ମୁମ୍ବାଇ: ରିମେକକୁ ନେଇ ବଲିଉଡରେ ଅନେକ ବିବାଦ ଦେଖାଦେଇଛି । ବିଶେଷ କରି ଗୀତ ରିମେକ ଅନେକ ସମୟରେ ଅରଜିନାଲ ମେକର୍ସଙ୍କୁ ପସନ୍ଦ ଆସିନାହିଁ । ଲୋକଙ୍କ ଦ୍ବାରା ମଧ୍ୟ ରିଜେକ୍ଟ ହେବା ପରେ ସୋସିଆଲ ମିଡିଆରେ ଏହାକୁ ସମାଲୋଚନା କରାଯାଇଛି । ସେହିପରି ଏକ ଗୀତ ମସକଲି 2.0 ଯାହା ନିକଟରେ ରିଲିଜ ହୋଇଥିଲା ।
ଏଥିରେ ସିଦ୍ଧାର୍ଥ ଓ ତାରା ସୁତାରିଆ ଅଭିନୟ କରିଥିଲେ । ତନିଷ୍କ ବାଗଚୀ ଏହାକୁ ରିକ୍ରିଏଟ କରିଥିଲେ ଏବଂ ତୁଲସୀ କୁମାର ଓ ସଚେତ ଟଣ୍ଡନ ଗାଇଥିଲେ । ତେବେ ଦର୍ଶକଙ୍କ ଦ୍ବାରା ଏହି ଗୀତ ସମାଲୋଚିତ ହୋଇଥିଲା । ଗୀତର ରିମେକ ଅନେକଙ୍କୁ ପସନ୍ଦ ଆସିନଥିଲା । ଗୀତର ଅରିଜିନାଲିଟି ନଷ୍ଟ ହୋଇଥିବା ସମସ୍ତେ ଅଭିଯୋଗ କରିଥିଲେ । ତେବେ ଲୋକଙ୍କ ସମାଲୋଚନାକୁ ସିଦ୍ଧାର୍ଥ ସମର୍ଥନ କରିଛନ୍ତି । ସେ କହିଛନ୍ତି ଯେ ଗୀତ ସକସେସ ନହେଲେ ପୁରା ଟିମ ଦାୟୀ । କେବଳ ସିଙ୍ଗର କିମ୍ବା ନିର୍ଦ୍ଦେଶକଙ୍କୁ ଦାୟୀ କରାଯିବା ଠିକ ନୁହେଁ । ଆଗରୁ ବି ସେ ‘କାଲା ଚଷମା’ ଓ ‘କର ଗେୟି ଚୁଲ’ର ରିମିକ୍ସ କରିଛନ୍ତି ଏବଂ ଉଭୟକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ତେବେ ଏଥର ମସକଲି 2.0 ବିଫଳ ହୋଇଛି ଓ ଏହାକୁ ଆମେ ସ୍ବୀକାର କରୁଛୁ ବୋଲି ସେ କହିଛନ୍ତି ।
ସିଦ୍ଧାର୍ଥ ଏହା ମଧ୍ୟ କହିଛନ୍ତି ଯେ ଯଦି କୌଣସି ଫିଲ୍ମ ଅବା ଗୀତ ରିମେକ ହେବାର ଯୋଗ୍ୟ ତେବେ ତାହା ଅବଶ୍ୟ ହେବା ଉଚିତ । ରିମେକର ଯଦି ଏକ ଭ୍ୟାଲିଡ ପଏଣ୍ଟ ଅଛି ତେବେ ନିଶ୍ଚୟ ରିମେକ ହେଉ । ପୁରୁଣାକୁ ରିମେକ କରିବାର ଏକ ନୂଆ ଚାର୍ମ ରହିଛି । ସେତେବେଳେ ଆଉ ବର୍ତ୍ତମାନ ଜେନେରେସନ ଭିତରେ ଫରକ ରହିଛି । ତେଣୁ ପୁରୁଣା ଜିନିଷ ନୂଆ ରୂପରେ ଦେଖାଇବା ନିଶ୍ଚିତ ଭାବେ ଯୁବପିଢିକୁ ପସନ୍ଦ ଆସିବ । ତେବେ ଆଜିର ଲୋକଙ୍କ ପାଖରେ ଧୈର୍ଯ୍ୟ ନାହିଁ ଏବଂ ନୂଆ ମେଲୋଡି ତିଆରି ହେଉନଥିବାରୁ ସେମାନେ ପୁରୁଣା ରିମେକକୁ ପସନ୍ଦ କରୁନାହାନ୍ତି । ଜଣେ ଦର୍ଶକ ଭାବେ ମୁଁ ଏଥିରେ ସମର୍ଥନ କରେ । କାରଣ ଆମେ ଆକ୍ଟର ବି କୌଣସି ନୂଆ ଗୀତ ପାଇଁ ଏକ୍ସସାଇଟେଡ ଥାଉ ବୋଲି ସେ କହିଛନ୍ତି ।
ଅରଜିନାଲ ମସକଲି ଗୀତ ରାକେଶ ଓମପ୍ରକାଶ ମେହେରାଙ୍କ ଦିଲ୍ଲୀ 6 ଫିଲ୍ମର ଯେଉଁଥିରେ ଅଭିଷେକ ବଚ୍ଚନ ଓ ସୋନମ କପୁର ଆକ୍ଟିଂ କରିଥିଲେ । ଗୀତ ଏକ ପାରା ଉପରେ ତିଆରି ହୋଇଥିଲା ଯାହାର ନାମ ମସକଲି ଥିଲା । ଏହାକୁ ଓସ୍କାର ବିଜୟୀ ଏ ଆର ରେହମାନ କମ୍ପୋଜ କରିଥିଲେ, ପ୍ରସୂନ ଯୋଶୀ ଲେଖିଥିଲେ ଏବଂ ମୋହିତ ଚୌହ୍ବାନ ଗାଇଥିଲେ । ତେବେ ମସକଲି 2.0କୁ ମଧ୍ୟ ରେହମାନ ସମାଲୋଚନା କରିଥିଲେ ।