ETV Bharat / sitara

ଟିକସ ଜୋରିମାନା ଭରିଲେ ରଜନୀ, ଅନୁତାପ କଲେ ନିଜ ଭୁଲ୍ - ଭାଇରାଲ ହେଲା ରଜନୀକାନ୍ତଙ୍କ ଟ୍ବିଟ

ଚର୍ଚ୍ଚାରେ ରଜନୀକାନ୍ତ । ତାଙ୍କ ଆବେଦନ ଖାରଜ ହେବା ପରେ ଭରିଲେ ଜୋରିମାନା । ଅଧିକା ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Oct 15, 2020, 6:17 PM IST

ଚେନ୍ନାଇ: ବୁଧବାର ନ୍ୟାୟପାଳିକାର ଫାୟାରିଂ ଲାଇନରେ ଥିବା ସାଉଥ ସୁପରଷ୍ଟାର ରଜନୀକାନ୍ତ ଗୁରୁବାର ସମ୍ପତ୍ତି ଟିକସ ଜୋରିମାନା 6.5 ଲକ୍ଷ ଟଙ୍କା ଦେଇଛନ୍ତି । ଚେନ୍ନାଇ କର୍ପୋରେସନ ଦ୍ବାରା ଲାଗୁ ହୋଇଥିବା ଟିକସ ଜୋରିମାନା ବିରୋଧରେ ତାଙ୍କ ଆବେଦନକୁ ମାଦ୍ରାସ ହାଇକୋର୍ଟ ଖାରଜ କରିଦେଇଛନ୍ତି ।

ଜଷ୍ଟିସ ଅନୀତା ସୁମନ୍ତ ଅଭିନେତାଙ୍କୁ ଚେତାବନୀ ଦେଇ କହିଥିଲେ ଯେ ସେ କୋର୍ଟର ସମୟ ନଷ୍ଟ କରିବା ପାଇଁ ଖର୍ଚ୍ଚ ବହନ କରିବେ ଏବଂ ତୁରନ୍ତ ଆବେଦନ ପ୍ରତ୍ୟାହାର ମଧ୍ୟ କରିବେ।

ସେପଟେ ଏହି ଲଜ୍ଜାଜନକ ଘଟଣା ପରେ ରଜନୀକାନ୍ତ ଟ୍ବିଟରରେ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଆଉ କହିଛନ୍ତି, ‘ରାଘବେନ୍ଦ୍ର ମଣ୍ଡପମ୍ ସମ୍ପତ୍ତି ଟ୍ୟାକ୍ସ ଉପରେ, ଆମେ କୋର୍ଟ ପରିବର୍ତ୍ତେ କର୍ପୋରେସନରେ ଆବେଦନ କରିବା ଉଚିତ୍ ଥିଲା। ଏହି ଭୁଲକୁ ଏଡାଇ ଦିଆଯାଇଥାନ୍ତା। ଅଭିଜ୍ଞତାରୁ ଶିକ୍ଷା ମିଳେ ।’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.