ETV Bharat / sitara

କ୍ୟାବ ଡ୍ରାଇଭରଙ୍କ ଖରାପ ବ୍ୟବହାରରେ ଡରିଲେ ସୋନମ

author img

By

Published : Jan 16, 2020, 7:06 PM IST

ଲଣ୍ଡନ ଉବର କ୍ୟାବ ଡ୍ରାଇଭରଙ୍କ ବିରୋଧରେ ଅଭିଯୋଗ ଆଣି ଟ୍ବିଟ କଲେ ସୋନମ କପୁର । ସମସ୍ତଙ୍କୁ ସୁରକ୍ଷିତ ରହିବାକୁ ଦେଲେ ପରାମର୍ଶ ।

sonam kapoor
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନମ କପୁର

ମୁମ୍ବାଇ: ବି-ଟାଉନର ଡିଭା ସୋନମ କପୁର ସୋନମ କପୁର ବର୍ତ୍ତମାନ ଦେଶ-ବିଦେଶର ଯାତ୍ରା କରିବାରେ ଲାଗିଛନ୍ତି । ଏହି ଯାତ୍ରା ସମୟରେ ତାଙ୍କ ସହ ଏମିତି ଘଟଣା ଘଟୁଛି ଯାହାକୁ ନେଇ ସେ ବହୁତ ଚିନ୍ତିତ ନଜର ଆସୁଛନ୍ତି । ନିକଟରେ ତାଙ୍କ ଲଗେଜ ଯାତ୍ରା କରୁଥିବା ସମୟରେ ହଜିଯାଇଥିଲା । ଆଉ ଏବେ ତାଙ୍କ ସହ ଏମିତି କିଛି ହୋଇଛି, ଯାହା ବିଷୟରେ ସେ ସୋସିଆଲ ମିଡିଆରେ ସୂଚନା ଦେବା ସହ ସମସ୍ତଙ୍କୁ ସୁରକ୍ଷିତ ରହିବାକୁ କହିଛନ୍ତି ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ସୋନମ କପୁର

ସୋନମ ଟ୍ବିଟର ଆକାଉଣ୍ଟରେ ଲେଖିଛନ୍ତି, ‘ମୁଁ ଲଣ୍ଡନ ଉବର ଡ୍ରାଇଭର ସହ ଭୟାବହ ଏକ୍ସପିରିୟନ୍ସ କରିଛି । ଆପଣ ଦୟା କରି ଧ୍ୟାନ ରଖନ୍ତୁ । ବେଷ୍ଟ ହେବ କି ଆପଣ ଏଠାକାର ସ୍ଥାନୀୟ କ୍ୟାବ ଓ ପବ୍ଲିକ ପରିବହନର ବ୍ୟବହାର କରନ୍ତୁ ଆଉ ସୁରକ୍ଷିତ ରୁହନ୍ତୁ । ମୁଁ ସମ୍ପୂର୍ଣ୍ଣ ରୂପେ ଡରିଯାଇଛି ।’

ତାଙ୍କ ଏପରି ଟ୍ବିଟ ପରେ ତାଙ୍କୁ କମେଣ୍ଟ କରି ତାଙ୍କ ବନ୍ଧୁ ଓ ୟୁଜର୍ସ ପ୍ରଶ୍ନ କରିବାରେ ଲାଗିଛନ୍ତି ତାଙ୍କ ସହ କଣ ହୋଇଛି । ଜଣେ ୟୁଜର ଲେଖିଛନ୍ତି, ‘କଣ ହେଲା ସୋନମ? ଲଣ୍ଡନରେ କ୍ୟାବର ବ୍ୟବହାର କରୁଥିବା ବ୍ୟକ୍ତି ରୂପେ ଏହା ମୋ ପାଇଁ ଜାଣିବା ନିହାତି ଦରକାର । ଯାହା ମତେ ସୁରକ୍ଷିତ ରଖିବ ।’

ସେହି ୟୁଜରଙ୍କୁ ଜବାବ ଦେଇ ସୋନମ ଲେଖିଛନ୍ତି, ‘କ୍ୟାବ ଡ୍ରାଇଭର ମାନିସକ ରୋଗୀ ଥିଲା ଆଉ ମୋ ସହ ଖୁବ୍ ଚିତ୍କାର କରି କଥାବାର୍ତ୍ତା କରୁଥିଲା । ସେ ଜଣେ ଅସ୍ତିର ବ୍ୟକ୍ତି ଥିଲେ କେବଳ ଚିତ୍କାର କରୁଥିଲେ । ତାଙ୍କ ବ୍ୟବହାର ଦେଖି ମୁଁ ଖୁବ୍ ଡରିଯାଇଥିଲି ।’

ସେପଟେ ସୋନଙ୍କ ଟ୍ବିଟ ପରେ ଉବର କମ୍ପାନୀର ଜବାବ ଆସିଥିଲା । ଗ୍ଲୋବାଲ ହେଲ୍ପଲାଇନ ଆକାଉଣ୍ଟରୁ ଜବାବ ଦେଇ କୁହାଯାଇଥିଲା ଯେ ତାଙ୍କର ଯେକୌଣସି ଗ୍ରାହକ କୌଣସି ବିଷୟରେ ତାଙ୍କୁ ସିଧା ଅଭିଯୋଗ କରିପାରିବେ । ସୋନମ ଏଯାବତ ଉବର ଏପରି ଟ୍ବିଟରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି ।

Intro:Body:

A

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.