ମୁମ୍ବାଇ: ହ୍ୟାଣ୍ଡସମ ଆକ୍ଟର ସୋନୁ ସୁଡ ଗତ ଚାରି ମାସରୁ ଦେଶବାସୀଙ୍କ ସେବାରେ କ୍ରମାଗତ ଭାବେ ଲାଗିଛନ୍ତି । ଲକଡାଉନରେ ସେ ଲକ୍ଷ ଲକ୍ଷ ଲୋକଙ୍କୁ ନିଜ ନିଜ ଘରକୁ ସୁରକ୍ଷିତ ପଠାଇସାରିଲେଣି । ଖାଲି ଏତିକି ନୁହେଁ ସେ ସୋସିଆଲ ମିଡିଆରେ ଗରିବଙ୍କ ସମସ୍ୟା ଦେଖି ସଙ୍ଗେ ସଙ୍ଗେ ନିଜ ଟିମ ସହ ବାହାରି ପଡୁଛନ୍ତି ସାହାଯ୍ୟ କରିବାକୁ । ଏଯାବତ ସେ ଅନେକ ପରିବାରକୁ ଆର୍ଥିକ ସାହାଯ୍ୟ ମଧ୍ୟ କରିସାରିଲେଣି । ଯାହାକୁ ନେଇ ସବୁ ମହଲରେ ତାଙ୍କ ପ୍ରଶଂସା ଦେଖିବାକୁ ମିଳୁଛି । ଇତିମଧ୍ୟରେ ସେ ଡାନ୍ସ ରିୟାଲିଟି ଶୋ ‘ଇଣ୍ଡିଆଜ ବେଷ୍ଟ ଡାନ୍ସର’ରେ ଅତିଥି ରୂପେ ନଜର ଆସିଛନ୍ତି । ଯାହାର କିଛି ଫଟୋ, ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ଶୋରେ ତାଙ୍କ ମହାନତାର ଗୁଣଗାନ କରାଯାଇଛି। ମଜାଦାର କଥା ହେଲା ଯେ ଶୋର ଜଜ ତଥା ସେକ୍ସୀ ଅଭିନେତ୍ରୀ ମଲାଇକା ଅରୋରାଙ୍କ ସହ ସୋନୁ ଚର୍ଚ୍ଚିତ ଗୀତ ‘ମୁନ୍ନି ବଦନା ହୁ’ରେ ଦମଦାର ଡାନ୍ସ ମଧ୍ୟ କରିଥିଲେ ।
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉକି ଏହି ଶୋ ପୂର୍ବରୁ ଟିଭିର ଲୋକପ୍ରିୟ କମେଡି ଶୋ ‘ଦ କପିଲ ଶର୍ମା’ରେ ସୋନୁ ନଜର ଆସିଥିଲେ । ଯେଉଁଠାରେ ତାଙ୍କ ମହାନତାର ଝଲକ ଦେଖିବାକୁ ମିଳିଥିଲା । ହଜାର ହଜାର ଲୋକ ସୋନୁଙ୍କୁ ବର୍ତ୍ତମାନ ନିଜର ଭଗବାନ ମାନୁଛନ୍ତି।