ETV Bharat / sitara

ଟିକଟକ ଷ୍ଟାର ସିୟାଙ୍କ ଆତ୍ମହତ୍ୟାରେ ପ୍ରତିକ୍ରିୟା ଦେଲେ ଜୟ - 16 ବର୍ଷିୟ ଟିକଟିକ ଫେମସ ଷ୍ଟାର ସିୟା କକ୍କର ଆତ୍ମହତ୍ୟା

ସୋସିଆଲ ମିଡିଆରେ ଭିଡିଓ ସେୟାର କରି ଫ୍ୟାନ୍ସଙ୍କୁ ଖାସ୍ ଅପିଲ କଲେ ଆକ୍ଟର ଜୟ ଭାନୁଶାଲୀ । ଏହାସହ ସେ ସିୟାଙ୍କ ଆତ୍ମହତ୍ୟାରେ ଦୁଃଖ ପ୍ରକାଶ କରିଛନ୍ତି ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Jun 26, 2020, 10:08 PM IST

ମୁମ୍ବାଇ: ଗୁରୁବାର 16 ବର୍ଷିୟ ଟିକଟିକ ଫେମସ ଷ୍ଟାର ସିୟା କକ୍କର ଆତ୍ମହତ୍ୟା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ତାଙ୍କ ଆତ୍ମହତ୍ୟାର ସଠିକ୍ କାରଣ ଏଯାବତ ସାମ୍ନାକୁ ଆସିନାହିଁ । ହେଲେ ଶୁଣିବାକୁ ମିଳୁଛି ଯେ ସେ ଡିପ୍ରେସନ ପାଇଁ ଏପରି ପଦକ୍ଷେପ ନେଇଛନ୍ତି । ସେହିପରି ଏହି ମାମଲାରେ ପୋଲିସ ବର୍ତ୍ତମାନ ତଦନ୍ତ କରୁଛି । ଆତ୍ମହତ୍ୟା ଭଳି କଠୋର ପଦକ୍ଷେପ ନେବା ଉପରେ ଟିଭିର ଫେମସ ଆକ୍ଟର ଜୟ ଭାନୁଶାଲୀ ପ୍ରତିକ୍ରିୟା ରଖିଛନ୍ତି ।

ସେ ସିୟାଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରି ସମସ୍ତଙ୍କୁ ଅପିଲ କରିଛନ୍ତି ଯେ ଏପରି ପଦକ୍ଷେପ ନନେବାକୁ । ଆତ୍ମହତ୍ୟା କରିବା ପୂର୍ବରୁ ମାତା-ପିତାଙ୍କ ବିଷୟରେ ନିହାତି ଭାବିବା ଦରକାର ବୋଲି ଜଣାଇଛନ୍ତି ।

ସେ ସୋସିଆଲ ମିଡିଆରେ ଭିଡିଓ ସେୟାର କରି ସମସ୍ତଙ୍କୁ ଏହି ଅପିଲ କରିଛନ୍ତି । ଯେଉଁଥିରେ ତାଙ୍କ ଫ୍ୟାନ୍ସ ଓ ଅନେକ ୟୁଜର୍ସଙ୍କ ପ୍ରତିକ୍ରିୟା ବର୍ତ୍ତମାନ ଦେଖିବାକୁ ମିଳୁଛି ।

ସେହିପରି ସେ ଭିଡିଓରେ କହିଛନ୍ତି, ‘ସିୟାଙ୍କ ବିଷୟରେ ଶୁଣି ଦୁଃଖ ଲାଗୁଛି । ଭଗବାନ ତାଙ୍କ ଆତ୍ମକୁ ଶାନ୍ତି ଦିଅନ୍ତୁ । କିନ୍ତୁ ମୁଁ କହିବାକୁ ଚାହିଁବି ସମସ୍ତଙ୍କ ଜୀବନରେ ସମସ୍ୟା ଥାଏ । ଏହି ମହାମାରୀ କାଳରେ କାହାରି ଜୀବନ ଶାନଦାର ଜିନିଷ ଦେଇ ଗତି କରୁନାହିଁ । ଅନେକ ସମସ୍ୟାର ସାମ୍ନା କରିବାକୁ ପଡୁଛି । ହେଲେ ଆତ୍ମହତ୍ୟା ଭଳି ପଦକ୍ଷେପ ଆଦୌ ନେବା କଥା ନୁହେଁ । ଏମିତି କରି ତୁମେ ତ ସମସ୍ୟା ଦୂରେଇ ଯାଉଛ । ହେଲେ ବାପା-ମା'ଙ୍କ ବିଷୟରେ ଥରେ ଭାବ । ଯେଉଁମାନେ ଆପଣଙ୍କ ଉପରେ ଏତେ ବର୍ଷ ପ୍ରେମ, ସେହ୍ନ ଭାବନା ଇନଭେଷ୍ଟ କରିଛନ୍ତି ।’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.