ETV Bharat / sitara

65ତମ ଫିଲ୍ମଫେୟର ଆୱାର୍ଡରେ ଓଡ଼ିଆ ପୁଅଙ୍କ କମାଲ

author img

By

Published : Feb 7, 2020, 4:01 AM IST

ଧିରେ ଧିରେ କରି ଓଡି଼ଶାର କଳାକାର ଫେମସ ହେବାରେ ଲାଗିଛନ୍ତି । ଜାତୀୟ ସ୍ତରରେ ଅନେକ ପୁରସ୍କାର ପାଇସାରିବା ପରେ ଏବେ ଆଉ ଜଣେ ଓଡ଼ିଆ ପୁଅ ନିହାର ‘ଉରି’ ଫିଲ୍ମରେ ଦମଦାର ସାଉଣ୍ଡ ଡିଜାଇନ କରି ପୁରସ୍କୃତ ହେବାକୁ ଯାଉଛନ୍ତି ।

nihar ranjan samal
ଫଟୋ ସୌଜନ୍ୟ: ଟ୍ବିଟର

ଭୁବନେଶ୍ବର: ଫେମସ ଅଭିନେତା ବିକ୍କୀ କୌଶଲଙ୍କ ସୁପରଡୁପର ହିଟ୍ ଫିଲ୍ମ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ ବକ୍ସ ଅଫିସରେ ଶାନଦାର ଆୟ କରି ବ୍ଲକବଷ୍ଟର ଫିଲ୍ମ ସାଜିଥିଲା । ଫିଲ୍ମର ଦମଦାର କାହାଣୀ ଦର୍ଶକଙ୍କ ମନ କିଣିବାରେ ସଫଳ ହୋଇଥିଲା । 2016ରେ ଭାରତୀୟ ସେନା ପକ୍ଷରୁ ଆତଙ୍କବାଦୀଙ୍କ ଉପରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକର ବାସ୍ତବ କାହାଣୀକୁ ନେଇ ଆଧାରିତ ଏହି ଫିଲ୍ମ ।

ଦେଶଭକ୍ତି କାହାଣୀ ନୁହେଁ ବରଂ ଫଲ୍ମର ଶାନଦାର ମ୍ୟୁଜିକ ମଧ୍ୟ ସମସ୍ତଙ୍କୁ ଆକର୍ଷିତ କରିଥିଲା । ଏହା କେବଳ ସମ୍ଭବ ହୋଇପାରିଥିଲା ଓଡ଼ିଶାର ଜଣେ ସାଉଣ୍ଡ ଡିଜାଇନରଙ୍କର ପାଇଁ। ସେ ଆଉ କେହି ନୁହଁନ୍ତି ସେ ହେଲେ ନିହାର ରଞ୍ଜନ ସାମଲ। ଯିଏ ସବୁବେଳେ ନିଜ ଦମଦାର ସାଉଣ୍ଡ ଇଫେକ୍ଟ ପାଇଁ ଜଣାଶୁଣା ।

ବିଶ୍ବଦୀପ ଦୀପକ ଚାଟର୍ଜୀଙ୍କ ସହ ‘ଉରି’ ଫିଲ୍ମରେ କାମ କରି ନିହାରଙ୍କୁ ସର୍ବଶ୍ରେଷ୍ଠ ସାଉଣ୍ଡ ଡିଜାଇନ ଶ୍ରେଣୀରେ ଫିଲ୍ମଫେୟର ଆୱାର୍ଡ ପାଇଁ ଚନୟ କରାଯାଇଛି। ପ୍ରକାଶ ଥାଉକି 65ତମ ଆମାଜନ ଫିଲ୍ମଫେୟର ଆୱାର୍ଡ 2020 ଏମାସ 15ରେ ଆୟୋଜିତ ହେବ । ଗତ 2 ତାରିଖରେ ଏହାର ନୋମିନେସନ ତାଲିକା ଜାରି କରାଯାଇଥିଲା ।

ଓଡ଼ିଶାର ଜାଜପୁର ଜିଲ୍ଲାର ବାସିନ୍ଦା ନିହାର ବର୍ତ୍ତମାନ ମୁମ୍ବାଇରେ ରହୁଛନ୍ତି । ସେ ଉତ୍କଳ ବିଶ୍ବବିଦ୍ୟାଳୟ ଓ ପୁନେ ସ୍ଥିତ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟ୍ରିଟ୍ୟୁଟ ଅଫ ଇଣ୍ଡିଆର ପୂର୍ବତନ ଛାତ୍ର । ସେ ସାଉଣ୍ଡ ରେକର୍ଡିଂ ଏବଂ ସାଉଣ୍ଡ ଇନଜିନିୟରିଂରରେ ଡିଗ୍ରୀ ହାସଲ କରିଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.