ମୁମ୍ବାଇ: ଲକଡାଉନ ସମୟରେ ପ୍ରବାସୀ ଶ୍ରମିକ, ଦିନ ମଜୁରିଆ ଓ ଛାତ୍ରଛାତ୍ରୀଙ୍କୁ ନିଜ ନିଜ ଘରକୁ ପଠାଇବାରେ ସାହାଯ୍ୟ କରିଥିବାରୁ ହ୍ୟାଣ୍ଡସମ ଆକ୍ଟର ସୋନୁ ସୁଡଙ୍କୁ ସମସ୍ତେ ଭଗବାନ ସହ ତୁଳନା କରୁଛନ୍ତି । ନିଜ ମହାନତା ପାଇଁ ଚର୍ଚ୍ଚାରେ ରହିଆସୁଥିବା ସୋନୁ ଏଥର ବିହାର ନିର୍ବାଚନ ଉପରେ ପ୍ରତିକ୍ରିୟା ଦେଇଛନ୍ତି । ତାଙ୍କ ଅନୁଯାୟୀ, ଲୋକେ ନିଶ୍ଚିତ ଭାବରେ ଏହି ସରକାରରେ କିଛି ଠିକ୍ ଦେଖିଥିବେ ସେଥିପାଇଁ ସେମାନେ ଏହି ନିଷ୍ପତ୍ତିକୁ ପୁନଃ ନିର୍ବାଚିତ କରିଛନ୍ତି । ଯେଉଁଥି ପାଇଁ ବିଜୟର ସ୍ବାଦ ଚାଖିଛି ଏନଡିଏ ।
ସେ ଆହୁରି କହିଛନ୍ତି ଯେ କେବେ ଲୋକେ ତୁମକୁ ଦ୍ବିତୀୟ ସୁଯୋଗ ଦିଅନ୍ତି, ‘ସେମାନେ ଚାହାଁନ୍ତି ତାଙ୍କ ଜୀବନ ସଠିକ୍ ଉନ୍ନତ ପ୍ଲାଟଫର୍ମକୁ ଫେରିପାରିବ ।’
ପ୍ରକାଶ ଥାଉକି ବର୍ତ୍ତମାନ ସୋନୁ ନିଜର ଅପକମିଂ ସାଉଥ ଫିଲ୍ମର ସୁଟିଂ ହାଇଦ୍ରାବାଦରେ କରୁଛନ୍ତି । ହେଲେ ଫିଲ୍ମ ସେଟରେ ମଧ୍ୟ ସେ ଦେଶବାସୀଙ୍କୁ ସାହାଯ୍ୟ କରିବାକୁ ଆଦୌ ହେଳା କରିନଥିଲେ । ସୁଟିଂ ସେଟରେ ଜମିଥିଲା ଲୋକଙ୍କ ଭିଡ । ଯେଉଁମାନଙ୍କ ଦୁଃଖ ଦୂର କରୁଥିଲେ ସୋନୁ ।