ETV Bharat / sitara

ସିନେ ଜଗତକୁ ମାଗଣାରେ ଭ୍ୟାକ୍ସିନ ବାଣ୍ଟିବେ ଚିରଞ୍ଜୀବି

author img

By

Published : Apr 21, 2021, 12:28 PM IST

ଖୁସି ଖବର ଦେଲେ ଚିରଞ୍ଜୀବି । ଗୋଟିଏ ମାସ ପର୍ଯ୍ୟନ୍ତ ସିନେ ଜଗତର କର୍ମଚାରୀଙ୍କୁ ମାଗଣାରେ ଯୋଗାଇ ଦେବେ ଭ୍ୟାକ୍ସିନ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: କୋରୋନାରୁ ଦେଶବାସୀଙ୍କୁ ବଞ୍ଚାଇବା ପାଇଁ ଟୀକାକରଣ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି ସରକାର । ଭ୍ୟାକ୍ସିନର ଏହି ପ୍ରକ୍ରିୟାରେ ସାଉଥ ସୁପରଷ୍ଟାର ଚିରଞ୍ଜୀବି ମଧ୍ୟ ସହଯୋଗର ହାତ ବଢାଇଛନ୍ତି । ସେ ସିନେ ୱାର୍କର୍ସ ଓ ସାମ୍ବାଦିକଙ୍କ ପାଇଁ ମାଗଣାରେ ଭ୍ୟାକ୍ସିନ ଦେବାର ଘୋଷଣା କରିଛନ୍ତି । ଭିଡିଓ ପୋଷ୍ଟ କରି ଦେଲେ ସୂଚନା ।

ଚିରଞ୍ଜୀବିଙ୍କ ନେତୃତ୍ବରେ ଚାଲୁଥିବା କୋରୋନା କ୍ରାଇସିସ୍ ଚ୍ୟାରେଟି(ସିସିସି)ସଙ୍ଗଠନ ଆପୋଲୋ ହେଲ୍ଥ ସହ ମିଶି ଏହାର ଘୋଷଣା କରିଛନ୍ତି । ମାଗଣା ଭ୍ୟାକ୍ସିନ ସହ ଅନ୍ୟାନ ମେଡିକାଲ ସପ୍ଲାଇ ମଧ୍ୟ କମ୍ ଦାମରେ ଯୋଗାଇ ଦିଆଯିବ ।

ଏହି ପ୍ରକ୍ରିୟାରେ 45 ବର୍ଷରୁ ଉର୍ଦ୍ଧ୍ବ ବୟସ ଲୋକଙ୍କୁ ଭ୍ୟାକ୍ସିନ ଦିଆଯିବାର ଯୋଜନା କରାଯାଇଛି । ଏହାସହ ଚିରଞ୍ଜୀବି କହିଛନ୍ତି ଯେ ସିନେ ୱାର୍କର୍ସ ନିଜ ସହ ନିଜ ପତ୍ନୀଙ୍କୁ ମଧ୍ୟ ଆଣିପାରିବେ ଭ୍ୟାକ୍ସିନ ଦେବାକୁ । ଗୋଟିଏ ମାସ ପର୍ଯ୍ୟନ୍ତ ଏହି ଭ୍ୟାକ୍ସିନ ପ୍ରକ୍ରିୟା ଚାଲିବ । ଖାଲି ଏତିକି ନୁହେଁ ସିନେ ୱାର୍କର୍ସଙ୍କ ବ୍ୟତୀତ ସିନେ ସାମ୍ବାଦିକଙ୍କୁ ମଧ୍ୟ ଭ୍ୟାକ୍ସିନ ଦିଆଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.