ହାଇଦ୍ରାବାଦ: ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା ଏବେ ସୋସିଆଲ ମିଡିଆରେ ବହୁତ ଲୋକପ୍ରିୟ ହେବାରେ ଲାଗିଛନ୍ତି। କମ ବୟସରୁ ବଲିଉଡରେ ଅଭିନୟ ମାଧ୍ୟମରେ ନିଜର ପରିଚୟ ସୃଷ୍ଟି କରିପାରିଥିବା ସୋନାକ୍ଷୀ ଏବେ ଲକ୍ଷ ଲକ୍ଷ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛନ୍ତି । ସୋନାକ୍ଷୀ ପ୍ରାୟ 12 ବର୍ଷ ଧରି ଇଣ୍ଡଷ୍ଟ୍ରିରେ ଅଛନ୍ତି ।
![ସୋନାକ୍ଷୀ](https://etvbharatimages.akamaized.net/etvbharat/prod-images/14267715_356_14267715_1643011113014.png)
ସୋନାକ୍ଷୀ ଇନଷ୍ଟାଗ୍ରାମରେ "ASK ME ANYTHING" (ମୋତେ କିଛି ବି ପଚାରନ୍ତୁ) ନାମକ ଏକ ସେସନ୍ ରଖିଛନ୍ତି। ଯେଉଁଥିରେ ପ୍ରଶଂସକମାନେ ତାଙ୍କୁ ପ୍ରଶ୍ନ ପଚାରିପାରିବେ। ବର୍ତ୍ତମାନ ସେମିତି କିଛି ଦେଖିବାକୁ ମିଳିଛି ସୋନାକ୍ଷୀଙ୍କ ଇନଷ୍ଟାଗ୍ରାମରେ। ଯେଉଁଥିରେ ଅଭିନେତ୍ରୀ ମଜାଳିଆ ଢଙ୍ଗରେ ଉତ୍ତର ଦେଇଛନ୍ତି। ସିହ୍ନାଙ୍କୁ ଜଣେ ପ୍ରଶଂସକ ପଚାରିଛନ୍ତି ସେ ବର୍ତ୍ତମାନ କଣ କରୁଛନ୍ତି, ସେ କହିଛନ୍ତି ଯେ ସପ୍ତାହକ ମଧ୍ୟରେ ସେ ମାର୍ଭେଲ ମୁଭିର ସମସ୍ତ ସିନେମା ଦେଖୁଛନ୍ତି। ଅନ୍ୟ ଏକ ପୋଷ୍ଟରେ ସେ ଦର୍ଶାଇଛନ୍ତି ଯେ ସେ ବର୍ତ୍ତମାନ ପାଞ୍ଚ ନମ୍ବରରେ ପହଞ୍ଚିଛନ୍ତି, ପରବର୍ତ୍ତୀ ଚଳଚ୍ଚିତ୍ର ହେଉଛି 'ଥର୍'।
![ସୋନାକ୍ଷୀ](https://etvbharatimages.akamaized.net/etvbharat/prod-images/sona_2401newsroom_1643010991_730.jpeg)
ଏହା ବି ପଢନ୍ତୁ: ସୋନାକ୍ଷୀଙ୍କୁ ସମ୍ପତ୍ତିରୁ ବେଦଖଲ କଲେ ବାପା ଶତ୍ରୁଘ୍ନ
ଆଉ ଜଣେ ପ୍ରଶଂସକ ପଚାରିଛନ୍ତି ତାଙ୍କର ପ୍ରିୟ ନୋଜ ପିନ୍ କ’ଣ ? ଏହା ପରେ ସେ ନୋଜ ପିନ୍ ସହିତ ନିଜର ଏକ ଫଟୋ ସେୟାର କରିଛନ୍ତି। ଆଉ ଜଣେ ପ୍ରଶଂସକ ପଚାରିଥିଲେ, 'ସମସ୍ତେ ବିବାହ କରୁଛନ୍ତି ତୁମେ କେବେ ବିବାହ କରିବ ?' ସୋନାକ୍ଷୀ ତାଙ୍କୁ ଉତ୍ତରରେ କହିଛନ୍ତି, ସମସ୍ତେ କୋଭିଡ ସଂକ୍ରମିତ ହେଉଛନ୍ତି, ତାହେଲେ କ'ଣ ମୋତେ ବି ହେବା ଦରକାର ?
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ