ମୁମ୍ବାଇ: ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କ ସହ ପରଦାରେ କାମ କରିବାକୁ ସବୁବେଳେ ସ୍ବପ୍ନ ଦେଖନ୍ତି ଆଜିର ଷ୍ଟାର୍ସ । ଏମିତି ସୁଯୋଗ ଭାଗ୍ୟରେ ଥିଲେ ମିଳେ ବୋଲି ସମସ୍ତେ ଭାବନ୍ତି। ହେଲେ ବହୁତ କମ ସମୟରେ ଅମିତାଭଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି ସାଉଥର ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା । ଯାହାକୁ ନେଇ ତାଙ୍କ ଖୁସି ନକହିଲେ ସରେ । ଏହି ଯୋଡି ନିର୍ଦ୍ଦେଶକ ବିକାଶ ବହଲଙ୍କ ଆଗାମୀ ଫିଲ୍ମ ‘ଗୁଡବାଏ’ରେ ନଜର ଆସିବେ । ଯାହାର ସୁଟିଂ ମଧ୍ୟ ଆରମ୍ଭ ହୋଇଯାଇଛି । ହେଲେ ମୁଖ୍ୟ କଥା ହେଲା ଯେ ରଶ୍ମିକାଙ୍କ ବାପା-ମା' ଏଯାବତ ଏହି କଥାକୁ ବିଶ୍ବାସ କରିପାରୁନାହାଁନ୍ତି ଯେ ତାଙ୍କ ଝିଅ ଅମିତାଭଙ୍କ ସହ କାମ କରିବେ ।
ସେପଟେ ରଶ୍ମିକା ଏହା ବିଷୟରେ ଆଲୋଚନା କରି କହିଛନ୍ତି, ‘ମୋର ବାପା-ମା' ବଚ୍ଚନ ସାର୍ଙ୍କର ବହୁତ ବଡ ପ୍ରଶଂସକ ଏବଂ ମୁଁ ପିଲାଦିନରୁ ତାଙ୍କର ଅନେକ ଫିଲ୍ମ ଦେଖି ଆସୁଛି । ତାଙ୍କ ସହିତ କାମ କରିବାର ସୁଯୋଗ ପାଇବାକୁ ନେଇ ସେମାନେ ବହୁତ ଉତ୍ସାହିତ ଅଛନ୍ତି। ହେଲେ ଏଯାବତ ସେ ଏହି କଥାକୁ ବିଶ୍ବାସ କିନ୍ତୁ କରିପାରୁନାହାଁନ୍ତି । କାରଣ ଅମିତାଭ ବଚ୍ଚନଙ୍କ ନାମ ସମ୍ମାନର ସହ ସମସ୍ତେ ନିଅନ୍ତି । ଆଉ ଯେତେବେଳେ ଗୁଡବାଏ ଫିଲ୍ମର ଅଫର ମତେ ହୋଇଥିଲା ସହଜରେ ବାପା-ମା' ଏହି କଥା ଉପରେ ବିଶ୍ବାସ କରିପାରୁନଥିଲେ । ହେଲେ ଏବେ ସେ ଏହାକୁ ନେଇ ଗର୍ବିତ ଅନୁଭବ କରୁଛନ୍ତି ।’
ପ୍ରକାଶ ଥାଉକି ‘ଗୁଡବାଏ’ ରଶ୍ମିକାଙ୍କ ଦ୍ବିତୀୟ ହିନ୍ଦୀ ଫିଲ୍ମ । ସେ ହ୍ୟାଣ୍ଡସମ ଆକ୍ଟର ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ‘ମିଶନ ମଜନୁ’ରେ ନଜର ଆସିବେ । ଯାହା ତାଙ୍କ ଡେବ୍ୟୁ ଫିଲ୍ମ । ବର୍ତ୍ତମାନ ଏହି ଫିଲ୍ମର ସୁଟିଂରେ ବ୍ୟସ୍ତ ସେ ।
@IANS