ମୁମ୍ବାଇ: ସବୁ ରାଜନୈତିକ ଦଳ ନିଜ ନିର୍ବାଚନ ମଣ୍ଡଳୀରେ କୋରୋନା ରୋଗ ହ୍ରାସ କରିବାକୁ କାର୍ଯ୍ୟ କରୁଛନ୍ତି। ବିଜେପି ସାଂସଦ ମନୋଜ କୋଟକ ମୁମ୍ବାଇର ମୁଲୁଣ୍ଡ ସ୍ଥିତ ଫ୍ରେଣ୍ଡସ୍ ସ୍କୁଲରେ ଏକ ଅମ୍ଳଜାନ ବ୍ୟାଙ୍କ ଏବଂ 100 ଶଯ୍ୟା ବିଶିଷ୍ଟ ପୃଥକ ପୃଥକ କୋଠରୀ ସ୍ଥାପନ କରିଛନ୍ତି। ଯାହାର ଉଦଘାଟନ ଜଣାଶୁଣା ଗାୟକ ସୋନୁ ନିଗମ କରିଛନ୍ତି।
ସୋମବାର ସୋନୁ ଏହି ଉଦଘାଟନ କରି ଦେଶବାସୀଙ୍କ ସେବା ପାଇଁ ନିଜ ସମର୍ଥନ ଜଣାଇଥିଲେ ।
ଅମ୍ଳଜାନ ସିଲିଣ୍ଡର ଅଭାବୀ ଲୋକଙ୍କ ଘରେ କିପରି ପହଞ୍ଚିପାରିବ ତାନେଇ ମନୋଜଙ୍କ ଦ୍ବାରା ମାଗଣା ଅମ୍ଳଜାନ ସିଲିଣ୍ଡର ସେବା ସୋମବାର ଦିନ ଆରମ୍ଭ ହୋଇଥିଲା । ସେପଟେ ଏହି ସେବା କାର୍ଯ୍ୟରେ ଅବଦାନ ତଥା ସ୍ବେଚ୍ଛାସେବୀଙ୍କୁ ଉତ୍ସାହିତ କରିବା ପାଇଁ ପ୍ରସିଦ୍ଧ ଗାୟକ ସୋନୁ ନିଗମ ବିଶେଷ ଭାବରେ ଉପସ୍ଥିତ ଥିଲେ।
ଏହି କ୍ବାରେଣ୍ଟାଇନ ସେଣ୍ଟର କାମ ‘ଆଦିଘଣ୍ଟାକରଣ ଚାରିଟେବୁଲ୍ ଟ୍ରଷ୍ଟ’ ଦ୍ବାରା କରାଯାଇଛି। ଏଥିରେ ସମସ୍ତ ସୁବିଧା ସହିତ 100 ଟି ଶଯ୍ୟା ଅଛି । ଏହାସହିତ ରୁଟିନ୍ ଚେକଅପ୍, ଔଷଧ ଏବଂ ଖାଦ୍ୟ ପାଇଁ ନିତ୍ୟ ବ୍ୟବହାର୍ଯ୍ୟ ବ୍ୟବସ୍ଥା ମଧ୍ୟ ଉପଲବ୍ଧ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ