ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବେ ଫିଲ୍ମ ଭାରତ ପାଇଁ କାଫି ବ୍ୟସ୍ତ ଅଛନ୍ତି । କିଛିଦିନ ତଳେ କ୍ୟାଟ୍ରିନା ନେହା ଧୁପିଆଙ୍କ ଶୋ ‘ବିଏଫଏଫ ୱିଥ ଭୋଗ’ କୁ ଯାଇଥିଲେ ତାଙ୍କ ସହ ଥିଲେ ଭୋଗ ଇଣ୍ଡିଆ ମାଗାଜିନର ଫ୍ୟାସନ ନିର୍ଦ୍ଦେଶକ ଅନିତା ସ୍ରଫ ଅଦଜାନିଆ ।
ଶୋରେ ଦୁହିଁଙ୍କୁ ଅନେକ ପ୍ରଶ୍ନ ପଚରାଯାଇଥିଲା । ତେବେ ଇଣ୍ଡଷ୍ଟ୍ରିରେ କାହାର ଜିମ ଲୁକ ଓଭର ଦି ଟପ ଲାଗେ ବୋଲି ପଚାରିଥିଲେ ନେହା, କ୍ୟାଟ୍ରିନାଙ୍କୁ । ଏଥିରେ କ୍ୟାଟ୍ରିନା କହିଥିଲେ ଜାହ୍ନବୀଙ୍କ ଜିମ ଲୁକ ଓଭର ନଲାଗିଲେ ମଧ୍ୟ ତାଙ୍କ ଅତି ଶର୍ଟ ଡ୍ରେସ ଚିନ୍ତାର ବିଷୟ ।
ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ ସୋନମ କପୁର । ସୋନମଙ୍କୁ କ୍ୟାଟ୍ରିନାଙ୍କ କଥା ପସନ୍ଦ ଆସିନଥିଲା । ସୋସିଆଲମିଡିଆରେ ଜାହ୍ନବୀଙ୍କ ଏକ ଫଟୋ ସହ ସୋନମ ଲେଖିଥିଲେ ଜାହ୍ନବୀ ରେଗୁଲାର ଡ୍ରେସ ପିନ୍ଧନ୍ତି ଓ ଖୁବ ସୁନ୍ଦର ଦେଖାଯାଆନ୍ତି ।
ତେବେ କ୍ୟାଟ୍ରିନାଙ୍କ ଆଗାମୀ ଫିଲ୍ମ ‘ଭାରତ’ ଜୁନ 5ରେ ରିଲିଜ ହେବ ।