ETV Bharat / sitara

କପିଲ ଶୋରେ ଆସିବେ ନ୍ୟାସନାଲ କ୍ରଶ, ଏକ୍ସାଇଟେଡ ହୋଇ କହିଲେ ଏମିତି କିଛି... - ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ନ୍ୟୁଜ

ବଲିଉଡ ଡେବ୍ୟୁକୁ ନେଇ ଚର୍ଚ୍ଚାରେ ସାଉଥ ଅଭିନେତ୍ରୀ ରଶ୍ମିକା । ଆଉ କପିଲଙ୍କ କମେଡି ଶୋରେ ସାମିଲ ହେବାକୁ ଦେଖୁଛନ୍ତି ସ୍ବପ୍ନ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Apr 27, 2021, 10:57 AM IST

ମୁମ୍ବାଇ: ସାଉଥର ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା ନିଜ ଫିଲ୍ମ କ୍ୟାରିୟର କନ୍ନଡ ଫିଲ୍ମରୁ ଆରମ୍ଭ କରିଥିଲେ । ଏହାପରେ ସେ ତେଲୁଗୁ, ତାମିଲ ଇଣ୍ଡଷ୍ଟ୍ରିରେ ନିଜ ଅଭିନୟର ଯାଦୁ ଦେଖାଇଥିଲେ । ଆଉ ଏବେ ବଲିଉଡରେ ଡେବ୍ୟୁ କରିବେ । ଯାହାକୁ ନେଇ ଦୀର୍ଘ ଦିନରୁ ତାଙ୍କ ଫ୍ୟାନ୍ସ ଉତ୍ସାହିତ । ଇତିମଧ୍ୟରେ ସେ ଟିଭିର କମେଡି କିଙ୍ଗ କପିଲ ଶର୍ମାଙ୍କ ଶୋରେ ସାମିଲ ହେବାର ଇଚ୍ଛା ପ୍ରକାଶ କରିଛନ୍ତି । କଥାଟି ହେଲା ଯେ ନିକଟରେ ସେ ଇନଷ୍ଟାଗ୍ରାମରେ ଫ୍ୟାନ୍ସଙ୍କ ସହ କଥାବାର୍ତ୍ତା କରିବା ପାଇଁ ଲାଇଭ୍ ଆସିଥିଲେ ।

ଆଉ ଏହି ଲାଇଭ୍ ସେଶନରେ ଯେତେବେଳେ ତାଙ୍କୁ ପଚରାଗଲା କି ସେ କପିଲଙ୍କ ଶୋରେ ଯୋଗ ଦେବାକୁ ଚାହୁଁଛନ୍ତି କି। ଏହାର ଉତ୍ତରରେ ସେ କହିଥିଲେ, ‘ମୁଁ ଆଶା କରୁଛି ଯେ କପିଲଙ୍କ ଶୋକୁ ଯିବା ପାଇଁ । ଆଉ ଏକ୍ସାଇଟେଡ ମଧ୍ୟ ଅଛି । ଥରେ ମୁଁ ମୋର ବଲିଉଡ ଫିଲ୍ମର ସୁଟିଂ ଶେଷ କରିସାରିବା ପରେ ଫିଲ୍ମ ପ୍ରମୋଶନ ପାଇଁ କପିଲ ଶୋକୁ ନିହାତି ଯିବି।’

କପିଲଙ୍କ ବ୍ୟତୀତ ସେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ବିଷୟରେ ଆଲୋଚନା କରି ବେଶ୍ ପ୍ରଶଂସା ମଧ୍ୟ କରିଥିଲେ । ସେ କହିଥିଲେ, ‘ସେ ଜଣେ ସାଧାରଣ ମଣିଷ ଆଉ ଭଲ ଅଭିନେତା ମଧ୍ୟ । ଯିଏ ସବୁବେଳେ ସପୋର୍ଟ କରନ୍ତି ।’

ପ୍ରକାଶ ଥାଉକି ରଶ୍ମିକାଙ୍କୁ ବଲିଉଡର ଦୁଇଟି ବିଗ ବଜେଟ ଫିଲ୍ମ ମିଳିଛି । ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ‘ମିଶନ ମଞ୍ଜନୁ’ ଓ ଅମିତାଭ ବଚ୍ଚନଙ୍କ ସହ ‘ଗୁଡବାଏ’ରେ ନଜର ଆସିବେ ସେ । ବର୍ତ୍ତମାନ ସୁଟିଂରେ ବ୍ୟସ୍ତ ଅଭିନେତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.