ଯାଜପୁର: ବଡଚଣା ଥାନା ଦର୍ପଣୀ କୋଟରକ୍ଷୀ ମନ୍ଦିରରୁ କିଛି ଦୁର୍ବୃତ୍ତ ଗତକାଲି ରାତିରେ ମାଙ୍କର ଅଷ୍ଟଧାତୁ ମୂର୍ତ୍ତି ଚୋରି କରିନେବା ସହିତ ମନ୍ଦିରରେ ଥିବା ମା’ଙ୍କ ସୁନାରୂପା ଅଳଙ୍କାରକୁ ଲୁଟିନେଇଛି ।
ଏନେଇ ମନ୍ଦିର କମିଟି ଓ ସ୍ଥାନୀୟ ଗ୍ରାମବାସୀଙ୍କ ପକ୍ଷରୁ ବଡଚଣା ଥାନାରେ ଅଭିଯୋଗ ହେବାପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ମନ୍ଦିରରେ ଲାଗିଥିବା ସିସିଟିଭିରେ ଚୋରଙ୍କ ଚେହେରା କଏଦ ହୋଇଥିବା ବେଳେ ପୁଲିସ ଫୁଟେଜକୁ ଅଧାର କରି ଚୋରଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ