ETV Bharat / sitara

Kapoor's Newyear Party: ଭାବି କରୀନାଙ୍କ ସହ ନୂଆବର୍ଷ ପାଳିଲେ ସୋହା

author img

By

Published : Jan 1, 2022, 8:26 PM IST

ଭାବି କରୀନାଙ୍କ ସହିତ ନୂଆବର୍ଷକୁ ସ୍ବାଗତ କଲେ ଅଭିନେତ୍ରୀ ସୋହା ଅଲ୍ଲୀ ଖାନ । ଅଧିକ ପଢନ୍ତୁ

Kapoor's Newyear Party: ଭାବି କରୀନାଙ୍କ ସହ ନୂଆବର୍ଷ ପାଳିଲେ ସୋହା
Kapoor's Newyear Party: ଭାବି କରୀନାଙ୍କ ସହ ନୂଆବର୍ଷ ପାଳିଲେ ସୋହା

ମୁମ୍ବାଇ: ବିଭିନ୍ନ ଉତ୍ସବ ପାଳନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି କପୁର ଫ୍ୟାମିଲି । ତେବେ ନୂଆବର୍ଷକୁ ମଧ୍ୟ ଧୁମଧାମରେ ପାଳିଛନ୍ତି ପଟୌଦି ଫ୍ୟାମିଲି । ଅଭିନେତ୍ରୀ ସୋହା ଅଲ୍ଲୀ ଖାନ ଭାବି କରୀନା କପୁର ଖାନ, ଭାଇ ସୈଫ ଅଲ୍ଲୀ ଖାନ ଓ ସ୍ବାମୀ କୁନାଲ କେମ୍ମୁଙ୍କ ସହିତ ନୂଆବର୍ଷକୁ ପାଳନ କରିଛନ୍ତି । ଏହାସହିତ ନ୍ୟୁ ଇଅର ଫ୍ୟାମିଲି ଡିନର କରି ସୋସିଆଲ ମିଡ଼ିଆରେ ଏହାର ଫଟୋ ସେୟାର କରିଛନ୍ତି ।

ଏହି ରାତ୍ରି ଭୋଜନରେ ତାଙ୍କ ପରିବାରର ମାତ୍ର ୫୦ ପ୍ରତିଶତ ଲୋକେ ସାମିଲ ହୋଇଥିବା ସେ କ୍ୟାପସନରେ ଲେଖିଛନ୍ତି । ଏହି ଫଟୋରେ ସମସ୍ତେ ସୁନେଲି ରଙ୍ଗର ହ୍ୟାଟ ପିନ୍ଧିଥିବାବେଳେ ଏଥିରେ 'ହାପି ନ୍ୟୁ ଇଅର' ଲେଖା ରହିଥିଲା । ଏଥିରେ କରୀନା ଏକ ପାଏଜାମା ପିନ୍ଧିଥିବା ବେଳେ ସୋହା କମଳା ରଙ୍ଗର ଏକ କଫତାନ୍‌ ଡ୍ରେସ ପିନ୍ଧିଛନ୍ତି । ଆଉ ଏକ ପୋଷ୍ଟରେ ନୂଆବର୍ଷକୁ ସେଲିବ୍ରେଟ କରି ସୋହା ଲେଖିଛନ୍ତି ଯେ, 'ଏକ ନୂଆ ଜୀବନର ଆରମ୍ଭ । ଏହାସହିତ ୨୦୨୨ ଦୟାଳୁ ହେବୁ' ବୋଲି ସେ କ୍ୟାପସନରେ ଲେଖିଛନ୍ତି ।

ଏହା ବି ପଢନ୍ତୁ: ଅଭିନେତ୍ରୀ ମୃଣାଳ ଠାକୁରଙ୍କୁ କୋରୋନା, ସାମାନ୍ୟ ଲକ୍ଷଣ ଚିହ୍ନଟ

କୋରୋନାରୁ ସୁସ୍ଥ ହେବା ପରେ କରୀନା ଦ୍ବିତୀୟ ଥର ପାଇଁ ସପରିବାର ସହିତ ନଜର ଆସିଛନ୍ତି । ପୂର୍ବରୁ ସେ ଜୁହୁରେ ଥିବା କୁନାଲ କପୁରଙ୍କ ଘରେ ଖ୍ରୀଷ୍ଟମାସ ପାର୍ଟିରେ ସାମିଲ ହୋଇଥିଲେ । ତେବେ ସୂଚନା ଥାଉ କି ଡିସେମ୍ବରରେ କରୀନା କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । କରନ ଜୋହରଙ୍କ ଘରେ ଆୟୋଜିତ ପାର୍ଟିରେ ଯୋଗ ଦେବା ପରେ କରୀନାଙ୍କ ସହିତ ଅମ୍ରିତା ଅରୋରା ମଧ୍ୟ କୋଭିଡ଼ ପଜିଟିଭ ଚିହ୍ନଟ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.