ହାଇଦ୍ରାବାଦ: ଇଦରେ ଚଢିଛି ସଲମାନିୟା ଫିଭର । ପ୍ରଥମଦିନରେ ବକ୍ସ ଅଫିସକୁ ହିଟ କରିଛି ‘ଭାରତ’ । ନିଜ ରେକର୍ଡକୁ ନିଜେ ଭାଙ୍ଗିଛନ୍ତି ସଲମାନ । ଇଦରେ ରିଲିଜ ହୋଇଥିବା ସଲମାନଙ୍କ ସବୁଫିଲ୍ମର ରେକର୍ଡ କାଟିଛି ‘ଭାରତ’ । ପ୍ରଥମଦିନରେ ପାଖାପାଖି 43 କୋଟିର ବ୍ୟବସାୟ କରିଥିବା ବେଳେ ଦ୍ବିତୀୟ ଦିନରେ ଫିଲ୍ମକୁ ଝଟକା ଲାଗିଛି । ପାଏରୋସିର ଶିକାର ହେଇଛି ଫିଲ୍ମ ଭାରତ ।
![bharat](https://etvbharatimages.akamaized.net/etvbharat/prod-images/3484413_taran.png)
ଦ୍ବିତୀୟଦିନରେ ଅନଲାଇନ ଲିକ ହୋଇଛି । ବଦନାମ ୱେବସାଇଟ ଓ ତାମିଲ ରକର୍ସ ଫିଲ୍ମକୁ ଲିକ କରିଛନ୍ତି । ପ୍ରାୟ 100କୋଟି ବଜେଟରେ ନିର୍ମିତ ଫିଲ୍ମ ‘ଭାରତ’ଲିକ ହେଲେ ଫିଲ୍ମର ବ୍ୟବାସାୟ ଉପରେ କାଫି ଫରକ ପକେଇବ । ଏକ ସାକ୍ଷାତକାରରେ ସଲମାନ କହିଥିଲେ ଫିଲ୍ମକୁ ଯଦି କେବଳ ସିନେମାହଲରେ ଦେଖାଯାଏ ତେବେ 300 କୋଟିର ବ୍ୟବସାୟ କରିବ ।
ଅନ୍ୟପକ୍ଷେ ପ୍ରଥମ ଦିନର ରିଲିଜରେ ‘ଭାରତ’ପାଇଁ ଉଭୟ ମିଶ୍ରିତ ପ୍ରତିକ୍ରିୟା ଆସିଛି । ଫିଲ୍ମରେ ପ୍ୟାମିଲି ଇମୋଶନକୁ ଖୁବ ଭଲ ଭାବରେ ଉପସ୍ଥାପନା କରାଯାଇଛି ।