ETV Bharat / sitara

48 ବର୍ଷରେ ତାମିଲ ଆକ୍ଟର ଅରୁଣଙ୍କ ଦେହାନ୍ତ - ତାମିଲ ଆକ୍ଟର ଏବଂ ଡବିଂ ଆର୍ଟିଷ୍ଟ ଅରୁଣ ଆଲେକଜାଣ୍ଡାରଙ୍କ ଦେହାନ୍ତ

ବର୍ଷ ବିଦାୟୀ ସମୟରେ ଆଉ ଜଣେ କଳାକାରଙ୍କ ଦେହାନ୍ତ । ଆରପାରିକୁ ଚାଲିଯାଇଛନ୍ତି ଆକ୍ଟର ଓ ଡବିଂ ଆର୍ଟିଷ୍ଟ ଅରୁଣ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଟ୍ବିଟର@ଲୋକେଶ କାନାଗରାଜ
ଫଟୋ ସୌଜନ୍ୟ: ଟ୍ବିଟର@ଲୋକେଶ କାନାଗରାଜ
author img

By

Published : Dec 29, 2020, 12:49 PM IST

ମୁମ୍ବାଇ: 2020 ବର୍ଷ ଶେଷ ହେବାକୁ ଆଉ ମାତ୍ର ଦୁଇ ଦିନ ବାକି ଅଛି । ହେଲେ କଳା ଜଗତକୁ ନେଇ ଏଯାବତ ନୈରାଶ୍ୟଜନକ ଖବର ଆସିବା ବନ୍ଦ ହେଉନାହିଁ । ନିକଟରେ ତାମିଲ ଆକ୍ଟର ଅନିଲଙ୍କ ମୃତ୍ୟୁ ହୋଇଥିବା ବେଳେ ସୋମବାର ଆଉ ଜଣେ ତାମିଲ ଆକ୍ଟର ଏବଂ ଡବିଂ ଆର୍ଟିଷ୍ଟ ଅରୁଣ ଆଲେକଜାଣ୍ଡାରଙ୍କ ଦେହାନ୍ତ ଖବର ଶୁଣି ସମସ୍ତେ ନିରାଶ । 48 ବର୍ଷରେ ଦୁନିଆ ଛାଡି ଚାଲିଯାଇଛନ୍ତି ଅରୁଣ ।

ସୋମବାର ଦିନ ତାଙ୍କର ହୃଦଘାତ ହେବା ଯୋଗୁ ମୃତ୍ୟୁ ହୋଇଛି ବୋଲି କୁହାଯାଉଛି । ସେପଟେ ନିର୍ଦ୍ଦେଶକ ଲୋକେଶ କାନାଗରାଜ ଏହି ଦୁଃଖଦ ସୂଚନା ସମସ୍ତଙ୍କୁ ଜଣାଇଛନ୍ତି । ସେ ଅରୁଣଙ୍କ ମୃତ୍ୟୁ ଖବର ଟ୍ବିଟରରେ ପ୍ରଶଂସକମାନଙ୍କୁ ଦେଇଛନ୍ତି। ଆଉ ସମବେଦନା ଜଣାଇ ଲେଖିଛନ୍ତି, ‘ଆଶା କରିନଥିଲି ତୁମେ ଏତେ ଶୀଘ୍ର ଆମକୁ ଛାଡି ଚାଲିଯିବେ । ନିଜ ଲୁହ ରୋକିପାରୁନାହିଁ । ତୁମ ଖାଲି ସ୍ଥାନକୁ କେହି ପୂରଣ କରିପାରିବେ ନାହିଁ । ତୁମେ ସର୍ବଦା ମୋ ହୃଦୟରେ ବଞ୍ଚି ରହିବ ।’

  • Dint expect you’ll leave us this soon na... couldn’t control my tears...you will be irreplaceable and you’ll always live in my heart na... pic.twitter.com/TcvJNTecAr

    — Lokesh Kanagaraj (@Dir_Lokesh) December 28, 2020 " class="align-text-top noRightClick twitterSection" data=" ">

ପ୍ରକାଶ ଥାଉକି ଅରୁଣଙ୍କ ଅପକମି ଫିଲ୍ମ ‘ମାଷ୍ଟର’ ଆସନ୍ତା ବର୍ଷ ରିଲିଜ ହେବାକୁ ଯାଉଛି । ଯେଉଁଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ତାମିଲ ସୁପରଷ୍ଟାର ବିଜୟ । ତାମିଲ ଇଣ୍ଡଷ୍ଟ୍ରିର ଜଣେ ପପୁଲାର ଡବିଂ କଳାକାର ହେବା ବ୍ୟତୀତ ଅରୁଣ ‘କୋଲାମାଭୁ କୋକିଲା’, ‘କ୍ୟାଥି’ ଏବଂ ‘ବିଗିଲ’ ଭଳି ଫିଲ୍ମରେ ମଧ୍ୟ କାମ କରିସାରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.