ETV Bharat / sitara

କାଜଲଙ୍କ ପ୍ରି-ୱେଡିଂ ପାର୍ଟି, ଗୌତମଙ୍କ ନାମରେ ଲଗାଇଲେ ମେହେନ୍ଦୀ

author img

By

Published : Oct 29, 2020, 4:33 PM IST

ଭାଇରାଲ ହେଲା କାଜଲଙ୍କ ମେହେନ୍ଦୀ ଫଟୋ । ପୂର୍ବରୁ ଚର୍ଚ୍ଚାରେ ରହିସାରିଛି ତାଙ୍କ ପଜାମା ପାର୍ଟି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ଶୁକ୍ରବାର ନୂଆ ଜୀବନ ଆରମ୍ଭ କରିବେ ସାଉଥର ଲୋକପ୍ରିୟ ଅଭିନେତ୍ରୀ କାଜଲ ଅଗ୍ରୱାଲ । ବିଜନେସମ୍ୟାନ ଗୌତମ କିଚଲୁଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ମନଲାଖି ବର ପାଇଥିବାରୁ କାଜଲଙ୍କ ଖୁସି ନ କହିଲେ ସରେ । ଝିଅ ପାଇଁ ପରଫେକ୍ଟ ପାର୍ଟନର ଖୋଜିଛନ୍ତି ପରିବାର ଲୋକେ। ଯାହାକୁ ନେଇ ସମସ୍ତେ ଖୁସି ।

ବିବାହ ପୂର୍ବରୁ ତାଙ୍କ ଘରେ ଆରମ୍ଭ ହୋଇଯାଇଛି ପ୍ରି-ୱେଡିଂ ପାର୍ଟି ମଧ୍ୟ। ନିକଟରେ ସେ ଭଉଣୀ ନିଶା ଅଗ୍ରୱାଲଙ୍କ ସହ ପଜାମା ପାର୍ଟି କରିଥିବାବେଳେ ଏବେ ସେ ଗୌତମଙ୍କ ନାମରେ ହାତରେ ମେହେନ୍ଦୀ ଲଗାଇଛନ୍ତି ।

ଏବେ ତାଙ୍କ ଏହି ମେହେନ୍ଦୀ ଫଟୋ ସୋସିଆଲ ମିଡିଆରେ ଘୁରିବୁଲୁଛି । ଗୁରୁବାର ସେ ନିଜେ ଇନଷ୍ଟାଗ୍ରାମରେ ମେହେନ୍ଦୀ ଫଟୋ ପୋଷ୍ଟ କରି ଖୁବ୍ ଖୁସି ନଜର ଆସୁଛନ୍ତି ।

ପ୍ରକାଶ ଥାଉକି ଆସନ୍ତାକାଲି ତଥା 30 ତାରିଖରେ ବ୍ୟକ୍ତିଗତ ସମାରୋହରେ ଗୌତମଙ୍କ ଓ କାଜଲଙ୍କ ବିବାହ ଉତ୍ସବ ଆୟୋଜନ ହେବ। ନିକଟରେ ବିବାହ କରିବାର ସୂଚନା ସେ ଫ୍ୟାନ୍ସଙ୍କୁ ଦେଇଥିଲେ । ସେହିପରି ଦଶହରା ଅବସରରେ ଭାବି ସ୍ବାମୀଙ୍କ ସହ ଫଟୋ ସେୟାର କରି ଚର୍ଚ୍ଚାରେ ଆସିଥିଲେ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.