ETV Bharat / sitara

ସୋନାକ୍ଷୀଙ୍କୁ ସମ୍ପତ୍ତିରୁ ବେଦଖଲ କଲେ ବାପା ଶତ୍ରୁଘ୍ନ

author img

By

Published : Jan 24, 2022, 12:21 PM IST

ସୋନାକ୍ଷୀଙ୍କ ବାପା ତଥା ଅଭିନେତା ଶତ୍ରୁଘ୍ନ ସିହ୍ନା ତାଙ୍କ ସମ୍ପତ୍ତିରୁ ସୋନାକ୍ଷୀଙ୍କୁ ବେଦଖଲ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତାଙ୍କର ବହୁ କୋଟି ସମ୍ପତ୍ତିରୁ ସୋନାକ୍ଷୀଙ୍କୁ କୌଣସି ଭାଗ ମିଳିବ ନାହିଁ ବୋଲି ଏକ ବୟାନରେ କହିଛନ୍ତି । ଅଧିକ ପଢନ୍ତୁ

ସୋନାକ୍ଷୀଙ୍କୁ ସମ୍ପତ୍ତିରୁ ବେଦଖଲ କଲେ ବାପା ଶତ୍ରୁଘ୍ନ ସିହ୍ନା

ହାଇଦ୍ରାବାଦ: ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା ଏବେ ସୋସିଆଲ ମିଡିଆରେ ବହୁତ ଲୋକପ୍ରିୟ ହେବାରେ ଲାଗିଛନ୍ତି। କମ ବୟସରୁ ବଲିଉଡରେ ଅଭିନୟ ମାଧ୍ୟମରେ ନିଜର ପରିଚୟ ସୃଷ୍ଟି କରିପାରିଥିବା ସୋନାକ୍ଷୀ ଏବେ ଲକ୍ଷ ଲକ୍ଷ ଲୋକଙ୍କ ପ୍ରଥମ ପସନ୍ଦ । ସୋନାକ୍ଷୀ ସିହ୍ନା ପ୍ରକୃତରେ ବଲିଉଡ ପରିବାରର ଅଟନ୍ତି କାରଣ ତାଙ୍କ ପିତା ଶତ୍ରୁଘ୍ନ ସିହ୍ନା ମଧ୍ୟ ୭୦ ଦଶକର ସୁପରଷ୍ଟାର ଥିଲେ । ଏଭଳି ପରିସ୍ଥିତିରେ ସୋନାକ୍ଷୀ ମଧ୍ୟ ତାଙ୍କ ପିତାଙ୍କ ନାମରେ ଜଣାଶୁଣା । କିନ୍ତୁ ବର୍ତ୍ତମାନ ଶତ୍ରୁଘ୍ନ ସିହ୍ନା ଏକ ବଡ ନିଷ୍ପତ୍ତି ନେଇଛନ୍ତି।

ଶତ୍ରୁଘ୍ନ ସିହ୍ନା ଏକ ବୟାନରେ କହିଛନ୍ତି ଯେ, ତାଙ୍କର କୋଟିକୋଟି ମୂଲ୍ୟର ସମ୍ପତ୍ତିରୁ ସୋନାକ୍ଷୀଙ୍କୁ କୌଣସି ଭାଗ ମିଳିବ ନାହିଁ । ଅର୍ଥାତ ତାଙ୍କୁ ସମ୍ପତ୍ତିରୁ ବେଦଖଲ କରିବାକୁ ଶତ୍ରୁଘ୍ନ ନିଷ୍ପତ୍ତି ନେଇଛନ୍ତି। କାରଣ ଏଭଳି କଠୋର ଏବଂ ବଡ ନିଷ୍ପତ୍ତି ପଛର କାରଣ ହେଉଛି ସୋନାକ୍ଷୀଙ୍କ ବିବାହ । ନିକଟରେ ନିଜର ପ୍ରେମକୁ ନେଇ ଖୁବ ଚର୍ଚ୍ଚାରେ ଥିଲେ ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା। ଏବେ ଶୁଣିବାକୁ ମିଳୁଛି ଝିଅ ସୋନାକ୍ଷୀ ଜଣେ ମୁସଲମାନ୍ ପୁଅକୁ ବିବାହ କରିବାକୁ ଚାହୁଁଛନ୍ତି । କିନ୍ତୁ ଏ ସମ୍ପର୍କରେ ସୋନାକ୍ଷୀ ଔପଚାରିକ ଭାବେ କିଛି କହିନାହାଁନ୍ତି । ଯେଉଁଥିପାଇଁ ତାଙ୍କ ପରିବାର ମଧ୍ୟରେ ମନାନ୍ତର ଦେଖିବାକୁ ମିଳିଛି ।

ଏକ ସାକ୍ଷାତକାରରେ ଶତ୍ରୁଘ୍ନ କହିଛନ୍ତି ଯେ, ବଲିଉଡରେ ଏଣ୍ଟ୍ରି କରି ସେନାକ୍ଷୀ ଉଭୟ ଅର୍ଥ ଓ ପ୍ରସିଦ୍ଧି ପାଇଛନ୍ତି । ତେଣୁ ତାଙ୍କ ପାଖରେ ଆଉ କିଛି ଅଭାବ ନାହିଁ । ତାଙ୍କୁ ବାପାଙ୍କ ପୈତୃକ ସମ୍ପତ୍ତିରୁ ଏକ ଟଙ୍କା ବି ମିଳିବ ନାହିଁ । ଅନ୍ୟପଟେ ଏହି ସମ୍ପତ୍ତିର ମାଲିକ ତାଙ୍କର ଦୁଇ ପୁଅ ଲବ ଓ କୁଶ ହେବେ ବୋଲି ଶତ୍ରୁଘ୍ନ କହିଛନ୍ତି ।

ସେପଟେ ସୋନାକ୍ଷୀ ସିହ୍ନା ମଧ୍ୟ ପ୍ରେମିକ ସହ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି। କୁହାଯାଉଛି ଯେ ସେ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଯଦିଓ ଏପର୍ଯ୍ୟନ୍ତ ସୋନାକ୍ଷୀ ଏନେଇ ମୁହଁ ଖୋଲି ନାନାହିଁ। ଖବର ଅନୁଯାୟୀ, ବଣ୍ଟି ସଜଦେହଙ୍କ ସହ ସୋନାକ୍ଷୀ ସିହ୍ନା ରିଲେସନସିପରେ ଅଛନ୍ତି ବୋଲି ଚର୍ଚ୍ଚା ହେଉଛି। ବଣ୍ଟି ସଲମାନ ଖାନଙ୍କ ସାନଭାଇ ସୋହେଲ ଖାନଙ୍କ ଶଳା । ଏଭଳି ପରିସ୍ଥିତିରେ ସେମାନଙ୍କ ବିବାହକୁ ନେଇ ଅନେକ କଳ୍ପନାଜଳ୍ପନା କରାଯାଉଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.