ମୁମ୍ବାଇ: କିଛି ଦିନ ପୂର୍ବରୁ ଟ୍ବିଟରରେ ଆରମ୍ଭ ହୋଇଛି #ଶାଢୀଟ୍ବିଟର ଚ୍ୟାଲେଞ୍ଜ । ଯାହାକୁ ଧିରେ ଧିରେ ଅନେକ ଲୋକ ଗ୍ରହଣ କରିବାରେ ଲାଗି ପଡିଛନ୍ତି । ସାଧାରଣ ଜନତାଙ୍କଠୁ ନେଇ ପଲିଟିଶିୟନ୍ସ ଏବଂ ସେଲିବ୍ରିଟି ଏହି ଚ୍ୟାଲେଞ୍ଜ ଗ୍ରହଣ କରିବାକୁ ସାମ୍ନାକୁ ବାହାରୁଛନ୍ତି । ସମସ୍ତେ ଶାଢୀ ପିନ୍ଧି ଟ୍ବିଟରରେ ଫଟୋ ସେୟାର କରି ଏହି ଚ୍ୟାଲେଞ୍ଜ ସ୍ବୀକାର କରୁଛନ୍ତି । ଏହି କ୍ରମରେ ଏବେ ସାମିଲ ହୋଇଛନ୍ତି ବି-ଟାଉନର ଡିଭା ସୋନମ କପୁର ଆହୁଜା । ସେ ମଧ୍ୟ ଶାଢୀ ପିନ୍ଧି ଫଟୋ ସେୟାର କରିଛନ୍ତି ।
ସୋନମ ଏହି ଚ୍ୟାଲେଞ୍ଜରେ ଦୁଇଟି ଫଟୋ ସେୟାର କରିଛନ୍ତି । କ୍ୟାପସନରେ 'ବିଫୋର ଆଣ୍ଡ ଆପ୍ଟର' କ୍ୟାପସନ ଲେଖିଛନ୍ତି ।
ସେ ଟ୍ବିଟରରେ ନିଜ ପିଲା ବେଳର ଶାଢୀ ପିନ୍ଧା ସହ ଏବେକାର ଶାଢୀ ପିନ୍ଧା ଫଟୋ କୋଲାଜ କରି ସେୟାର କରିଛନ୍ତି । ପୁରୁଣା ଫଟୋରେ ସେ କଲର ଫୁଲ ଶାଢୀ ପିନ୍ଧିଛନ୍ତି ଆଉ ବହୁତ ଛୋଟ ନଜର ଆସୁଛନ୍ତି । ଅନ୍ୟ ଫଟୋରେ ସେ ଲାଇଟ ପର୍ପଲ କଲର ଶାଢୀକୁ ଅପ-ସୋଲ୍ଡର ବ୍ଲାଉଜ ସହ ପିନ୍ଧି ଖୁବ୍ ସୁନ୍ଦର ଦେଖାଯାଉଛନ୍ତି ।
ପ୍ରକାଶ ଥାଉକି ସୋନମ ସବୁବେଳେ ନିଜ ଫ୍ୟାଶନ ସେନ୍ସକୁ ନେଇ ଚର୍ଚ୍ଚାରେ ରୁହନ୍ତି । ସେ ଗତ ବର୍ଷ ବିଜନେସମ୍ୟାନ ଆନନ୍ଦ ଆହୁଜାଙ୍କୁ ବିବାହ କରିଥିଲେ । ନିକଟରେ ଶୁଣିବାକୁ ମିଳୁଥିଲା ଯେ ସେ ସ୍ବାମୀଙ୍କ ସହ ଲଣ୍ଡନରେ ସେଟଲ ହେବାକୁ ଯାଉଛନ୍ତି ।