଡାଉନ ଜନସାଧାରଣଙ୍କ ଠୁ ନେଇ ସେଲିବ୍ରିଟି ସମସ୍ତଙ୍କୁ ହତାଶ କରିଦେଇଛି । ଅନେକ ଲୋକ ଘରେ ରହି ଡିପ୍ରେସନର ଶିକାର ହୋଇଛନ୍ତି । ଇତିମଧ୍ୟରେ ଆଉ ଏକ ଆତ୍ମହତ୍ୟା ଖବର ବର୍ତ୍ତମାନ ଚର୍ଚ୍ଚାରେ । ସାଉଥ ସୁପରଷ୍ଟାର ଥଲାପତି ବିଜୟଙ୍କ ଜଣେ ଫ୍ୟାନ ଆତ୍ମହତ୍ୟା କରିଛନ୍ତି ।

ତାଙ୍କ ଏହି ଫ୍ୟାନଙ୍କ ନାମ ବାଲା । ବର୍ତ୍ତମାନ ତାଙ୍କୁ ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଚଳୀ ଦିଆଯାଉଛି । ଖାଲି ଏତିକି ନୁହେଁ କିଛି ଘଣ୍ଟା ହେବ ଟ୍ବିଟରରେ ରିପ ବାଲା ହ୍ୟାଶଟ୍ୟାଗ ଟ୍ରେଣ୍ଡ କରୁଥିବାର ଦେଖିବାକୁ ମିଳୁଛି । ଏହି ହ୍ୟାଶଟ୍ୟାଗ ସହ ଲୋକ ବାଲାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରୁଛନ୍ତି । ଏହାସହ ଅନୁରୋଧ କରୁଛନ୍ତି କେହି ମଧ୍ୟ ଆତ୍ମହତ୍ୟା ଭଳି ପଦକ୍ଷେପ ନିଅନ୍ତୁ ନାହିଁ ।

ପ୍ରକାଶ ଥାଉକି ରିପ ବାଲା ଟ୍ବିଟର ଟ୍ରେଣ୍ଡକୁ ଦେଖି ସାଉଥ ଇଣ୍ଡଷ୍ଟ୍ରିର ଅନେକ ଷ୍ଟାର୍ସ ନିଜ ନିଜ ପ୍ରଶଂସକଙ୍କୁ ଅନୁରୋଧ କରୁଛନ୍ତି ଆତ୍ମହତ୍ୟା ନକରିବାକୁ । ଯଦି ବାଲାଙ୍କ କଥା ହେବା ତେବେ ସେ ଆତ୍ମହତ୍ୟା ପୂର୍ବରୁ ସୋସିଆଲ ମିଡିଆରେ ବିଜୟଙ୍କ ପାଇଁ ଏକ ପୋଷ୍ଟ ସେୟାର କରିଥିଲେ । ଆଉ ଗତ 11 ତାରିଖରେ ସେ ବିଜୟଙ୍କ ଫିଲ୍ମ ‘ମାଷ୍ଟର’ ଦେଖିବାକୁ ଇଚ୍ଛା ଜାହିର କରିଥିଲେ । ହେଲେ ଦୁଃଖର କଥା ଯେ ଏହି ଇଚ୍ଛା ତାଙ୍କର ଅଧୁରା ରହିଗଲା । କାରଣ ଫିଲ୍ମ ରିଲିଜ ହେବା ପୂର୍ବରୁ ସେ ଦୁନିଆ ଛାଡି ଚାଲିଯାଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.