ମୁମ୍ବାଇ: କରଣ ଜୋହରଙ୍କ ଚାଟ ଶୋ' 'କଫି ୱିଥ କରଣ'ରେ ଅନେକ ଷ୍ଟାର ଅତିଥି ଭାବରେ ନଜର ଆସି ନିଜ ବ୍ୟକ୍ତିଗତ ତଥା କର୍ମମୟ ଜୀବନକୁ ନେଇ କରିଛନ୍ତି ଅନେକ ଖୁଲାସା । କିଛି ଷ୍ଟାର ନିଜ ବୟାନକୁ ନେଇ ପ୍ରଶଂସା ପାଇଥିବାବେଳେ ଆଉ କିଛି ଷ୍ଟାର ହୋଇଛନ୍ତି ହଟହଟା । ନିକଟରେ ସିଦ୍ଧାର୍ଥ ମଲହୋତ୍ରା ଶୋ'କୁ ଆସି ଆଲିୟାଙ୍କ ସହ ନିଜ ବ୍ରେକ-ଅପକୁ ନେଇ ମଧ୍ୟ କରିଛନ୍ତି କିଛି ଖାସ ଖୁଲାସା ।
ଆଲିୟାଙ୍କ ସହ ସମ୍ପର୍କକୁ ନେଇ ସିଦ୍ଧାର୍ଥ କହିଛନ୍ତି, 'ବ୍ରେକ-ଅପ ପରେ ସେ ଆଲିୟାଙ୍କ ସହ ଦେଖା ହୋଇନାହାଁନ୍ତି କିନ୍ତୁ ଉଭୟଙ୍କ ମଧ୍ୟରେ ସେମିତି କିଛି ତିକ୍ତତା ନାହିଁ । କାରଣ ଆମେ ପ୍ରେମ ସମ୍ପର୍କରେ ଆସିବା ପୂର୍ବରୁ ହିଁ ଉଭୟ ଉଭୟଙ୍କୁ ଖୁବ ଭଲରେ ଜାଣିଥିଲେ । ଆଉ ମୁଁ ମୋର ପ୍ରଥମ ଫିଲ୍ମ ତାଙ୍କ ସହ ସୁଟ କରିଛି । ମୁଁ ପୁରା ପାଗଳ ଥିଲି ଆଉ ସେଠାରେ ଅନେକ ଇତିହାସ ମଧ୍ୟ ଅଛି ।'
ଆହୁରି ମଧ୍ୟ ସିଦ୍ଧାର୍ଥଙ୍କୁ କରଣ ପଚାରିଥିଲେ ଯେ ଆଲିୟାଙ୍କୁ ଭୁଲିବାକୁ ଯାଇ ତାଙ୍କ କାମରେ କିଛି ବ୍ୟାଘାତ ସୃଷ୍ଟି ହୋଇଛି କି ? ଯାହାର ଉତ୍ତରରେ ସିଦ୍ଧାର୍ଥ କହିଛନ୍ତି, 'ଦୁଇ ଜଣ ପ୍ରେମୀ ଏକାଠି ନ ରହିବାକୁ ନିଷ୍ପତ୍ତି ନେବାର କିଛି କାରଣ ନିଶ୍ଚେ ଥାଏ । ଆମେ ସମ୍ପର୍କରେ ଅନେକ ଉତଥାନ ପତନ ଥିଲା । ଆଉ ଯେତେବେଳେ ତୁମେ ନିଜକୁ ଗୋଟିଏ ପରିସ୍ଥିତିରୁ ବାହାର କରିଥାଅ, ସେବେ ତୁମକୁ କେବଳ ଖୁସି ଓ ଭଲ ସ୍ମୃତି ମନେଥାଏ ।'
ପ୍ରକାଶ ଥାଉକି, ସିଦ୍ଧାର୍ଥ ଓ ଆଲିୟା ବଲିଉଡରେ କରଣ ଜୋହରଙ୍କ ଫିଲ୍ମ 'ଷ୍ଟୁଡେଣ୍ଟ ଅଫ ଦି ଇୟର'ରୁ ଡେବ୍ୟୁ କରିଥିଲେ । ଏହାପରେ ଉଭୟ ଫିଲ୍ମ 'କପୁର ଆଣ୍ଡ ସନ୍ସ'ରେ ମଧ୍ୟ ନଜର ଆସିଥିଲେ । ସୁତ୍ରାନୁଯାୟୀ ଉଭୟ 2016ରେ ଡେଟିଂ ଆରମ୍ଭ କରିଥିଲେ, କିନ୍ତୁ ପରେ ଏହି ସମ୍ପର୍କକୁ ଶେଷ କରିଦେଇଥିଲେ ଉଭୟ । ଆଉ ସିଦ୍ଧାର୍ଥଙ୍କ ପରେ ଆଲିୟା ଏବେ ରଣବୀର କପୁରଙ୍କ ପ୍ରେମରେ ।