ETV Bharat / sitara

ପ୍ରଭାସଙ୍କ ବଡ ଘୋଷଣା, ଜାରି ହେଲା ‘ଆଦିପୁରୁଷ’ର ପୋଷ୍ଟର

author img

By

Published : Aug 18, 2020, 3:07 PM IST

ଏଥର ପରଦାରେ ବାହୁବଳୀ ପ୍ରଭାସଙ୍କ ଆଦିପୁରୁଷ ଅବତାର ଦେଖିବାକୁ ମିଳିବ । କାରଣ ସେ ଓମ ରାଉତଙ୍କ ଆଗାମୀ ଫିଲ୍ମରେ ସାଇନ କରିଛନ୍ତି ସେ। ଯାହାର ପୋଷ୍ଟର ସାମ୍ନାକୁ ଆସିଯାଇଛି ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସଙ୍କୁ ନେଇ କିଛି ଦିନ ହେବ ଚର୍ଚ୍ଚା ଚାଲିଛି । ତାଙ୍କ ଆଗାମୀ ଫିଲ୍ମକୁ ନେଇ ଏକ୍ସାଇଟେଡ ଫ୍ୟାନ୍ସ । ଇତିମଧ୍ୟରେ ସେ ଫ୍ୟାନ୍ସଙ୍କୁ ବଡ ସରପ୍ରାଇଜ ଦେଇଛନ୍ତି । ସେ ନିଜର ଆଗାମୀ ପ୍ରୋଜେକ୍ଟର ଘୋଷଣା କରିଛନ୍ତି । ଆଜ୍ଞା ହଁ, ସେ ଖୁବଶୀଘ୍ର ଓମ ରାଉତଙ୍କ ଅପକମିଂ ଫିଲ୍ମ ‘ଆଦିପୁରୁଷ’ରେ ନଜର ଆସିବେ । ନିର୍ଦ୍ଦେଶକ ଓମ ବି-ଟାଉନର ସିଂଘମ ଅଜୟ ଦେବଗନଙ୍କ ଫେମସ ଫିଲ୍ମ ‘ତାନାଜୀ’ର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଥିଲେ ।

ଏହି ଘୋଷଣା କରି ପ୍ରଭାସ ଫିଲ୍ମ ‘ଆଦିପୁରୁଷ’ର ନୂଆ ପୋଷ୍ଟର ଜାରି କରିଦେଇଛନ୍ତି । ଇନଷ୍ଟାଗ୍ରାମରେ ପୋଷ୍ଟର ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ‘ଖରାପ ଉପରେ ଭଲ ସେଲିବ୍ରେଟ କରିବା ।’ ଏଯାବତ ଫିଲ୍ମରୁ ତାଙ୍କ ଲୁକ ସାମ୍ନାକୁ ଆସିନାହିଁ ।

ଫିଲ୍ମରେ ପ୍ରଭାସ ଜଣେ ଆଦିପୁରୁଷ ଭୂମିକାରେ ଅଭିନୟ କରୁଥିବାର ନଜର ଆସିବେ । ସେହିପରି ଫିଲ୍ମର ପ୍ରଯୋଜନା ଦାୟିତ୍ବ ତୁଲାଇବେ ଭୂଷଣ କୁମାର । ଆଉ ଫିଲ୍ମକୁ 2022ରେ ହିନ୍ଦୀ, ତେଲୁଗୁ, ତାମିଲ, ମାଲାୟାଲମ ଓ କନ୍ନଡ ଭାଷାରେ ରିଲିଜ କରିବାର ଯୋଜନା କରିଛନ୍ତି ମେକର୍ସ ।

ପ୍ରକାଶ ଥାଉକି ‘ଆଦିପୁରୁଷ’ ବ୍ୟତୀତ ପ୍ରଭାସ ଓ ଦୀପିକା ପାଦୁକୋନଙ୍କ ସହ ଏକ ଫିଲ୍ମରେ ନଜର ଆସିବେ । ଏହି ଦୁଇ ଷ୍ଟାର ବିଜୟନ୍ତୀ ମୁଭିଜ ସହ କାମ କରିବାକୁ ଯାଉଛନ୍ତି । ହେଲେ ଏଯାବତ ଫିଲ୍ମ ଟାଇଟେଲର ଘୋଷଣା ହୋଇନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.