ମୁମ୍ବାଇ: କୋରୋନା ଟିକା ନେଲେ ବି ଟାଉନର ଚର୍ଚ୍ଚିତ ଯୋଡ଼ି ରିତେଶ ଦେଶମୁଖ ଓ ଜେନେଲିଆ ଡିସୁଜା । ଖାଲି ଏହି ଦୁଇଜଣ ନୁହଁନ୍ତି ଦବଙ୍ଗ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ମଧ୍ୟ କୋରୋନା ଭ୍ୟାକ୍ସିନ ନେଇଛନ୍ତି । ଏହାକୁ ନେଇ ଏହି ଅଭିନେତା ଓ ଅଭିନେତ୍ରୀମାନେ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ସେୟାର କରି ସୂଚନା ଦେଇଛନ୍ତି । ମହାମାରୀ କରୋନାରୁ ବର୍ତ୍ତିବା ପାଇଁ ସଭିଁଙ୍କୁ ପଞ୍ଜୀକରଣ କରି ଟିକା ନେବାକୁ ନିବେଦନ କରୁଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ।
- " class="align-text-top noRightClick twitterSection" data="
">
କୋରୋନା ଭ୍ୟାକ୍ସିନ ନେବାପରେ ସୋନାକ୍ଷୀ ସିହ୍ନା ଫଟୋ ସେୟାର କରି କହିଛନ୍ତି ଯେ, ଭ୍ୟାକ୍ସିନ ନେଲି ବିଜୟୀ ହେଲି । ଫଟୋରେ ସୋନାକ୍ଷୀ ବାମ ହାତରେ କୋରୋନା ଟିକା ନେଉଥିବା ଦେଖିବାକୁ ମିଳିଛି । ନିଜ ଫ୍ୟାନମାନଙ୍କୁ କୋରୋନା ଟିକା ନେବା ପାଇଁ ଉତ୍ସାହିତ କରିବାକୁ ସେ ଏହି ଫଟୋ ସେୟାର କରିଛନ୍ତି । ବର୍ତ୍ତମାନ ମହାମାରୀ କୋରୋନାକୁ ମାତ ଦେବାପାଇଁ ଟିକା ନେବାକୁ ସଚେତନତା କରାଯାଉଛି ।
- " class="align-text-top noRightClick twitterSection" data="
">
ସେହିଭଳି ରିତେଶ ଦେଶମୁଖ ଓ ତାଙ୍କ ପତ୍ନୀ ଜେନେଲିଆ ଡିସୁଜା ମଧ୍ୟ କୋଭିଡ ଟିକା ନେଇ କୋରୋନା ଲଢ଼େଇରେ ସାମିଲ ହୋଇଛନ୍ତି । ଟିକା ନେବା ପରେ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ସେୟାର କରିଛନ୍ତି ରିତେଶ । ଫଟୋରେ କ୍ୟାପସନ ଦେଇ ସେ ଲେଖିଛନ୍ତି ଯେ, 'ସଫଳ ଭାବରେ ଭ୍ୟାକ୍ସିନ ନେଲି । ଏହି ମହାମାରୀ ରୂପୀ ରାକ୍ଷସ ବିରୋଧରେ ମିଳିମିଶି ଲଢ଼େଇ କରିବା ।' ଜେନେଲିଆ ଡିସୁଜା ଟିକା ନେଉଥିବା ଫଟୋ ସେୟାର କରିଛନ୍ତି ।
- " class="align-text-top noRightClick twitterSection" data="
">
ସୋନାକ୍ଷୀ ସିହ୍ନା, ରିତେଶ ଦେଶମୁଖ ଓ ଜେନେଲିଆ ଡିସୁଜା ମଧ୍ୟ ବଲିଉଡରେ କୋରୋନା ଟିକା ନେଇଥିବା ଅଭିନେତା ଓ ଅଭିନେତ୍ରୀ ତାଲିକାରେ ସାମିଲ ହୋଇଛନ୍ତ । ଏହାପୂର୍ବରୁ ଅମିତାଭ ବଚ୍ଚନ, ସଲମାନ ଖାନ, ସଞ୍ଜୟ ଦତ୍ତ, ହେମା ମାଳିନୀ, ମୋହନଲାଲ, ଜିତେନ୍ଦ୍ର କପୁର, କମଲ ହାସନ, ନାଗାର୍ଜୁନ ଓ ରାଧିକା ମଦନ ମଧ୍ୟ କୋରୋନା ଟିକା ନେଇ ସାରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ