ETV Bharat / sitara

ଟ୍ରୋଲର୍ସଙ୍କ ଟାର୍ଗେଟରେ ଦବଙ୍ଗ ଗାର୍ଲ

ପୁଣି ଟ୍ରୋଲର୍ସଙ୍କ ଶିକାର ହେଲେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା । ଜେଏନୟୁ ହିଂସା ଉପରେ କହିବାକୁ ତାଙ୍କୁ ପରାର୍ମଶ ଦେଲେ ଟ୍ରୋଲର୍ସ । ସୋସିଆଲ ମିଡିଆରେ ଫଟୋ ସେୟାର କରି ହଟହଟା ସୋନାକ୍ଷୀ ।

author img

By

Published : Jan 8, 2020, 7:58 PM IST

sonakshi sinha
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନାକ୍ଷୀ ସିହ୍ନା

ମୁମ୍ବାଇ: ବି-ଟାଉନର ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନାଙ୍କ ଚର୍ଚ୍ଚିତ ଫିଲ୍ମ ‘ଦବଙ୍ଗ 3’ ନିକଟରେ ରିଲିଜ ହୋଇଥିଲା । ଯାହା ଏଯାବତ ବକ୍ସ ଅଫିସରେ 150 କୋଟି ଟଙ୍କା ଆୟ କରିଛି । ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚାରେ ସୋନାକ୍ଷୀ ନୁହେଁ ସେତିକି ଚର୍ଚ୍ଚାରେ ତାଙ୍କ ଗ୍ଲାମରସ ଫଟୋ । ନିକଟରେ ସେ ସୋସିଆଲ ମିଡିଆରେ ନିଜର କିଛି ଫଟୋ ସେୟାର କରିଥିଲେ ସେ । ଏହି ଫଟୋରେ ସୋନାକ୍ଷୀ ଗ୍ରେ କଲରର କ୍ରପ ଟପ ପିନ୍ଧିବାର ନଜର ଆସୁଛନ୍ତି ।

ଫଟୋ ସେୟାର କରି ସୋନାକ୍ଷୀ କ୍ୟାପସନରେ ଲେଖିଥିଲେ, ‘ଲୁଚାଇବା ପାଇଁ କିଛି ମଧ୍ୟ ନାହିଁ, ଡରିବା ପାଇଁ କିଛି ନାହିଁ, ମତେ ରୋକିବା ପାଇଁ ମଧ୍ୟ କିଛି ନାହିଁ ।’ ଫ୍ୟାନ୍ସଙ୍କୁ ତାଙ୍କ ଏହି ଅବତାର ପସନ୍ଦ ଆସିଥିବା ବେଳେ କିଛି ୟୁଜର୍ସଙ୍କୁ ଏହା ଆଦୌ ପସନ୍ଦ ଆସିନାହିଁ । ଯାହାଦ୍ବାରା ତାଙ୍କୁ ସୋସିଆଲ ମିଡିଆରେ ଖୁବ୍ ଟ୍ରୋଲ କରିବାରେ ଲାଗିଛନ୍ତି ।

କିଛି ୟୁଜର୍ସ ତାଙ୍କୁ କମେଣ୍ଟ କରି ଲେଖିଛନ୍ତି ଏହି ଫଟୋ ସେୟାର କରିବା ଛାଡି ଦେଶରେ ଚାଲିଥିବା ଜେଏନୟୁ ବିବାଦରେ କିଛି କୁହନ୍ତୁ । ସେହିପରି ଆଉ କିଛି ଲୋକ ‘କେବିସି’ରେ ତାଙ୍କ ଉତ୍ତରକୁ ନେଇ ଟାର୍ଗେଟ କରିଛନ୍ତି । କେହି କେହି ପ୍ରଶ୍ନ ମଧ୍ୟ କରିଛନ୍ତି ଗଦ କିଏ ଆଣି ଆସୁଥିଲେ । ହନୁମାନ ନା ଆଉ କିଏ ।

କଥାଟି ହେଲା କି ବିଗ ବି ଅମିତାଭ ବଚ୍ଚନଙ୍କ ପପୁଲାର ରିୟାଲିଟି ଶୋ କେବିସିରେ ସୋନାକ୍ଷୀଙ୍କୁ ଯେତେବେଳେ ପ୍ରଶ୍ନ କରାଯାଇଥିଲା ଯେ ରାମାୟଣ ଅନୁଯାୟୀ ହନୁମାନ କାହା ପାଇଁ ସଞ୍ଜୀବନୀ ବୁଟି ଆଣିଥିଲେ ? ଏହାର ଜବାବ ସୋନାକ୍ଷୀ ଦେଇପାରିନଥିଲେ । ସେହି ସମୟ ଠାରୁ ତାଙ୍କୁ ଅନେକଥର ଏହି କଥାରେ ଟାର୍ଗେଟ କରି ୟୁଜର୍ସ ଟ୍ରୋଲର କରିଆସୁଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.